Advertisment

ଅଧିକ ଅଦା ଖାଇଲେ ବିପଦକୁ ଆମନ୍ତ୍ରଣ କରିବେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ଲୋକ ଚା’ରେ ଅଦା ପକାଇ ପିଇବାକୁ ଭଲ ପା’ନ୍ତି। ବର୍ଷା ଓ ଶୀତଦିନେ ଅଦା ମିଶା ଚା’ ପିଇବା ଲୋକଙ୍କ ସଂଖ୍ୟା ଆଉ ଟିକେ ବଢ଼ିଯାଏ। ଏହି ଦିନଗୁଡ଼ିକରେ କେହି କେହି ଟିକେ ଅଧିକ ଅଦା ମିଶାଇ ଚା’ କରନ୍ତି। ଅଦା ସ୍ୱାସ୍ଥ୍ୟ ପାଇଁ ଭଲ। ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ତେଣୁ ଲୋକେ ଭାବନ୍ତି ଚା’ କିମ୍ବା ଖାଦ୍ୟରେ ଟିକେ ଅଧିକ ଅଦା ପଡ଼ିଲେ କିଛି କ୍ଷତି […]

ଅଦ୍ୟତନ ହୋଇଛି
ଅଧିକ ଅଦା ଖାଇଲେ ବିପଦକୁ ଆମନ୍ତ୍ରଣ କରିବେ

adaaa

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ଲୋକ ଚା’ରେ ଅଦା ପକାଇ ପିଇବାକୁ ଭଲ ପା’ନ୍ତି। ବର୍ଷା ଓ ଶୀତଦିନେ ଅଦା ମିଶା ଚା’ ପିଇବା ଲୋକଙ୍କ ସଂଖ୍ୟା ଆଉ ଟିକେ ବଢ଼ିଯାଏ। ଏହି ଦିନଗୁଡ଼ିକରେ କେହି କେହି ଟିକେ ଅଧିକ ଅଦା ମିଶାଇ ଚା’ କରନ୍ତି। ଅଦା ସ୍ୱାସ୍ଥ୍ୟ ପାଇଁ ଭଲ। ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ତେଣୁ ଲୋକେ ଭାବନ୍ତି ଚା’ କିମ୍ବା ଖାଦ୍ୟରେ ଟିକେ ଅଧିକ ଅଦା ପଡ଼ିଲେ କିଛି କ୍ଷତି ନାହିଁ। କିନ୍ତୁ ଏହା ପୂରା ଭୁଲ୍ ଧାରଣା। ଅଧିକ ଅଦା ଖାଇଲେ ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟା ଦେଖାଯାଏ। ତା’ହେଲେ ଆସନ୍ତୁ ଜାଣିବା ଅଧିକ ଅଦା ଖାଇଲେ କି କ୍ଷତି ହୋଇଥାଏ।

Advertisment

୧. ଅଦା ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ ସାହାଯ୍ୟ କରିଥାଏ। କିନ୍ତୁ ଯଦି ଆପଣ ରକ୍ତଚାପରେ ପୀଡ଼ିତ ଅଛନ୍ତି, ତା’ହେଲେ ଆଦୌ ଅଧିକ ଅଦା ଖା’ନ୍ତୁ ନାହିଁ। କାରଣ ଏହା ଆପଣଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିବ।

୨. ଅଦା ଖାଦ୍ୟକୁ ହଜମ କରିବା ସହିତ ପେଟ ସଫା କରିବାରେ ସାହାଯ୍ୟ କରେ। କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇଲେ ଡାଇରିଆ ହେବାର ଆଶଙ୍କା ରହିଥାଏ।

Advertisment

୩. ଅଧିକ ଅଦା ଖାଇବା ଯୋଗୁ ପେଟରେ ଗ୍ୟାସ୍‌ ଓ ଜଳାପୋଡ଼ା ହୋଇଥାଏ। ଏଥିପାଇଁ ମେଡିସିନ୍‌ର ନେବାକୁ ପଡ଼ିଥାଏ। ତେଣୁ ଚାହା କିମ୍ୱା ଖାଦ୍ୟରେ ଏହାକୁ ସୀମିତ ମାତ୍ରାରେ ବ୍ୟବହାର କରନ୍ତୁ।

୪. ଅଦାରେ ଥିବା କିଛି ତତ୍ତ୍ୱ ରକ୍ତକୁ ପତଳା କରିଥାଏ। ତେଣୁ ଅଧିକ ଅଦା ଖାଇବା ଦ୍ୱାରା ରକ୍ତ ପତଳା ହୁଏ ଓ ଏହାର ପ୍ରଭାବ ହାର୍ଟ ଉପରେ ପଡ଼ିଥାଏ।

୫. ସେହିପରି ଅଦାରେ ଥିବା ରକ୍ତଚାପ ନିୟନ୍ତ୍ରଣ କ୍ଷମତା ହାର୍ଟ ଉପରେ ଚାପ ପକାଇପାରେ। ତେଣୁ ଅଧିକ ଅଦା ନଖାଇଲେ ଭଲ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe