Advertisment

ତଳିପାଦରେ ରହିଛି ସୌନ୍ଦର୍ଯ୍ୟର ରହସ୍ୟ; ପଢ଼ନ୍ତୁ ଓ ଅଭ୍ୟାସ କରନ୍ତୁ

ଦୈନନ୍ଦିନ ବ୍ୟସ୍ତତା ମଧ୍ୟରେ ଆମେ ଶରୀରର ଯତ୍ନ ନେଇ ପାରୁ ନାହିଁ। ନା ସ୍ୱାସ୍ଥ୍ୟର ଯତ୍ନ ନେଉ ନା ସୌନ୍ଦର୍ଯ୍ୟର। ତେବେ ରାତିରେ ଶୋଇବା ପୂର୍ବରୁ ଆପଣ ଯଦି ୧୦-୧୫ ମିନିଟ୍ ସମୟ ଦେଇ ପାରିବେ ତା’ହେଲେ ନିଜ ଶରୀର ପାଇଁ ବଡ଼ ଉପକାର କରି ପାରିବେ। ଆପଣମାନେ ଜାଣିଛନ୍ତି ତଳିପାଦ ଆମ ଶରୀର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ।  ଶରୀରର ସମସ୍ତ ଅଙ୍ଗ ଏହା ସହିତ ଯୋଡ଼ି ହୋଇଛି। ସେଥିପାଇଁ କୁହାଯାଏ ଶୀତ ଦିନେ ବିନା ଚପଲରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ତଳିପାଦରେ ରହିଛି ସୌନ୍ଦର୍ଯ୍ୟର ରହସ୍ୟ; ପଢ଼ନ୍ତୁ ଓ ଅଭ୍ୟାସ କରନ୍ତୁ

rubbing-feet

ଦୈନନ୍ଦିନ ବ୍ୟସ୍ତତା ମଧ୍ୟରେ ଆମେ ଶରୀରର ଯତ୍ନ ନେଇ ପାରୁ ନାହିଁ। ନା ସ୍ୱାସ୍ଥ୍ୟର ଯତ୍ନ ନେଉ ନା ସୌନ୍ଦର୍ଯ୍ୟର। ତେବେ ରାତିରେ ଶୋଇବା ପୂର୍ବରୁ ଆପଣ ଯଦି ୧୦-୧୫ ମିନିଟ୍ ସମୟ ଦେଇ ପାରିବେ ତା’ହେଲେ ନିଜ ଶରୀର ପାଇଁ ବଡ଼ ଉପକାର କରି ପାରିବେ। ଆପଣମାନେ ଜାଣିଛନ୍ତି ତଳିପାଦ ଆମ ଶରୀର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ।  ଶରୀରର ସମସ୍ତ ଅଙ୍ଗ ଏହା ସହିତ ଯୋଡ଼ି ହୋଇଛି। ସେଥିପାଇଁ କୁହାଯାଏ ଶୀତ ଦିନେ ବିନା ଚପଲରେ ବୁଲାବୁଲି କରିବା ଉଚିତ ନୁହେଁ, ନ ହେଲେ ଥଣ୍ଡା ଓ ଜର ଆଦି ହେବ।

Advertisment

ଏକ ଗବେଷଣାରୁ ଜଣାପଡ଼ିଛି, ରାତିରେ ୧୦-୧୫ ମିନିଟ୍ ତଳିପାଦକୁ ରଗଡ଼ିଲେ ଶରୀରର ସନ୍ତୁଳନ ବଜାୟ ରହେ। ଶରୀରରେ ଜମା ହୋଇଥିବା ଆବର୍ଜନା ବାହାରି ଆସେ। ମୋଟାପଣ ହ୍ରାସରେ ବି ଏହା ସାହାଯ୍ୟ କରେ। ସବୁଠୁ ବଡ଼ କଥା ହେଲା ମୁହଁର ତ୍ୱଚା ମଜଭୁତ ହୁଏ ଓ ଅଧିକ ଉଜ୍ୱଳ ଦେଖାଯାଏ। କିନ୍ତୁ ମନେ ରଖିବା ଉଚିତ ଯେ କେବଳ ରାତିରେ ଶୋଇବା ପୂର୍ବରୁ ହିଁ ତଳିପାଦକୁ ରଗଡ଼ିବେ।