Advertisment

ନିମ୍ୱ କଟ୍‌ଲେଟ୍‌

ଆବଶ୍ୟକ ସାମଗ୍ରୀ : ନଡ଼ିଆ କୋରା, ଅଦା କଟା, ରସୁଣ କଟା, କଟା କଞ୍ଚାଲଙ୍କା ଓ ପିଆଜ, ସିଝା ନିମ୍ୱ ପତ୍ର, ରାଶି, ଲୁଣ, ତେଲ, କର୍ଣ୍ଣଫ୍ଲୋର ପାଉଡର, ଆଳୁ ସିଝା ଓ ସୁଜି। ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ନିମ୍ୱ ପତ୍ର ଓ ଆଳୁକୁ ଅଲଗା ଅଲଗା ସିଝାଇ ରଖନ୍ତୁ। ଏକ ପାତ୍ରରେ ସିଝା ନିମ୍ୱ ପତ୍ର, ନଡ଼ିଆ କୋରା, ରାଶି, କଟା ପିଆଜ, କଟା ରସୁଣ, କଟା ଅଦା ଓ ସ୍ୱାଦ ଅନୁସାରେ ଲୁଣ […]

ଅଦ୍ୟତନ ହୋଇଛି
ନିମ୍ୱ କଟ୍‌ଲେଟ୍‌

nimba

Advertisment

ଆବଶ୍ୟକ ସାମଗ୍ରୀ : ନଡ଼ିଆ କୋରା, ଅଦା କଟା, ରସୁଣ କଟା, କଟା କଞ୍ଚାଲଙ୍କା ଓ ପିଆଜ, ସିଝା ନିମ୍ୱ ପତ୍ର, ରାଶି, ଲୁଣ, ତେଲ, କର୍ଣ୍ଣଫ୍ଲୋର ପାଉଡର, ଆଳୁ ସିଝା ଓ ସୁଜି।

Advertisment

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ନିମ୍ୱ ପତ୍ର ଓ ଆଳୁକୁ ଅଲଗା ଅଲଗା ସିଝାଇ ରଖନ୍ତୁ। ଏକ ପାତ୍ରରେ ସିଝା ନିମ୍ୱ ପତ୍ର, ନଡ଼ିଆ କୋରା, ରାଶି, କଟା ପିଆଜ, କଟା ରସୁଣ, କଟା ଅଦା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାଇ ପୁର ପ୍ରସ୍ତୁତ କରନ୍ତୁ। ସିଝା ଆଳୁରେ ଲୁଣ ଓ କର୍ଣ୍ଣଫ୍ଲୋର ପକାଇ ଭଲ ଭାବରେ ଚକଟି ଦିଅନ୍ତୁ। ଏହାପରେ ଆଳୁ ଚକଟାକୁ ପିଠା ଆକାର କରି ତା ଭିତରେ ନିମ୍ୱ ପୁର ଦେଇ ଗଢ଼ି ରଖନ୍ତୁ।

ଗ୍ୟାସ୍‌ ଲଗାଇ କଡ଼େଇରେ ତେଲ ଗରମ କରନ୍ତୁ। ଗଢ଼ା ହୋଇ ରହିଥିବା ନିମ୍ୱପୁର ଆଳୁକୁ ସୁଜିରେ ଗଡ଼ାଇ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ନିମ୍ୱ କଟ୍‌ଲେଟ୍‌।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe