Advertisment

ଶରୀର ପାଇଁ ଲାଭଦାୟକ ତୁଳସୀ

ତୁଳସୀକୁ ପ୍ରତି ଘରେ ଦେବୀ ଭାବେ ପୂଜା କରାଯାଇଥାଏ। ସାଧାରଣତଃ ଯେଉଁ ଘରେ ତୁଳସୀ ରହିଥାଏ, ସେହି ଘରେ ଭଗବାନ ବାସ କରନ୍ତି ବୋଲି ବିଶ୍ୱାସ ରହିଛି। ତୁଳସୀ କେବଳ ଆମର ଧର୍ମର ପ୍ରତୀକ ନୁହଁ ତା’ର ପତ୍ରରେ ଭରି ରହିଛି ଔଷଧୀୟ ଗୁଣ । ତେଣୁ ତୁଳସୀକୁ ଆୟୁର୍ବେଦ ଚିକିତ୍ସାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ତୁଳସୀପତ୍ର ସେବନ କରିପାରିବେ । ଆଜିକାଲିର ଲୋକମାନେ ଅନେକ ରୋଗର […]

author-image
Rakesh Mallick
ଅଦ୍ୟତନ ହୋଇଛି
ଶରୀର ପାଇଁ ଲାଭଦାୟକ ତୁଳସୀ

tulasi

ତୁଳସୀକୁ ପ୍ରତି ଘରେ ଦେବୀ ଭାବେ ପୂଜା କରାଯାଇଥାଏ। ସାଧାରଣତଃ ଯେଉଁ ଘରେ ତୁଳସୀ ରହିଥାଏ, ସେହି ଘରେ ଭଗବାନ ବାସ କରନ୍ତି ବୋଲି ବିଶ୍ୱାସ ରହିଛି। ତୁଳସୀ କେବଳ ଆମର ଧର୍ମର ପ୍ରତୀକ ନୁହଁ ତା’ର ପତ୍ରରେ ଭରି ରହିଛି ଔଷଧୀୟ ଗୁଣ । ତେଣୁ ତୁଳସୀକୁ ଆୟୁର୍ବେଦ ଚିକିତ୍ସାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ତୁଳସୀପତ୍ର ସେବନ କରିପାରିବେ ।

Advertisment

ଆଜିକାଲିର ଲୋକମାନେ ଅନେକ ରୋଗର ଶିକାର ହେବା ସହ  ଡାକ୍ତର ଓ ଔଷଧ କିଣାରେ ଟଙ୍କା ଅପଚୟ କରୁଛନ୍ତି। ଯଦି ଆପଣଙ୍କ ଘରେ ତୁଳସୀ ଗଛ ରହିଛି ତେବେ ଚିନ୍ତା କରିବାର ନାହିଁ। ତୁଳସୀ ଥଣ୍ଡା, କାଶ, ଜ୍ୱର,ନିମୋନିଆ ପରି ଅନେକ ରୋଗରେ ଚମତ୍କାର ରୂପରେ ନିଜର ପ୍ରଭାବ ପକାଇଥାଏ। ତୁଳସୀ ପତ୍ର ମିଶା ପାଣି ପିଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ଏକ ଚାମଚ ତୁଳସୀକୁ ପାଣି ସହ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ପେଟ ଯନ୍ତ୍ରଣା ଅନୁଭବ କଲେ ନାଭି ଓ ପେଟ ନିକଟରେ ଲଗାଇବା ଦ୍ୱାରା ଆରାମ ମିଳିଥାଏ। ତୁଳସୀର କୋମଳ ପତ୍ର  ଓ ଅଦା କିଛି ସମୟ  ଚୋବାଇବା ଦ୍ୱାରା କାଶ ଓ ଥଣ୍ଡାରୁ ରକ୍ଷା ମିଳିଥାଏ। ତୁଳସୀ ରକ୍ତରେ ଥିବା କୋଲେଷ୍ଟ୍ରଲ ସ୍ତର ହ୍ରାସ କରିଥାଏ। ଅଲସର କିମ୍ବା ପାଟିରେ କିଛି ସଂକ୍ରମଣ ହେଉଥିଲେ ତୁଳସୀ ଲାଭଦାୟକ ସାବ୍ୟସ୍ତ ହୋଇଛି। ପ୍ରତିଦିନ ତୁଳସୀର କିଛି ପତ୍ର ଚୋବାଇବା ଦ୍ୱାରା ପାଟି ସଂକ୍ରମଣରୁ ଦୂର ହୋଇଥାଏ। ତୁଳସୀର ଶୁଖିଲାପତ୍ର ସୋରିଷ ତେଲରେ ମିଶାଇ ଦାନ୍ତ ସଫା କରିବା ଦ୍ୱାରା ପାଟି ଦୁର୍ଗନ୍ଧ ଦୂରେଇ ଯାଇଥାଏ।  ମୁଣ୍ଡ ବିନ୍ଧା ପାଇଁ ତୁଳସୀ ଏକ ପ୍ରମୁଖ ଔଷଧ  ପରି କାର୍ଯ୍ୟ କରିଥାଏ। ତୁଳସୀ ମିଶା ପାଣି ପିଇବା ଦ୍ୱାରା ମୁଣ୍ଡ ବିନ୍ଧାରୁ ଉପଶମ ମିଳିଥାଏ। ସେହିପରି ତୁଳସୀ ତେଲରେ ଭିଟାମିନ୍ ସି ରହିବା ସହ କ୍ୟାଲସିୟମ୍ ଓ ଫସଫରସ୍ ଭରି ରହିଥାଏ।