ଏହି ଟ୍ରିକ୍‌ ଆପଣାନ୍ତୁ ୨ ମିନିଟ୍‌ରେ ଆସିବ ନିଦ

କିଛି ଲୋକ ଏମିତି ଅଛନ୍ତି ବିଛଣାକୁ ଯାଉ ଯାଉ ତାଙ୍କୁ ନିଦ ଆସିଯାଏ। କିନ୍ତୁ କିଛି ଲୋକ ନିଦ ପାଇଁ ସଂଘର୍ଷ କରନ୍ତି। ବିଛଣାରେ ଏପଟସେପଟ ହୋଇ ରାତି ଗଡ଼ିଯାଏ। ହେଲେ ଭଲ ନିଦ ଟିକେ ହୁଏନି।

ଯଦି ଆପଣ ଏମିତି କିଛି ସମସ୍ୟା ଭୋଗୁଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। ଆମେ ବତାଇବୁ ସୁଖ ନିଦ୍ରାର ଉପାୟ। ଯାହାକୁ ଉପଯୋଗ କଲେ ଆପଣଙ୍କୁ ୨ ମିନିଟ୍‌ରେ  ନିଦ ଆସିଯିବ।

ଏକ ରିପୋର୍ଟ ଅନୁଯାୟୀ, ଉକ୍ତ ଟ୍ରିକ୍‌କୁ ଆମେରିକା ସେନା ବ୍ୟବହାର କରନ୍ତି। ବିଷେଶ କରି ଯୁଦ୍ଧ ସମୟରେ ଏମାନେ ଏହି ଉପାୟକୁ ବ୍ୟବହାର କରିଥାନ୍ତି। ଏନେଇ  ‘Relax and Win ବହିର ଏ ବିଷୟରେ ଉଲ୍ଲେଖ ରହିଛି। ୧୯୮୧ ମସିହାରେ ଏହି ବହିଟି ଛପାଯାଇଥିଲା। ଏବେ Joe.co.uk ୱେବସାଇଟ୍‌ରେ ଏହି ବହିକୁ ନେଇ ଆନ୍ତର୍ଜାତିକସ୍ତରରେ ବେଶ ଚର୍ଚ୍ଚା ହୋଇଛି।  

ଟ୍ରିକ୍‌ଟି ହେଉଛି ଆପଣ ନିଜ ଶରୀରର ମସଲ୍‌ ଏବଂ ମୁହଁକୁ ରିଲାକ୍ସ କରନ୍ତୁ। ବାହାରକୁ ଜିଭ ବାହାର କରି ମନ ଭିତରେ ଥିବା ସବୁପ୍ରକାର ଟେନ୍‌ସନକୁ ଆଖିଦେଇ ବାହାର କରିବାକୁ ଚେଷ୍ଟା କରନ୍ତୁ।

ପରେ ଆପଣ ମୁଣ୍ଡ ଭିତରେ ଥିବା ସମସ୍ତ ପ୍ରକାର ଚିନ୍ତାକୁ ବାହାର କରିଦିଅନ୍ତୁ। ଏକ ରିପୋର୍ଟ ଅନୁସାରେ ୬ ସପ୍ତାହ ଧରି ଏହି ଟ୍ରିକ୍‌ ଆପଣାଇ ୯୬ ପ୍ରତିଶତ ଲୋକ ଏଥିରେ ସଫଳ ହୋଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।