Advertisment

ଡାଇବେଟିସ୍‌ ରୋଗୀ କଦଳୀ ଖାଇପାରିବେ ନା ନାହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଡାଇବେଟିସ୍ ବା ମଧୁମେହ ରୋଗୀଙ୍କୁ ଚିନି ଯୁକ୍ତ ଖାଦ୍ୟ ଖାଇବାକୁ ମନା କରାଯାଏ। କାରଣ ଏହା ଦ୍ୱାରା ସେମାନଙ୍କ ଶରୀରରେ ସୁଗାର ସ୍ତର ବଢ଼ିଯିବ। ତେବେ କେବଳ ଚିନି ଯୁକ୍ତ ମିଠା ଖାଦ୍ୟ ନୁହେଁ, ସେମାନଙ୍କୁ ପ୍ରାକୃତିକ ଭାବେ ମିଠା ଲାଗୁଥିବା ଖାଦ୍ୟପଦାର୍ଥ, ଯେପରିକି କିଛି ଫଳମୂଳ ଓ ପନିପରିବା ଖାଇବାକୁ ମନା କରାଯାଏ। କାରଣ ଏଗୁଡ଼ିକରେ ଥିବା ଶର୍କରା ଅଂଶ ସେମାନଙ୍କ ଶରୀରରେ ଶର୍କରାର ସ୍ତରକୁ ବଢ଼ାଇ ଦିଏ। ଏଭଳି […]

ଅଦ୍ୟତନ ହୋଇଛି
ଡାଇବେଟିସ୍‌ ରୋଗୀ କଦଳୀ ଖାଇପାରିବେ ନା ନାହିଁ

banana2

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଡାଇବେଟିସ୍ ବା ମଧୁମେହ ରୋଗୀଙ୍କୁ ଚିନି ଯୁକ୍ତ ଖାଦ୍ୟ ଖାଇବାକୁ ମନା କରାଯାଏ। କାରଣ ଏହା ଦ୍ୱାରା ସେମାନଙ୍କ ଶରୀରରେ ସୁଗାର ସ୍ତର ବଢ଼ିଯିବ। ତେବେ କେବଳ ଚିନି ଯୁକ୍ତ ମିଠା ଖାଦ୍ୟ ନୁହେଁ, ସେମାନଙ୍କୁ ପ୍ରାକୃତିକ ଭାବେ ମିଠା ଲାଗୁଥିବା ଖାଦ୍ୟପଦାର୍ଥ, ଯେପରିକି କିଛି ଫଳମୂଳ ଓ ପନିପରିବା ଖାଇବାକୁ ମନା କରାଯାଏ। କାରଣ ଏଗୁଡ଼ିକରେ ଥିବା ଶର୍କରା ଅଂଶ ସେମାନଙ୍କ ଶରୀରରେ ଶର୍କରାର ସ୍ତରକୁ ବଢ଼ାଇ ଦିଏ। ଏଭଳି ସ୍ଥିତିରେ ପ୍ରଶ୍ନ ଉଠେ, ତା’ହେଲେ ଡାଇବେଟିସ୍ ରୋଗୀ କଦଳୀ ଖାଇ ପାରିବେ ନା ନାହିଁ। କାରଣ କଦଳୀ ବି ତ ମିଠା ଲାଗେ।

Advertisment

କଦଳୀ ଖାଇବାକୁ ମନ କରୁଥିବା ଡାଇବେଟିସ୍ ରୋଗୀଙ୍କୁ ଗୋଟିଏ କାମ କରିବାକୁ ପଡ଼ିବ। ପ୍ରଥମେ ତାଙ୍କୁ ବ୍ଳଡ୍ ପରୀକ୍ଷା କରି ତାଙ୍କ ସୁଗାରର ସ୍ତର ଜାଣିବାକୁ ହେବ। ତା’ପରେ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ହେବ। ଡାଇବେଟିସ୍ ଯୋଗୁ ଅନ୍ୟାନ୍ୟ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥିଲେ, ସେଥିପ୍ରତି ବି ଗୁରୁତ୍ୱ ଦେବାକୁ ହେବ। ଯଦି ଡାକ୍ତର ହଁ କରିବେ, ତା’ହେଲେ ସେମାନେ କଦଳୀ ଖାଇ ପାରିବେ। କାରଣ କଦଳୀ ଖାଇଲେ ଯେପରି ପ୍ରଚୁର ପରିମାଣରେ ଭିଟାମିନ୍ ସି’ ଓ ଫାଇବର୍ ମିଳିଥାଏ ସେହିପରି ଏଥିରେ ପ୍ରଚୁର ପରିମାଣରେ ନ୍ୟାଚୁରାଲ୍ ମିଠା ଥିବାରୁ ଏହା ଶରୀରର ଗ୍ଲୁକୋଜ୍‌ର ସ୍ତର ବି ବଢ଼ାଇ ଦେଇଥାଏ। ଆଉ ଏହା  ଡାଇବେଟିସ୍ ରୋଗୀଙ୍କ ପାଇଁ ଆଦୌ ଭଲ ନୁହେଁ।

ଅନ୍ୟପକ୍ଷରେ ଯଦି ଡାକ୍ତର ଆପଣଙ୍କ କଦଳୀ ଖାଇବାକୁ ଅନୁମତି ଦେଉଛନ୍ତି, ତା’ହେଲେ ଖାଲି କଦଳୀ ଖା’ନ୍ତୁ ନାହିଁ। ସେମିତି ହେଲେ ଆପଣ ଅଧିକ କଦଳୀ ଖାଇ ଦେଇ ପାରନ୍ତି। ତେଣୁ ଯେଉଁ ଫଳ କମ୍ ମିଠା ଓ ଡାଇବେଟିସ୍ ରୋଗୀ ଖାଇପାରିବେ, ତା’ସହିତ ଅଳ୍ପ କଦଳୀ ପିସ୍‌କୁ ମିଶାଇ ଖା’ନ୍ତୁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe