Advertisment

ପୁରୁଣା ତକିଆ ରୋଗ ନୂଆ

ତକିଆ ବିନା ରାତିରେ ଭଲ ନିଦ ହୋଇ ନ ଥାଏ। ଲୋକେ ବିଭିନ୍ନ ପ୍ରକାରର ଟକିଆ ବ୍ୟବହାର କରିଥାନ୍ତି। ତେବେ ଗୋଟିଏ ତକିଆ ଦୀର୍ଘଦିନ ବ୍ୟବହାର ଦ୍ୱାରା ଆପଣଙ୍କୁ ବିଭିନ୍ନ ପ୍ରକାର ରୋଗ ହେବାର ସମ୍ଭାବନା ରହିଛି। ପୁରୁଣା ତକିଆ ବ୍ୟବହାର କରିବା ଦ୍ୱାରା ଇନଫେକ୍ସନ୍‌, ପିଠି  ଓ ବେକ ଯନ୍ତ୍ରଣା ହେବା ସହ ରାତିରେ  ଭଲ ନିଦ ହୋଇ ନ ଥାଏ। ବେଶୀ ଦିନ ତକିଆ ବ୍ୟବହାର କଲେ ସେଥିରେ ମଇଳା ଜମି ରହିଥାଏ । […]

ପୁରୁଣା ତକିଆ ରୋଗ ନୂଆ

best-heatlth-tips

Advertisment

ତକିଆ ବିନା ରାତିରେ ଭଲ ନିଦ ହୋଇ ନ ଥାଏ। ଲୋକେ ବିଭିନ୍ନ ପ୍ରକାରର ଟକିଆ ବ୍ୟବହାର କରିଥାନ୍ତି। ତେବେ ଗୋଟିଏ ତକିଆ ଦୀର୍ଘଦିନ ବ୍ୟବହାର ଦ୍ୱାରା ଆପଣଙ୍କୁ ବିଭିନ୍ନ ପ୍ରକାର ରୋଗ ହେବାର ସମ୍ଭାବନା ରହିଛି। ପୁରୁଣା ତକିଆ ବ୍ୟବହାର କରିବା ଦ୍ୱାରା ଇନଫେକ୍ସନ୍‌, ପିଠି  ଓ ବେକ ଯନ୍ତ୍ରଣା ହେବା ସହ ରାତିରେ  ଭଲ ନିଦ ହୋଇ ନ ଥାଏ।

Advertisment

ବେଶୀ ଦିନ ତକିଆ ବ୍ୟବହାର କଲେ ସେଥିରେ ମଇଳା ଜମି ରହିଥାଏ । ଶୋଇଲା ବେଳେ ଅସୁବିଧା ହୋଇଥାଏ। ସକାଳେ ଉଠିଲେ ବେକ ଓ ପିଠି ଦରଜ କରିଥାଏ। ସେଥିପାଇଁ ଶୀଘ୍ର ପୁରୁଣା ତକିଆ ବଦଳାଇବା ଦେବା ଦରକାର।

ପଲିଷ୍ଟର ତକିଆ ନରମ ହୋଇଥାଏ। ରାତିରେ ମୁଣ୍ଡତଳେ ଦେଇ ଶୋଇଲେ ନିଦ ଭଲ ହୋଇଥାଏ। ଏହାକୁ ୨ ବର୍ଷରେ ଥରେ ବଦଳାଇ ଦିଅନ୍ତୁ। ସେହିପରି ଲୋଟେକ୍ଟ ତକିଆ ବହୁତ ଆରାମଦାୟକ ହୋଇଥାଏ। ଏହାକୁ ଦୀର୍ଘଦିନ ବ୍ୟବହାର କରିହେବ। ହେଲେ ନିଜ ସୁରକ୍ଷା ଦୃଷ୍ଟିରୁ କିଛିଦିନ ଅନ୍ତରରେ ନୂଆ ତକିଆ ବ୍ୟବହାର କରିବା ଉଚିତ୍।

Advertisment

ଯଦି ଆପଣଙ୍କ ବାଳ ଲମ୍ବା ତେବେ ବ୍ୟବହାର କରୁଥିବା ତକିଆକୁ ବାରମ୍ବାର ଧୋଇବା ଦରକାର। କାରଣ ଲମ୍ବା ବାଳ ରହିଲେ ତକିଆରେ ଜୀବାଣୁ  ଶୀଘ୍ର ବଢ଼ିଥାନ୍ତି। ଯାହା ରୋଗ ସୃଷ୍ଟିର କାରଣ ବନିଥାଏ।

ଘରେ କୌଣସି ଗୃହପାଳିତ ପ୍ରାଣୀ ଥିଲେ ତକିଆରେ ଜୀବାଣୁ ଶୀଘ୍ର ବଢ଼ିଥାନ୍ତି। ନିଶ୍ୱାସରେ ଏହି ଜୀବାଣୁ ଆମ ଶରୀରେ ପ୍ରବେଶ କରିଥାନ୍ତି। ଫଳରେ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଦେଇଥାଏ ଓ ଦେହହାତ କୁଣ୍ଡେଇ ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe