ଆବଶ୍ୟକ ସାମଗ୍ରୀ: ମାଛ, ପଞ୍ଚ ଫୁଟଣ, ତେଜପତ୍ର, ଶୁଖିଲା ଲଙ୍କା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କଟା ପିଆଜ, ସୋରିଷ ବଟା, ରସୁଣ ବଟା, ବାଉଁଶ କରଡ଼ି, କଟା ଟମାଟୋ, ଲୁଣ ଓ ରିଫାଇନ୍ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କଟା ପିଆଜ, ସୋରିଷ ବଟା, ଶୁଖିଲା ଲଙ୍କା, ରସୁଣ ବଟା, ବାଉଁଶ କରଡ଼ି, କଟା ଟମାଟୋ, ଲୁଣ ଓ ରିଫାଇନ୍ ତେଲ ପକାଇ ମ୍ୟାରିନେଟ୍ କରନ୍ତୁ। କଡ଼େଇରେ ତେଲ ଗରମ କରି ପଞ୍ଚ ଫୁଟଣ, ଶୁଖୁଲା ଲଙ୍କା ଓ ତେଜପତ୍ର ପକାନ୍ତୁ। ଫୁଟଣ ଫୁଟିବା ପରେ ସେଥିରେ ମ୍ୟାରିନେଟ୍ ହୋଇଥିବା କରଡ଼ି ମାଛକୁ ପକାଇ ତା’ ଉପରେ ଅଳ୍ପ ରିଫାଇନ୍ ତେଲ ଦେଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ତିନି ଚାରି ମିନିଟ୍ ପରେ ଘୋଡ଼ଣୀ ବାହାର କରି ପାଣି ଦେଇ ପୁଣି ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। (ମନେ ରଖିବେ, ଏଥିରେ ଅଧିକ ପାଣି ଦେବେ ନାହିଁ। କେବଳ ସବୁ ଜିନିଷ ସିଝିବା ପରି ପାଣି ଦେବେ।) କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ସୁଆଦିଆ ‘କରଡ଼ି ବେସର ମାଛ’।