Advertisment

ଆପଣ ଚନ୍ଦା କି? ମନଦୁଃଖ କରନ୍ତୁନି, ଅଧିକାଂଶ ଝିଅଙ୍କ ପ୍ରଥମ ପସନ୍ଦ ଚନ୍ଦା ପୁରୁଷ

ଆଜିକାଲି କମ୍‌ ବୟସରୁ ଅନେକ ଯୁବକଙ୍କର କେଶ ଝଡ଼ି ଯାଉଛି। ଏହାର ରହିଛି ଅନେକ କାରଣ। ପ୍ରଦୂଷଣ‌ ଓ ଅଧିକ ମାନସିକ ଚିନ୍ତା ସେଥିମଧ୍ୟରୁ ଅନ୍ୟତମ।   ଚନ୍ଦାପଣରୁ ମୁକ୍ତି ପାଇବା ପାଇଁ ଲୋକମାନେ ହେୟାର ଟ୍ରାନ୍ସପ୍ଲାଣ୍ଟ କରିବାକୁ ମଧ୍ୟ ପଛାଉନାହାନ୍ତି। ତେବେ ଚନ୍ଦା ବ୍ୟକ୍ତିଙ୍କ ପାଇଁ ଏବେ ଏକ ଭଲ ଖବର। ଏକ ଗବେଷଣାରୁ ଜଣାପଡ଼ିଛି ଚନ୍ଦା ପୁଅମାନେ ଝିଅ ମାନଙ୍କର ପ୍ରଥମ  ପସନ୍ଦ। ପେନ୍‌ସିଲୋଭନିଆ ବିଶ୍ୱବିଦ୍ୟାଳୟରେ  ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି  ଝିଅ ମାନେ ଚନ୍ଦା […]

author-image
Rakesh Mallick
ଅଦ୍ୟତନ ହୋଇଛି
ଆପଣ ଚନ୍ଦା କି? ମନଦୁଃଖ କରନ୍ତୁନି, ଅଧିକାଂଶ ଝିଅଙ୍କ ପ୍ରଥମ ପସନ୍ଦ ଚନ୍ଦା ପୁରୁଷ

bald-head-alamy 123

ଆଜିକାଲି କମ୍‌ ବୟସରୁ ଅନେକ ଯୁବକଙ୍କର କେଶ ଝଡ଼ି ଯାଉଛି। ଏହାର ରହିଛି ଅନେକ କାରଣ। ପ୍ରଦୂଷଣ‌ ଓ ଅଧିକ ମାନସିକ ଚିନ୍ତା ସେଥିମଧ୍ୟରୁ ଅନ୍ୟତମ।   ଚନ୍ଦାପଣରୁ ମୁକ୍ତି ପାଇବା ପାଇଁ ଲୋକମାନେ ହେୟାର ଟ୍ରାନ୍ସପ୍ଲାଣ୍ଟ କରିବାକୁ ମଧ୍ୟ ପଛାଉନାହାନ୍ତି। ତେବେ ଚନ୍ଦା ବ୍ୟକ୍ତିଙ୍କ ପାଇଁ ଏବେ ଏକ ଭଲ ଖବର। ଏକ ଗବେଷଣାରୁ ଜଣାପଡ଼ିଛି ଚନ୍ଦା ପୁଅମାନେ ଝିଅ ମାନଙ୍କର ପ୍ରଥମ  ପସନ୍ଦ। ପେନ୍‌ସିଲୋଭନିଆ ବିଶ୍ୱବିଦ୍ୟାଳୟରେ  ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି  ଝିଅ ମାନେ ଚନ୍ଦା ଲୋକଙ୍କୁ ଅଧିକ ପସନ୍ଦ କରିଥାନ୍ତି। ଯଦି ଆପଣଙ୍କ ଚୁଟି ଝଡୁଛି ଏବଂ ଏଥିପାଇଁ  ଆପଣଙ୍କ ମନରେ ହୀନ ଭାବନା ସୃଷ୍ଟି ହେଉଛି ତେବେ ଏହାକୁ ଦୂର କରନ୍ତୁ।

Advertisment

କଣ କହୁଛି ଗବେଷଣା

ଗବେଷକଙ୍କ ମତରେ କମ୍ କିମ୍ବା ଘନ ଚୁଟି ଥିବା ପୁରୁଷଙ୍କ ଅପେକ୍ଷା ଚନ୍ଦା ଲୋକଙ୍କ ବ୍ୟକ୍ତିତ୍ୱ  ଅଧିକ ପ୍ରଭାବଶାଳୀ। ଗବେଷକ ମାନେ ବିଶ୍ୱବିଦ୍ୟାଳୟରେ ୫୫୨ ଯୁବକ ଯୁବତୀଙ୍କୁ ନେଇ  ଲିଖିତ ଏବଂ ମୌଖିକ ଆକାରରେ ତଥ୍ୟ ଏକାଠି କରିଥିଲେ। ତଥ୍ୟ ଅନୁଯାୟୀ ପ୍ରାକୃତିକ ଭାବେ ଚନ୍ଦା ଥିବା ପୁରୁଷ ଅଧିକ ଆକର୍ଷଣୀୟ ହୋଇଥାନ୍ତି।

ଚନ୍ଦାବ୍ୟକ୍ତି ଅଧିକ ପରିପକ୍ୱ

ରିପୋର୍ଟ ଅନୁସାରେ ଚନ୍ଦାପଣର ଶିକାର ହୋଇଥିବା ପୁରୁଷ ନିଜ ବୟସରୁ ଅଧିକ ବୟସ୍କ ନଜର ଆସିଥାନ୍ତି। ବିଶ୍ୱସ୍ତ,ବୁଝାମଣା ଓ ପରିପକ୍ୱ ଆଦିକୁ ଦେଖାଗଲେ ଚନ୍ଦା ପୁରୁଷ ଖୁବ୍‌ ଆଗରେ ରହିଥାନ୍ତି।

Advertisment