Advertisment

ଘିକୁଆଁରୀ ବି କ୍ୟାନସରର କାରଣ ହୋଇପାରେ କି?

ଘିକୁଆଁରୀ ବା ଆଲୋଭେରା ହେଉଛି ପ୍ରକୃତିର ଏକ ଅମୂଲ୍ୟ ଉପହାର। ଏହା ବେଶ୍ ଉପକାରୀ। ଏହା ଆମର ସ୍ୱାସ୍ଥ୍ୟ ସହିତ ଜଡ଼ିତ ଅନେକ ସମସ୍ୟାକୁ ଦୂର କରେ। କିନ୍ତୁ ଏହାର କିଛି ନକାରାତ୍ମକ ପ୍ରଭାବ ମଧ୍ୟ ରହିଛି।  ତେବେ ଏ ସଂପର୍କରେ ଖୁବ୍ କମ୍ ଲୋକ ଜାଣିଛନ୍ତି। ତେଣୁ ଆଜି ଆମେ ଘିକୁଆଁରୀର ଏମିତି କିଛି କଥା ସଂପର୍କରେ ଜଣାଇବୁ ଯାହା ଆପଣକୁ ରୋଗାକ୍ରାନ୍ତ କରିପାରେ। ୧- ଘିକୁଆଁରୀକୁ କାଟିଲେ ଏକ ହଳଦିଆ ରଙ୍ଗର ପଦାର୍ଥ ବାହାରେ। […]

ଅଦ୍ୟତନ ହୋଇଛି
ଘିକୁଆଁରୀ ବି କ୍ୟାନସରର କାରଣ ହୋଇପାରେ କି?

aloevera

Advertisment

ଘିକୁଆଁରୀ ବା ଆଲୋଭେରା ହେଉଛି ପ୍ରକୃତିର ଏକ ଅମୂଲ୍ୟ ଉପହାର। ଏହା ବେଶ୍ ଉପକାରୀ। ଏହା ଆମର ସ୍ୱାସ୍ଥ୍ୟ ସହିତ ଜଡ଼ିତ ଅନେକ ସମସ୍ୟାକୁ ଦୂର କରେ। କିନ୍ତୁ ଏହାର କିଛି ନକାରାତ୍ମକ ପ୍ରଭାବ ମଧ୍ୟ ରହିଛି।  ତେବେ ଏ ସଂପର୍କରେ ଖୁବ୍ କମ୍ ଲୋକ ଜାଣିଛନ୍ତି। ତେଣୁ ଆଜି ଆମେ ଘିକୁଆଁରୀର ଏମିତି କିଛି କଥା ସଂପର୍କରେ ଜଣାଇବୁ ଯାହା ଆପଣକୁ ରୋଗାକ୍ରାନ୍ତ କରିପାରେ।

Advertisment

୧- ଘିକୁଆଁରୀକୁ କାଟିଲେ ଏକ ହଳଦିଆ ରଙ୍ଗର ପଦାର୍ଥ ବାହାରେ। ଏହାକୁ ଏଲୋ ଲେଟେସ୍ଟ କୁହାଯାଏ। ଏହା ଏମିତି ଏକ ପଦାର୍ଥ ଯାହା ଏଲର୍ଜି, ମୁଣ୍ଡବିନ୍ଧା ଆଦି ସହ କ୍ୟାନସର ଭଳି ଭୟାନକ ରୋଗଗୁଡ଼ିକୁ ଜନ୍ମ କରିପାରେ। ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଆଲୋଭେରାରେ ଥିବା ଏହି ହଳଦିଆ ପଦାର୍ଥ ଏଲୋ ଲେଟେସ୍ଟ ଏକ ଟକ୍ସିକ ଯାହା କ୍ୟାନସରର କାରଣ ହୋଇଥାଏ।

୨- ଆବଶ୍ୟକତାଠାରୁ ଅଧିକ ମାତ୍ରାରେ ଘିକୁଆଁରୀ ଖାଇବା ଉଚିତ୍ ନୁହେଁ। ଏହା ଦ୍ୱାରା ଶରୀରର ପୋଟାସିୟମର ମାତ୍ରା କମି ଯାଏ। ଫଳରେ ହୃତପିଣ୍ଡର ସ୍ପନ୍ଦନରେ ଅନିୟମିତତା ଦେଖାଯିବାର ସମ୍ଭାବନା ଥାଏ। ଶରୀର ଦୁର୍ବଳ ମଧ୍ୟ ଲାଗେ।

Advertisment

୩- ଯଦି ଆପଣଙ୍କ ଗ୍ୟାସ୍ ସମସ୍ୟା ଅଛି ତା’ହେଲେ ଆଦୌ ଘିକୁଆଁରୀ ଖାଆନ୍ତୁ ନାହିଁ। ଏଥିରେ ଏମିତି କିଛି ପଦାର୍ଥ ଅଛି ଯାହା ଆପଣଙ୍କ ପାଇଁ ଅଧିକ କ୍ଷତିକାରକ ହେବ।

୪- ଗର୍ଭବତୀ ମହିଳାମାନେ ଘିକୁଆଁରୀ ଖାଇବା ଉଚିତ ନୁହେଁ। ଏହା ଦ୍ୱାରା ଗର୍ଭପାତ ହେବାର ଆଶଙ୍କା ଥାଏ। ସ୍ତନ୍ୟପାନ କରାଉଥିବା ମହିଳାମାନେ ଘିକୁଆରୀଁ ଖାଇବା ଉଚିତ ନୁହେଁ।

୫- ଘିକୁଆଁରୀରେ ଲେକ୍ସେଟିବ୍‌ର ଉପସ୍ଥିତି ଶରୀରକୁ କିଛି ଔଷଧକୁ ଗ୍ରହଣ କରିବାକୁ ଦିଏ ନାହିଁ। ସେଥିପାଇଁ ଯଦି ଆପଣ ଔଷଧ ଖାଉ ଥାଆନ୍ତି ତା’ହେଲେ ଘିକୁଆଁରୀ ଖାଆନ୍ତୁ ନାହିଁ। ଘିକୁଆଁରୀ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe