Advertisment

ମନ୍ଦିର ଆଗରୁ ଜୋତା ଚୋରି ଶୁଭ ନା ଅଶୁଭ

ମନ୍ଦିର ଆଗରୁ ଜୋତା ଚୋରି ହେବା କିଛି ନୂଆ କଥା ନୁହେଁ। ମନ୍ଦିର ଆଗରେ ଜୋତା ରଖି ଠାକୁର ଦର୍ଶନ ପାଇଁ ଯିବେ, ଆସିବା ବେଳକୁ ତାହା ଗାଏବ ହୋଇଯାଇଥିବ ଭାବିଲେ କେମିତି ଲାଗୁଛି। ଯଦି ଘରକୁ ଫେରିବାର ଥିବ ତେବେ ଚଳିବ। ହେଲେ ଯଦି କୌଣସି ସ୍ଥାନକୁ ଯାଉଥିବେ କି ଅଫିସ୍‌ ଯିବା ବେଳେ ଏହି ସମସ୍ୟାରେ ପଡିବେ ତେବେ ତ କଥା ସରିଲା। ପକେଟ୍‌ରେ ଟଙ୍କା ଥାଉ କି ନ ଥାଉ ସଙ୍ଗେ ସଙ୍ଗେ […]

ଅଦ୍ୟତନ ହୋଇଛି
ମନ୍ଦିର ଆଗରୁ ଜୋତା ଚୋରି ଶୁଭ ନା ଅଶୁଭ

temple

Advertisment

ମନ୍ଦିର ଆଗରୁ ଜୋତା ଚୋରି ହେବା କିଛି ନୂଆ କଥା ନୁହେଁ। ମନ୍ଦିର ଆଗରେ ଜୋତା ରଖି ଠାକୁର ଦର୍ଶନ ପାଇଁ ଯିବେ, ଆସିବା ବେଳକୁ ତାହା ଗାଏବ ହୋଇଯାଇଥିବ ଭାବିଲେ କେମିତି ଲାଗୁଛି। ଯଦି ଘରକୁ ଫେରିବାର ଥିବ ତେବେ ଚଳିବ। ହେଲେ ଯଦି କୌଣସି ସ୍ଥାନକୁ ଯାଉଥିବେ କି ଅଫିସ୍‌ ଯିବା ବେଳେ ଏହି ସମସ୍ୟାରେ ପଡିବେ ତେବେ ତ କଥା ସରିଲା। ପକେଟ୍‌ରେ ଟଙ୍କା ଥାଉ କି ନ ଥାଉ ସଙ୍ଗେ ସଙ୍ଗେ କିଣିବାକୁ ପଡିବ। ଏହା କିଛି ସମୟ ପାଇଁ ସମସ୍ୟାରେ ପକାଇ ପାରେ। ହେଲେ ମନ୍ଦିର ଆଗରୁ ଜୋତା ଚୋରି ହେବା ଏକ ଶୁଭ ସଙ୍କେତ। ଏହା ଆମେ ନୁହେଁ, ଶାସ୍ତ୍ରରେ ଉଲ୍ଲେଖ ରହିଛି। ଯଦି ଶନିବାର ଦିନ ଆପଣଙ୍କ ଜୋତା ଚୋରି ହୋଇଯାଏ ତେବେ ଏହା ଅଧିକ ଶୁଭ ହୋଇଥାଏ ।

Advertisment

ବିଶ୍ୱାସ ଅନୁଯାୟୀ ପାଦରେ ଶନି ଗ୍ରହର ପ୍ରଭାବ ପଡିଥାଏ। ଶନି ସାଢେ ସାତ କିମ୍ୱା ଦେଢ ଚାଲୁଥିଲେ ଶନିଗ୍ରହର କୋପ ଦୃଷ୍ଟି ଅଧିକ ବଢିଯାଇଥାଏ। ଏହି କ୍ଷେତ୍ରରେ ଜ୍ୟୋତିଷ ବିଷାରଦମାନେ ନିଜ ପିନ୍ଧା ଜୋତା ଅବା ନୂଆ ଜୋତା ଦାନ କରିବାକୁ ପରାମର୍ଶ ଦେଇଥାନ୍ତି।

ମନ୍ଦିରରେ ଜୋତା ଦାନ କଲେ କିମ୍ୱା ଚୋରି ହୋଇଗଲେ ଶନିଦଶାରୁ ମୁକ୍ତି ମିଳିଥାଏ। ମନ୍ଦିରରେ ଜୋତା ଚୋରି ହୋଇ ଗଲେ ଦୁଃଖିତ ହୁଅନ୍ତୁ ନାହିଁ।ଏହା ଆପଣଙ୍କ ପାଇଁ ଏକ ଶୁଭ ସଙ୍କେତ। ଶନିଙ୍କ ଯୋଗୁଁ ଆପଣ ଭୋଗୁଥିବା କଷ୍ଟ କମି ଯାଇଥାଏ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe