Advertisment

ଶେଜୱାନ୍‌ ଚିଙ୍ଗୁଡ଼ି

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, ଅଦା,ରସୁଣ ପେଷ୍ଟ, ସୋୟା ସସ୍‌, କର୍ଣ୍ଣଫ୍ଲୋର, ଅଣ୍ଡା, ରିଫାଇନ ତେଲ, ଟମାଟୋ ସସ୍‌, ଶେଜୱାନ୍‌ ସସ୍‌, ସୋୟା ସସ୍‌, ଭିନେଗାର, ଗୋଲମରିଚ ଓ ସ୍ୱାଦନୁସାରେ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡିରୁ ଚୋପା ଛଡ଼ାଇ ତାକୁ ଧୋଇ ଏକ ପାତ୍ରରେ ରଖିଦିଅନ୍ତୁ। ତା’ପରେ ଚିଙ୍ଗୁଡ଼ିରେ ଅଦା ରସୁଣ ପେଷ୍ଟ, କର୍ଣ୍ଣଫ୍ଲୋର,ଅଣ୍ଡା ଲୁଣ, ଗୋଲମରିଚ ଗୁଣ୍ଡ, ସୋୟା ସସ୍‌, ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ ଏହି ମିଶ୍ରଣକୁ ଅଧଘଣ୍ଟା ଯାଏ ମାରିନେଟ୍‌ କରିବା […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଶେଜୱାନ୍‌ ଚିଙ୍ଗୁଡ଼ି  

schezwan-prawns

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, ଅଦା,ରସୁଣ ପେଷ୍ଟ, ସୋୟା ସସ୍‌, କର୍ଣ୍ଣଫ୍ଲୋର, ଅଣ୍ଡା, ରିଫାଇନ ତେଲ, ଟମାଟୋ ସସ୍‌, ଶେଜୱାନ୍‌ ସସ୍‌, ସୋୟା ସସ୍‌, ଭିନେଗାର, ଗୋଲମରିଚ ଓ ସ୍ୱାଦନୁସାରେ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡିରୁ ଚୋପା ଛଡ଼ାଇ ତାକୁ ଧୋଇ ଏକ ପାତ୍ରରେ ରଖିଦିଅନ୍ତୁ। ତା’ପରେ ଚିଙ୍ଗୁଡ଼ିରେ ଅଦା ରସୁଣ ପେଷ୍ଟ, କର୍ଣ୍ଣଫ୍ଲୋର,ଅଣ୍ଡା ଲୁଣ, ଗୋଲମରିଚ ଗୁଣ୍ଡ, ସୋୟା ସସ୍‌, ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ ଏହି ମିଶ୍ରଣକୁ ଅଧଘଣ୍ଟା ଯାଏ ମାରିନେଟ୍‌ କରିବା ପାଇଁ ରଖି ଦିଅନ୍ତୁ। ତା’ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ମାରିନେଟ୍‌ ହୋଇ ରହିଥିବା ଚିଙ୍ଗୁଡ଼ିକୁ ପକାଇ ଛାଣନ୍ତୁ। ଚିଙ୍ଗୁଡ଼ିକୁ  ଛାଣି ଏକ ପାତ୍ରରେ ରଖନ୍ତୁ।

ତା’ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ କଟା ପଆଜକୁ ପକାଇ ଭାଜନ୍ତୁ। ପରେ କଟା ରସୁଣ, କଟା ଅଦା ଓ କଞ୍ଚା ଲଙ୍କା ପକାଇ କିଛି ସମୟ ଭାଜନ୍ତୁ। ଏହାପରେ ସେଥିରେ ଶେଜୱାନ ସସ୍‌, ସୋୟା ସସ୍‌, ଭିନେଗାର,ସ୍ୱାଦନୁସାରେ ଲୁଣ, ଗୋଲମରିଚ ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ପରେ ଏଥିରେ ଅଳ୍ପ କର୍ଣ୍ଣଫ୍ଲୋର ଓ ପାଣି ମିଶାଇ ଫୁଟାନ୍ତୁ।

Advertisment

ଏହାପରେ ଆଗରୁ ଛଣା ହୋଇଥିବା ଚିଙ୍ଗୁଡ଼ିକୁ ଏଥିରେ ପକାଇ ଗୋଳାଇ ଦିଅନ୍ତୁ। ଧିମା ଆଞ୍ଚରେ କିଛି ସମୟ ପାଇଁ ବସାଇ ଦିଅନ୍ତୁ।  ଚିଙ୍ଗୁଡିରୁପାଣି ଟିକେ ମରି ଯିବା ପରେ ଗ୍ୟାସ ଚୁଲାକୁ ବନ୍ଦ କରି ଦିଅନ୍ତୁ।  ପ୍ରସ୍ତୁତ ହୋଇଗଲା ଶେଜୱାନ୍‌ ଚିଙ୍ଗୁଡ଼ି