/odisha-reporter/media/post_attachments/uploads/2017/09/look-taller.jpg)
କେବଳ କମ୍ ଉଚ୍ଚତା ଥିବା ଝିଅମାନଙ୍କର ନୁହେଁ, ପୁଅମାନଙ୍କର ମଧ୍ୟ ସଠିକ ଡ୍ରେସିଙ୍ଗ ସେନ୍ସ ରହିବା ଜରୁରୀ। ତା’ହେଲେ ଯାଇ ସେମାନଙ୍କ ବ୍ୟକ୍ତିତ୍ୱରେ ଚମକ ଆସିବ। ଯଦି ଆପଣଙ୍କ ହାଇଟ୍ କମ୍ ତା’ହେଲେ ନିଜ ପାଇଁ ପୋଷାକ ବାଛିବା ସମୟରେ କିଛି କଥା ଉପରେ ବିଶେଷ ଧ୍ୟାନ ରଖନ୍ତୁ। ଯେପରିକି- ଚେକ୍ ପ୍ରିଣ୍ଟ୍ ପ୍ୟାଣ୍ଟ ପିନ୍ଧନ୍ତୁ ନାହିଁ। ଲାଇନିଙ୍ଗ କପଡ଼ା ଅଧିକ ପିନ୍ଧନ୍ତୁ। ଢିଲା ପୋଷାକ ମଧ୍ୟ ପିନ୍ଧନ୍ତୁ ନାହିଁ। ତା’ହେଲେ ଆସନ୍ତୁ ଜାଣିବା କମ୍ ଉଚ୍ଚତାର ପୁଅମାନେ କେମିତି ପୋଷାକ ପିନ୍ଧିବା ଉଚିତ।
ଭର୍ଟିକାଲ ପ୍ରିଣ୍ଟ ଅବା ପାର୍ଟନ୍ରେ ଜଣେ କମ୍ ଉଚ୍ଚର ବ୍ୟକ୍ତି ମଧ୍ୟ ଡେଙ୍ଗା ଲାଗନ୍ତି। ଅନ୍ବ୍ରୋକେନ୍ ଷ୍ଟ୍ରିପ୍ ପୋଷାକ ବି ପିନ୍ଧା ଯାଇପାରେ। ଯେଉଁ କପଡ଼ାରେ ଟେକ୍ସଚର ଥିବ ତାକୁ ବି ପିନ୍ଧାଯାଇପାରେ। ଏଥିରେ ଉଚ୍ଚତା ଅଧିକ ହେଲା ଭଳି ଲାଗେ।
ଅଧିକ ଢିଲା ପୋଷାକ ପିନ୍ଧିଲେ କମ୍ ଉଚ୍ଚତାର ବ୍ୟକ୍ତିମାନଙ୍କ ହାଇଟ୍ ଆହୁରି କମ୍ ଦେଖାଯାଏ। ତେଣୁ କମ୍ ହାଇଟ୍ର ପୁଅମାନେ ସଠିକ ଫିଟିଂ ଡ୍ରେସ୍ ପିନ୍ଧିବା ଉଚିତ। ତେବେ ଅଧିକ ଟାଇଟ୍ ବି ପିନ୍ଧନ୍ତୁ ନାହିଁ। ଏହା ବି ଆପଣଙ୍କ ଲୁକ୍କୁ ଅଡ୍ କରି ଦେବ।
ପୋଷାକର ରଙ୍ଗ ଉପରେ ଦିଅନ୍ତୁ ଗୁରୁତ୍ୱ
କମ୍ ହାଇଟ୍ର ପୁଅମାନେ କେବେବି ଚକଚକିଆ ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ। ଡାର୍କ କଲର୍ର ପୋଷାକ କମ୍ ପିନ୍ଧନ୍ତୁ। ଉଭୟ ସାର୍ଟ ଓ ପ୍ୟାଣ୍ଟର କଲର ଶରୀର ରଙ୍ଗକୁ ମ୍ୟାଚ୍ କରିଥିବା ଦରକାର।
ଯେଉଁ ପୁଅଙ୍କ ହାଇଟ୍ କମ୍ ସେମାନେ ସ୍ପୋର୍ଟ ଜ୍ୟାକେଟ୍ ଅବା ସୁଟ୍ ଜ୍ୟାକେଟ୍ ପିନ୍ଧି ପାରିବେ। ଏଥିରେ ସେମାନେ ଟିକେ ଅଧିକ ଉଚ୍ଚ ଦେଖାଯିବ। ଲୋ ୱେଷ୍ଟ୍ ପ୍ୟାଣ୍ଟ ପିନ୍ଧନ୍ତୁ ନାହିଁ।
ଲମ୍ୱା କପଡା
ଉଚ୍ଚତା କମ୍ ଥିଲେ ପ୍ୟାଣ୍ଟ ଆଦିକୁ ଟିକେ ଲମ୍ବା କରି ସିଲେଇ କରନ୍ତୁ। ତା’ସହିତ ହିଲ୍ ଥିବା ସୁଜ୍ ପିନ୍ଧନ୍ତୁ।
ସୌଜନ୍ୟ- ୟଙ୍ଗିସ୍ତାନ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)

/odisha-reporter/media/post_attachments/wp-content/uploads/2017/09/1-10-300x300.jpg)
/odisha-reporter/media/post_attachments/wp-content/uploads/2017/09/3-8-300x300.jpg)
/odisha-reporter/media/post_attachments/wp-content/uploads/2017/09/2-9-228x300.jpg)