Advertisment

Odia food Recipe: ମଞ୍ଜା ପେଟିସ୍- manja petis Odia recipe

ଆବଶ୍ୟକ ସାମଗ୍ରୀ: ମଞ୍ଜା ବନ୍ଧାକୋବି ଗାଜର ପନିର୍ ଧନିଆପତ୍ର ଚାଉଳ ଚୂନା ବେସ କଟା ପିଆଜ ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଲୁଣ ତେଲ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବନ୍ଧାକୋବି, ଗାଜର, ପନିର୍ ଓ ଧନିଆପତ୍ରରେ ଲୁଣ, ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ଦେଇ ଭଲଭାବେ ଭାଜି ପୁର ପ୍ରସ୍ତୁତ କରନ୍ତୁ। ମନେ ରଖିବେ ବନ୍ଧାକୋବି ଓ ଗାଜରକୁ ସରୁ ସରୁ କରି କାଟିବେ। ସେହିପରି ପନିରକୁ ମଧ୍ୟ ଛୋଟ ଛୋଟ କରିବେ। ପୁର ପ୍ରସ୍ତୁତ […]

ଅଦ୍ୟତନ ହୋଇଛି
Odia food Recipe: ମଞ୍ଜା ପେଟିସ୍- manja petis Odia recipe

patties

Advertisment

ଆବଶ୍ୟକସାମଗ୍ରୀ:

  • ମଞ୍ଜା
  • ବନ୍ଧାକୋବି
  • ଗାଜର
  • ପନିର୍
  • ଧନିଆପତ୍ର
  • ଚାଉଳ ଚୂନା
  • ବେସ
  • କଟା ପିଆଜ
  • ହଳଦୀ ଗୁଣ୍ଡ
  • ଲଙ୍କା ଗୁଣ୍ଡ
  • ଲୁଣ
  • ତେଲ
Advertisment

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ବନ୍ଧାକୋବି, ଗାଜର, ପନିର୍ ଓ ଧନିଆପତ୍ରରେ ଲୁଣ, ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ଦେଇ ଭଲଭାବେ ଭାଜି ପୁର ପ୍ରସ୍ତୁତ କରନ୍ତୁ। ମନେ ରଖିବେ ବନ୍ଧାକୋବି ଓ ଗାଜରକୁ ସରୁ ସରୁ କରି କାଟିବେ। ସେହିପରି ପନିରକୁ ମଧ୍ୟ ଛୋଟ ଛୋଟ କରିବେ। ପୁର ପ୍ରସ୍ତୁତ କରୁଥିବା ବେଳେ ଅନ୍ୟ ଏକ ପାତ୍ରରେ ମଞ୍ଜାକୁ ଲୁଣ ଦେଇ ସିଝାନ୍ତୁ।

ଏ ଦୁଇଟି କାମ ସରିଲା ପରେ ଚାଉଳ ଚୂନା, ବେସନ ଓ ଧନିଆପତ୍ରକୁ ମିଶାଇ ଆଣ ପ୍ରସ୍ତୁତ କରନ୍ତୁ। ତାପରେ ସିଝା ମଞ୍ଜାରେ ପ୍ରସ୍ତୁତ ଆଣ, କଟା ପିଆଜ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲଭାବେ ଗୋଳାନ୍ତୁ।

Advertisment

ଏବେ କଡ଼େଇରେ ତେଲ ଗରମ କରି ପ୍ରସ୍ତୁତ ମଞ୍ଜା ଆଣ ପକାନ୍ତୁ ଓ ତା’ଉପରେ କିଛି ପରିବା ପୂର ଦିଅନ୍ତୁ। ଏହା ପରେ ତା’ଉପରେ ପୁଣି ମଞ୍ଜା ଆଣ ଦିଅନ୍ତୁ। ଏବେ ଘୋଡ଼ଣୀ ଘୋଡ଼ାଇ ୫ ମିନିଟ୍ ସେମିତି ଛାଡ଼ି ଦିଅନ୍ତୁ। ୫ ମିନିଟ୍ ପରେ ଘୋଡ଼ଣୀ ବାହାର କରି ଏହାକୁ ଲେଉଟାଇ ଦିଅନ୍ତୁ ଏବଂ ପୁଣି କିଛି ସମୟ ପାଇଁ ଘୋଡ଼ାଇ ଦିଅନ୍ତୁ। ଦୁଇ ପଟ ଭଲ ଭାବେ ହୋଇଗଲେ, ଏହାକୁ ଏକ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଗରମା ଗରମ୍‌ ମଞ୍ଜା ପେଟିସ୍’।

Odia Food Recipe Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe