Advertisment

ଆତ ଖାଇଲେ ଦୂର ହୁଏ ଶ୍ୱାସ ରୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆତ ଖାଇବାକୁ ଭାରି ସ୍ୱାଦିଷ୍ଟ ଲାଗିଥାଏ। ଏଥିରେ କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଫାଇବର୍‌ ସହିତ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ମଧ୍ୟ ରହିଛି। ଏହାକୁ ଖାଇଲେ ଅନେକ ସମସ୍ୟାରୁ ମୁକ୍ତି ମିଳଥାଏ। ଏପରିକି ଆୟୁର୍ବେଦରେ ଆତ ପତ୍ରକୁ ମଧ୍ୟ ଔଷଧ ଭାବେ ବ୍ୟବହାର କରାଯାଇଥାଏ। ତା’ହେଲେ ଆସନ୍ତୁ ଜାଣିବା, ଆତ ଖାଇଲେ କେଉଁ ସବୁ ରୋଗୀଙ୍କ ପାଇଁ ଭଲ। ୧. ଆତରେ ଭିଟାମିନ୍‌ ‘ବି ୬’ ରହିଛି। ଏହାକୁ ଖାଇଲେ ଶ୍ୱାସ ରୋଗ ଭଲ […]

ଆତ ଖାଇଲେ ଦୂର ହୁଏ ଶ୍ୱାସ ରୋଗ

s1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆତ ଖାଇବାକୁ ଭାରି ସ୍ୱାଦିଷ୍ଟ ଲାଗିଥାଏ। ଏଥିରେ କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଫାଇବର୍‌ ସହିତ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ମଧ୍ୟ ରହିଛି। ଏହାକୁ ଖାଇଲେ ଅନେକ ସମସ୍ୟାରୁ ମୁକ୍ତି ମିଳଥାଏ। ଏପରିକି ଆୟୁର୍ବେଦରେ ଆତ ପତ୍ରକୁ ମଧ୍ୟ ଔଷଧ ଭାବେ ବ୍ୟବହାର କରାଯାଇଥାଏ। ତା’ହେଲେ ଆସନ୍ତୁ ଜାଣିବା, ଆତ ଖାଇଲେ କେଉଁ ସବୁ ରୋଗୀଙ୍କ ପାଇଁ ଭଲ।

Advertisment

୧. ଆତରେ ଭିଟାମିନ୍‌ ‘ବି ୬’ ରହିଛି। ଏହାକୁ ଖାଇଲେ ଶ୍ୱାସ ରୋଗ ଭଲ ହୋଇଥାଏ।

୨. ଏଥିରେ ଥିବା ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌ ହୃଦ୍‌ଜନିତ ବିଭିନ୍ନ ସମସ୍ୟାରୁ ରକ୍ଷା କରିଥାଏ। ଏଥିପାଇଁ ହୃଦ୍‌ରୋଗୀଙ୍କୁ ନିୟମିତ ଆତ ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥା’ନ୍ତି।

publive-image

୩. ଆତରେ ଭିଟାମିନ୍‌ ଏ, ଭିଟାମିନ୍ ସି ଓ ରିବୋଫ୍ଲାବିନ୍‌ ପରି ପୋଷକତତ୍ତ୍ୱ ରହିଛି, ଯାହା ଦୃଷ୍ଟିଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ।

Advertisment

୪. ଏଥିରେ ଥିବା କପର୍‌ ଓ ଆଇରନ୍‌ ଗର୍ଭବତୀଙ୍କ ପାଇଁ ବେଶ୍ ଭଲ। ଗର୍ଭାବସ୍ଥାରେ ଆତ ଖାଇଲେ ଗର୍ଭଜନିତ କଷ୍ଟ ଅନେକାଂଶରେ ଦୂର ହୋଇଥାଏ।

୫. ଆତରେ ଥିବା ଫାଇବର୍‌ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ ଏବଂ ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ।

୬. ଏଥିରେ ଆଇରନ୍‌ ଓ କପର୍‌ ଥିବା ଯୋଗୁ ଏହା ରକ୍ତହୀନତା ସମସ୍ୟାକୁ ଦୂର କରିଥାଏ।

୭. ଆତ ଖାଇଲେ ବ୍ଲଡ୍‌ ପ୍ରେସର କମ୍‌ ହୋଇଥାଏ।

(ବିଦ୍ର- ଶ୍ୱାସ ଓ ଅନ୍ୟାନ୍ୟ ରୋଗୀ ଏହାକୁ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ)

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe