ଗ୍ରହରାଜ ଶନିଙ୍କୁ ଖୁସି କରିବାକୁ ଆଉ ଏକ ସୁଯୋଗ; ୧୦ ବର୍ଷ ପରେ ଆସନ୍ତାକାଲି ପଡୁଛି ଶନିଶ୍ଚର ଅମାବାସ୍ୟା

ନୂଆଦିଲ୍ଲୀ: ଦୀର୍ଘ ୧୦ ବର୍ଷ ପରେ ଶନିବାର ଦିନରେ ଚଳିତବର୍ଷ ଶନିଶ୍ଚର ଅମାବାସ୍ୟା ପଡୁଥିବାରୁ ଏହାର ସ୍ୱତନ୍ତ୍ରତା ଅଧିକ ରହିଛି। ଏହା ପୂର୍ବରୁ ବର୍ଷ ୨୦୦୭ରେ ଅମାବାସ୍ୟା ଶନିବାର ଦିନ ପଡ଼ିଥିଲା। ଶନିବାର ଦିନ ଅମାବାସ୍ୟା ପଡୁଥିବାରୁ ଏହାକୁ ଶନି ଅମାବାସ୍ୟା ତଥା ଶନିଶ୍ଚର ଅମାବାସ୍ୟା କୁହାଯାଇଥାଏ। ଏହି ପବିତ୍ର ଦିନରେ ଦାନ କରିବା ଦ୍ୱାରା ଅକ୍ଷୟ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶନିବାର ଦିନ ପଡୁଥିବା ଅମାବାସ୍ୟାରେ ପୁଷ୍କରଣୀରେ ସ୍ନାନ କରିବା ଦ୍ୱାରା […]

shani

Rakesh Mallick
  • Published: Friday, 23 June 2017
  • , Updated: 23 June 2017, 08:39 AM IST

ନୂଆଦିଲ୍ଲୀ: ଦୀର୍ଘ ୧୦ ବର୍ଷ ପରେ ଶନିବାର ଦିନରେ ଚଳିତବର୍ଷ ଶନିଶ୍ଚର ଅମାବାସ୍ୟା ପଡୁଥିବାରୁ ଏହାର ସ୍ୱତନ୍ତ୍ରତା ଅଧିକ ରହିଛି। ଏହା ପୂର୍ବରୁ ବର୍ଷ ୨୦୦୭ରେ ଅମାବାସ୍ୟା ଶନିବାର ଦିନ ପଡ଼ିଥିଲା। ଶନିବାର ଦିନ ଅମାବାସ୍ୟା ପଡୁଥିବାରୁ ଏହାକୁ ଶନି ଅମାବାସ୍ୟା ତଥା ଶନିଶ୍ଚର ଅମାବାସ୍ୟା କୁହାଯାଇଥାଏ। ଏହି ପବିତ୍ର ଦିନରେ ଦାନ କରିବା ଦ୍ୱାରା ଅକ୍ଷୟ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶନିବାର ଦିନ ପଡୁଥିବା ଅମାବାସ୍ୟାରେ ପୁଷ୍କରଣୀରେ ସ୍ନାନ କରିବା ଦ୍ୱାରା ପାପ ଧୋଇ ହୋଇଯାଇଥାଏ ବୋଲି ସାଧାରଣତଃ କୁହାଯାଏ।

-ଏହି ଦିନରେ ପୂର୍ବପୁରୁଷଙ୍କ ନାଁରେ କଳା ବସ୍ତ୍ର ଦାନ କରାଯାଏ ବୋଲି ବିଶ୍ୱାସ ରହିଛି।

-ଏହାସହିତ କଳା ରଙ୍ଗର ଖାଦ୍ୟ ବଣ୍ଟନ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ।

-କୁହାଯାଏ ଶନିଙ୍କ ଧାତୁ ଲୁହା ହୋଇଥିବାରୁ ଲୁହା ସହିତ ମକା ଦାନ କଲେ ଶନିଦେବ ଖୁସି ହୁଅନ୍ତି।

ସୌଜନ୍ୟ-ଏନ୍‌ଡିଟିଭି

Related story