Advertisment

ଲେମ୍ବୁ ପୋଦିନା ମାଛ

ଆବଶ୍ୟକ ସାମଗ୍ରୀ: ମାଛ, ଲୁଣ, ହଳଦୀଗୁଣ୍ଡ, ସୋରିଷ, ଶୁଖିଲା ଲଙ୍କା, ରସୁଣ ବଟା, ପୋଦିନା ବଟା, ଲେମ୍ବୁରସ, କଞ୍ଚାଲଙ୍କା, ରିଫାଇନ୍ ତେଲ୍‌, କଦଳୀପତ୍ର ଓ କଦଳୀ ପାଟୁଙ୍ଗା। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ରୋହି ମାଛରେ ସ୍ୱାଦ ଅନୁସାରେ ଲୁଣ, ହଳଦୀଗୁଣ୍ଡ, ସୋରିଷ, ଶୁଖିଲା ଲଙ୍କା, ରସୁଣ ବଟା, ପୋଦିନା ବଟା, ଲେମ୍ବୁରସ ଦେଇ ଭଲବାବେ ଗୋଳାନ୍ତୁ। ତା’ପରେ ଗୋଟେ କଞ୍ଚାଲଙ୍କା ଓ ରିଫାଇନ୍ ତେଲ୍‌ ମାଛରେ ପକାଇ ଗୋଳାଇ ଦିଅନ୍ତୁ। କଦଳୀପତ୍ରରେ  ତେଲ ଲଗାଇ ମସଲା ଗୋଳା […]

author-image
Chinmayee Roy
ଲେମ୍ବୁ ପୋଦିନା ମାଛ

fish

ଆବଶ୍ୟକ ସାମଗ୍ରୀ: ମାଛ, ଲୁଣ, ହଳଦୀଗୁଣ୍ଡ, ସୋରିଷ, ଶୁଖିଲା ଲଙ୍କା, ରସୁଣ ବଟା, ପୋଦିନା ବଟା, ଲେମ୍ବୁରସ, କଞ୍ଚାଲଙ୍କା, ରିଫାଇନ୍ ତେଲ୍‌, କଦଳୀପତ୍ର ଓ କଦଳୀ ପାଟୁଙ୍ଗା।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ରୋହି ମାଛରେ ସ୍ୱାଦ ଅନୁସାରେ ଲୁଣ, ହଳଦୀଗୁଣ୍ଡ, ସୋରିଷ, ଶୁଖିଲା ଲଙ୍କା, ରସୁଣ ବଟା, ପୋଦିନା ବଟା, ଲେମ୍ବୁରସ ଦେଇ ଭଲବାବେ ଗୋଳାନ୍ତୁ। ତା’ପରେ ଗୋଟେ କଞ୍ଚାଲଙ୍କା ଓ ରିଫାଇନ୍ ତେଲ୍‌ ମାଛରେ ପକାଇ ଗୋଳାଇ ଦିଅନ୍ତୁ। କଦଳୀପତ୍ରରେ  ତେଲ ଲଗାଇ ମସଲା ଗୋଳା ମାଛ ଓ ଗୋଟା କଞ୍ଚାଲଙ୍କାକୁ ରଖି ଭଲଭାବେ ଗୁଡ଼େଇ କଦଳୀ ପାଟୁଙ୍ଗାରେ ବାନ୍ଧିଦିଅନ୍ତୁ। ଏବେ ତାୱାରେ ତେଲ ଗରମ କରି ମାଛ ଭର୍ତ୍ତି କଦଳୀ ପତ୍ରକୁ ଭଲକି ସେକନ୍ତୁ। ପ୍ରସ୍ତୁତ ହୋଇଯିବ ଚଟପଟା ‘ଲେମ୍ବୁ ପୋଦିନା ମାଛ’।