ଆବଶ୍ୟକ ସାମଗ୍ରୀ: ବ୍ରେଡ, ସୁଜି, କଟା କ୍ୟାପସିକମ୍, କଟା ପିଆଜ, କଟାଗାଜର, ଧନିଆ ପତ୍ର, ଚିଲି ଫ୍ଲେକ୍ସ, ଗୋଲମରିଚ ଗୁଣ୍ଡ, ଅଦା, ମୋଜରିଲା ଚିଜ୍ ଓ ଲୁଣ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କଟା କ୍ୟାପସିକମ୍, କଟା ପିଆଜ, କଟାଗାଜର, ଧନିଆ ପତ୍ରରେ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବରେ ଗୋଳେଇ ଦିଅନ୍ତୁ। ଏବେ ଏଥିରେ ସୁଜି ଏବଂ ପାଣି ପକାଇ ଗାଢ଼ା ଘୋଳ ପ୍ରସ୍ତୁତ କରନ୍ତୁ। ଏବେ ବ୍ରେଡ୍ ସ୍ଲାଇସ୍ ଉପରେ ଏକ ଚାମଚ ପ୍ରସ୍ତୁତ ଘୋଳ ନିଅନ୍ତୁ। ଏବେ ଯେଉଁ ପଟେ ସୁଜି ଲାଗିଥିବ ସେହି ସାଇଡକୁ ଧୀମା ଆଞ୍ଚରେ ସେକନ୍ତୁ। ଏହାପରେ ଏହାକୁ ଓଲଟାଇ ଚିଜ୍ ଲଗାଇ ଧୀମା ଆଞ୍ଚରେ ଘୋଡାଇ ରଖନ୍ତୁ। ଚିଜ୍ ମେଲ୍ଟ ହୋଇଗଲାପରେ ଏହାକୁ ପ୍ଲେଟରେ ବାହାର କରିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ବ୍ରେଡ୍ ପିଜ୍ଜା’। ଏହାକୁ ଟମାଟୋ ସସ୍ କିମ୍ବା ଚଟଣୀ ସହିତ ଗରମା ଗରମ ପରଷନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...