ଆବଶ୍ୟକ ସାମଗ୍ରୀ: ସିମେଇ, ବାସୁମତୀ ଚାଉଳ, ମିଲ୍କମେଡ୍, କ୍ଷୀର, ଚିନି, କାଜୁ, କିସ୍ମିସ୍, ଗୁଜରାତି ଗୁଣ୍ଡ ଓ ଘିଅ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାସୁମତୀ ଚାଉଳକୁ ସିଝାଇ ରଖନ୍ତୁ। କଡ଼େଇରେ ଘିଅ ଗରମ କରି ସେଥିରେ ସିମେଇକୁ ଭଲଭାବେ ଭାଜନ୍ତୁ। ସିମେଇ ଭଲଭାବେ ଭାଜି ହୋଇଗଲେ ଏଥିରେ ମିଲ୍କମେଡ୍ ପକାଇ ଆଉଟିକେ ଭାଜନ୍ତୁ। ସିମେଇ ହୋଇଗଲା ପରେ ତାକୁ ଏକ ବାଉଲ୍ରେ ପଲିଥିନ୍ ଦେଇ ଗୋଲ୍ ଆକାର କରିଦିଅନ୍ତୁ। ଏହାପରେ ଏହି ସିମେଇ ବାଉଲ୍କୁ ଫ୍ରିଜର୍ରେ ୧୦ ମିନିଟ୍ ରଖିଦିଅନ୍ତୁ।
୧୦ ମିନିଟ୍ ପରେ ବାଉଲ୍ରୁ ସିମେଇକୁ ବାହାର କରିଦିଅନ୍ତୁ। ଏବେ ଏକ ପାତ୍ରରେ କ୍ଷୀର ଫୁଟାନ୍ତୁ। କ୍ଷୀର ଫୁଟିବା ପରେ ଏଥିରେ ମିଲ୍କମେଡ୍ ଓ ସିଝା ବାସୁମତୀ ଚାଉଳ ପକାଇ ଭଲଭାବେ ଗୋଳାନ୍ତୁ। କ୍ଷୀର ବହଳ ହୋଇଗଲେ ସେଥିରେ ଅଳ୍ପ ଚିନି, କାଜୁ, କିସ୍ମିସ୍, ଗୁଜରାତି ଗୁଣ୍ଡ ପକାଇ ଭଳଭାବେ ଗୋଳାନ୍ତୁ। ଏହାପରେ ପ୍ରସ୍ତୁତ ସିମେଇ ବାଉଲ୍ରେ କ୍ଷୀରକୁ ଢାଳି ତା’ଉପରେ କାଜୁ କିସ୍ମିସ୍ ଓ କେସର ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ସିମେଇ ବାର୍ଡ଼ ନେଷ୍ଟ’।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।