Advertisment

ଶରୀର ପାଇଁ ଲାଭଦାୟକ ଗାଜର

ଭୁବନେଶ୍ୱର: ଗାଜର ଦେଖିବାକୁ ଯେତିକି ସୁନ୍ଦର ଆମ ଶରୀର ପାଇଁ ସେତିକି ଲାଭଦାୟକ। ଗାଜରକୁ ଆମେ କଞ୍ଚା  କିମ୍ୱା ରୋଷେଇ କରି ଖାଇ ପାରିବା। ସାଧାରଣତଃ ଶୀତ ଦିନେ ଅଧକ ମାତ୍ରାରେ ମିଳୁଥିବା ଗାଜରରେ ବହୁ ଭିଟାମିନ୍‌ ଭରି ରହିଛି। ଦୀର୍ଘ ୧୦ ବର୍ଷ ଧରି ନେଦରଲ୍ୟାଣ୍ଡରେ  କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଗାଜର ଆମ ଶରୀର ପାଇଁ ଅତି ଲାଭଦାୟକ। ଏହାକୁ ଯେକୌଣସି ସମୟରେ ଖିଆଯାଇ ପାରିବ। ଲାଲ୍‌ ଓ ନାରଙ୍ଗୀ ରଙ୍ଗ ବ୍ୟତୀତ ବିଶ୍ୱର ଭିନ୍ନଭିନ୍ନ […]

ଅଦ୍ୟତନ ହୋଇଛି
ଶରୀର ପାଇଁ ଲାଭଦାୟକ ଗାଜର

carrot

Advertisment

carrotଭୁବନେଶ୍ୱର: ଗାଜର ଦେଖିବାକୁ ଯେତିକି ସୁନ୍ଦର ଆମ ଶରୀର ପାଇଁ ସେତିକି ଲାଭଦାୟକ। ଗାଜରକୁ ଆମେ କଞ୍ଚା  କିମ୍ୱା ରୋଷେଇ କରି ଖାଇ ପାରିବା।

Advertisment

ସାଧାରଣତଃ ଶୀତ ଦିନେ ଅଧକ ମାତ୍ରାରେ ମିଳୁଥିବା ଗାଜରରେ ବହୁ ଭିଟାମିନ୍‌ ଭରି ରହିଛି। ଦୀର୍ଘ ୧୦ ବର୍ଷ ଧରି ନେଦରଲ୍ୟାଣ୍ଡରେ  କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଗାଜର ଆମ ଶରୀର ପାଇଁ ଅତି ଲାଭଦାୟକ। ଏହାକୁ ଯେକୌଣସି ସମୟରେ ଖିଆଯାଇ ପାରିବ।

ଲାଲ୍‌ ଓ ନାରଙ୍ଗୀ ରଙ୍ଗ ବ୍ୟତୀତ ବିଶ୍ୱର ଭିନ୍ନଭିନ୍ନ ସ୍ଥାନରେ ହଳଦିଆ, କଳା ଓ  ଧଳା ରଙ୍ଗର ଗାଜର ମଧ୍ୟ ଦେଖିବାକୁ ମିଳିଥାଏ।

Advertisment

ଗାଜରରେ ଭରପୂର ମାତ୍ରାରେ ଭିଟାମିନ୍‌ ଏ ବ୍ୟତୀତ, ଭିଟାମିନ୍‌ ସି, କେ, ବି ୨,  ବି ୩, ବି ୬ ଓ ଇ ରହିଛି। ଏହାଛଡ଼ା ଏଥିରେ  ଫାଇବର, ପୋଟାସିୟମ୍‌,  କପର୍‌ ଓ ଜିଙ୍କ୍‌ ମଧ୍ୟ ରହିଛି।

ଗାଜର ଖାଇବା ଦ୍ୱାରା ସ୍ତନ କର୍କଟରୁ ରକ୍ଷା ମିଳିଥାଏ। ଆଖି ବିଶେଷଜ୍ଞଙ୍କ କହିବାନୁସାରେ ଗାଜରରେ ବିଟା କେରାଟିନ୍‌ ରହିଥିବାରୁ ଏହାକୁ ପ୍ରତିଦିନ ଖାଇବା ଦ୍ୱାରା  ଦୃଷ୍ଟି ଶକ୍ତି  ଠିକ୍‌ ରହିଥାଏ। ଏହାସହିତ ଆଖି ସମ୍ପର୍କିତ କୌଣସି  ରୋଗ ହେବାର ଆଶଙ୍କା ହ୍ରାସ ଘଟିଥାଏ।

ଗାଜରରେ ରହିଥିବା ପୋଷକ ତତ୍ତ୍ୱ ଆମ ଶରୀରକୁ ଶକ୍ତି ଯୋଗାଇଥାଏ। ତେଣୁ ଗାଜର ଖାଇବା ଦ୍ୱାରା ସାରାଦିନ ଫୁର୍ତ୍ତିରେ କାମ କରିବାକୁ ଶକ୍ତି ମିଳିଥାଏ।

ହାଡ଼ ରୋଗ ଥିଲେ ଗାଜର ଖାଇବା ଉଚିତ, ଯାହାଦ୍ୱାରା ଶରୀରରେ କ୍ୟାଲସିୟମ୍‌ ମାତ୍ରା  ବୃଦ୍ଧି ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe