Advertisment

ମୋମୋ ପରଟା

ଆବଶ୍ୟକ ସାମଗ୍ରୀ: ଅଟା, ତେଲ, ଲୁଣ, ବନ୍ଧାକୋବି, କଟା ପିଆଜ, ଅଦା,  କଞ୍ଚା ଲଙ୍କା, ଜିରାଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କିଛି ଅଟା ନିଅନ୍ତୁ। ସେଥିରେ ତେଲ ଓ ଲୁଣ ପକାଇ  ଭଲ ଭାବରେ ଚକଟି ଦିଅନ୍ତୁ। ପରେ ତାକୁ କିଛି ସମୟ ପାଇଁ ଢ଼ାଙ୍କି  ରଖି ଦିଅନ୍ତୁ। ପରେ ଏକ ବନ୍ଧାକୋବିକୁ ଛୋଟ ଛୋଟ କରି କାଟି ଏକ ପାତ୍ରରେ ରଖନ୍ତୁ। ତା’ପରେ କରେଇରେ ତେଲ ଗରମ କରନ୍ତୁ। […]

ମୋମୋ ପରଟା

Momo Paratha

Advertisment

ଆବଶ୍ୟକ ସାମଗ୍ରୀ: ଅଟା, ତେଲ, ଲୁଣ, ବନ୍ଧାକୋବି, କଟା ପିଆଜ, ଅଦା,  କଞ୍ଚା ଲଙ୍କା, ଜିରାଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କିଛି ଅଟା ନିଅନ୍ତୁ। ସେଥିରେ ତେଲ ଓ ଲୁଣ ପକାଇ  ଭଲ ଭାବରେ ଚକଟି ଦିଅନ୍ତୁ। ପରେ ତାକୁ କିଛି ସମୟ ପାଇଁ ଢ଼ାଙ୍କି  ରଖି ଦିଅନ୍ତୁ।

ପରେ ଏକ ବନ୍ଧାକୋବିକୁ ଛୋଟ ଛୋଟ କରି କାଟି ଏକ ପାତ୍ରରେ ରଖନ୍ତୁ। ତା’ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ  ସେଥିରେ କଟା ପିଆଜ ପକାନ୍ତୁ। ପିଆଜ ଲାଲ ହେବା ପରେ ସେଥିରେ ଛେଚା ଅଦା, କଞ୍ଚା ଲଙ୍କା ପକାଇ ଭାଜନ୍ତୁ। ପରେ କାଟି ରଖିଥିବା ବନ୍ଧା କୋବିକୁ ସେଥିରେ ପକାଇ ଗୋଳାଇ ଦିଅନ୍ତୁ। ତା’ପରେ ସ୍ୱାଦ ଅନୁସାରେ ଲୁଣ ପକାଇ କିଛି ସମୟ ପାଇଁ ଢ଼ାଙ୍କି ଦିଅନ୍ତୁ। ପରେ ସେଥିରେ ଜିରାଗୁଣ୍ଡ, ଲଙ୍କା ଗୁଣ୍ଡ ଓ  ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ।  କିଛି ସମୟ ପରେ ଥଣ୍ଡା ହେବାପାଇଁ ମସଲାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

Advertisment

ତା’ପରେ ଚକଟି ରଖିଥିବା ଅଟାରେ ମସଲା ଦେଇ ପରଟା ପରି ବେଲନ୍ତୁ। ଏହାପରେ ତାୱା ଗରମ କରନ୍ତୁ। ତାୱା ଗରମ ହେବା ପରେ ବେଲି ରଖିଥିବା ପରଟାକୁ ସେଥିରେ ପକାନ୍ତୁ। ସେଥିରେ ତେଲ ପକାଇ ପରଟାକୁ ଦୁଇ ପାର୍ଶ୍ୱକୁ ଭଲ ଭାବରେ ଓଲଟାଇ ଦିଅନ୍ତୁ। ପରଟାର ଦୁଇ ପାର୍ଶ୍ୱ ହୋଇଗଲା ପରେ  ତାକୁ ଏକ ପ୍ଲେଟକୁ କାଢ଼ି ଦିଅନ୍ତୁ।

ପ୍ରସ୍ତୁତ ହୋଇଗଲା ମୋମୋ ପରଟା। ଏହାକୁ ଆପଣଙ୍କ ଟମାଟୋ ଚଟଣି ସହ ଖାଇପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe