Advertisment

ଚିଙ୍ଗୁଡି ସରୁଆ

ଆବଶ୍ୟକ ସାମଗ୍ରୀ: କଟା ପିଆଜ ରିଫାଇନ ତେଲ ଲଙ୍କା ଗୁଣ୍ଡ ଲୁଣ ହଳଦୀ ଗୁଣ୍ଡ ଗରମ ମସଲା  ଗୁଣ୍ଡ ଧନିଆପତ୍ର କଞ୍ଚା ଲଙ୍କା  ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ନଡ଼ିଆକୁ କୋରି ତାର ରସ ବାହାର କରି ରଖନ୍ତୁ। ତା’ ପରେ ଚିଙ୍ଗୁଡିକୁ  ଲୁଣ ହଳଦୀ ଗୋଳାଇ ତାକୁ ଭାଜନ୍ତୁ। ଏହା ଭାଜି ହେଲାପରେ ତାକୁ ଏକ ପାତ୍ରରେ ରଖନ୍ତୁ। ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ପିଆଜକୁ ପକାଇ ଭାଜନ୍ତୁ। […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଚିଙ୍ଗୁଡି ସରୁଆ

Chingudi Suruaa

ଆବଶ୍ୟକ ସାମଗ୍ରୀ:

  • କଟା ପିଆଜ
  • ରିଫାଇନ ତେଲ
  • ଲଙ୍କା ଗୁଣ୍ଡ
  • ଲୁଣ
  • ହଳଦୀ ଗୁଣ୍ଡ
  • ଗରମ ମସଲା  ଗୁଣ୍ଡ
  • ଧନିଆପତ୍ର
  • କଞ୍ଚା ଲଙ୍କା
Advertisment

 ପ୍ରସ୍ତୁତ ପ୍ରଣାଳୀ:ପ୍ରଥମେ ନଡ଼ିଆକୁ କୋରି ତାର ରସ ବାହାର କରି ରଖନ୍ତୁ। ତା’ ପରେ ଚିଙ୍ଗୁଡିକୁ  ଲୁଣ ହଳଦୀ ଗୋଳାଇ ତାକୁ ଭାଜନ୍ତୁ। ଏହା ଭାଜି ହେଲାପରେ ତାକୁ ଏକ ପାତ୍ରରେ ରଖନ୍ତୁ। ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ପିଆଜକୁ ପକାଇ ଭାଜନ୍ତୁ। ପିଆଜର ରଙ୍ଗ ନାଲି ହୋଇଯିବା ପରେ ସେଥିରେ ନଡିଆ ରସକୁ ପକାଇ ଦିଅନ୍ତୁ। ତା’ ପରେ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ।

ଏହାପରେ ଭଜା ଚିଙ୍ଗୁଡିକୁ ସେଥିରେ ପକାଇ ଦିଅନ୍ତୁ।  ସେଥିରେ ଲଙ୍କାଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ପକାଇ ତରକାରିକୁ କିଛି ସମୟ ପାଇଁ ଫୁଟିବାକୁ ଛାଡ଼ି ଦିଅନ୍ତି। ତରକାରିରୁ ପାଣି କମି ଆସିଲେ ସେଥିରେ ଧନିଆ ପତ୍ର ଓ  କଞ୍ଚା ଲଙ୍କା ପକାଇ ଦିଅନ୍ତୁ।  ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡି ସରୁଆ।

Advertisment
Odia Food Recipe