/odisha-reporter/media/post_attachments/uploads/2017/03/toilet01-4-1490539813-189690-khaskhabar-1.jpg)
toilet
ରାତିରେ ବାରମ୍ବାର ପରିସ୍ରା କରିବାକୁ ଯିବା ସମସ୍ତଙ୍କୁ ବିରକ୍ତି ଦେଇଥାଏ। ଏହାଦ୍ୱାରା ଠିକ୍ରେ ନିଦ ହୋଇ ନ ଥାଏ ଓ ପରଦିନ ମାନ୍ଦା ମାନ୍ଦା ଲାଗିଥାଏ। ଏପରି ସମସ୍ୟାରୁ ନିସ୍ତାର ପାଇବାର ଉପାୟ ମଧ୍ୟ ରହିଛି। ସାମାନ୍ୟ ସଚେତନତା ଦ୍ୱାରା ଏହି ସମସ୍ୟା ବହୁ ମାତ୍ରାରେ ଦୂର ହୋଇପାରିବ। ରାତିରେ ବାରମ୍ବାର ପରିସ୍ରା ଲାଗିବା ଲୁଣ ଖାଇବା ଉପରେ ନିର୍ଭର କରିଥାଏ। ଲୁଣ ଅଧିକ ଖାଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ। ଲୁଣ ଖାଇବା କମାଇ ଦେଲେ ଏଥିରୁ ମୁକ୍ତି ମିଳି ପାରିବ ବୋଲି ଏକ ସର୍ଭେରୁ ଜଣାପଡ଼ିଛି।
Advertisment
ବ୍ରିଟେନର ଜଣେ ଡାକ୍ତର କହିଛନ୍ତି, ଖାଇବା ପିଇବା ଠିକ୍ କଲେ ଏହି ସମସ୍ୟାରୁ ମଧ୍ୟ ମୁକ୍ତି ପାଇପାରିବେ। ବିଶେଷ କରି ୬୦ ବର୍ଷ ପରେ ଏହି ସମସ୍ୟା ବେଶି ଦେଖାଯାଇଥାଏ। ଏଥିରେ ଶିକାର ହେଉଥିବା ଲୋକମାନଙ୍କୁ ରାତିରେ ନିଦ ହୋଇ ନ ଥାଏ। ଏହାଦ୍ୱାରା ଲୋକେ ଚିଡଚିଡ଼ା ହୋଇଥାନ୍ତି।
ସର୍ଭେରୁ ଜଣାପଡ଼ିଛି ଲୁଣ ଖାଇବା କମାଇ ଦେବା ଫଳରେ ତାଙ୍କୁ ରାତିରେ ଥରେ ବା ଦୁଇ ଥର ପରିସ୍ରା ହୋଇଥାଏ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
