Advertisment

ହେୟାର୍‌ ସେରମ୍‌ ଲଗାଇବା ସମୟରେ କରୁଛନ୍ତି କି ଏହି ଭୁଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେଶ ଝଡ଼ିଲେ, କୁଞ୍ଚୁକୁଞ୍ଚିଆ ହୋଇଥିଲେ କିମ୍ୱା ଶୁଖାଶୁଖା ହୋଇଯାଉଥିଲେ ଅନେକ ସେରମ୍‌ ବ୍ୟବହାର କରିଥା’ନ୍ତି। ସେରମ୍‌ ବ୍ୟବହାର କଲେ କେଶ ସଫ୍ଟ ହୋଇଥାଏ। ଏହା ସହିତ ସେରମ୍‌ କେଶକୁ ସୂର୍ଯ୍ୟକିରଣଠାରୁ ମଧ୍ୟ ସୁରକ୍ଷା ଦେଇଥାଏ। ତେବେ କେଶରେ ସେରମ୍‌ ବ୍ୟବହାର କରିବା କେତେ ଠିକ୍‌ ଏବଂ କେଶ ଉପରେ ଏହାର କି ପ୍ରଭାବ ପଡ଼ିଥାଏ, ଆସନ୍ତୁ ଜାଣିବା। ସେରମ୍‌ରୁ କେଶରୁ ମିଳୁଥିବା ଲାଭ କେଶକୁ ନଷ୍ଟ ହେବାରୁ ରକ୍ଷା କରେ କେଶ ଝଡ଼ିବା […]

author-image
Puspanjali Panda
ହେୟାର୍‌ ସେରମ୍‌ ଲଗାଇବା ସମୟରେ କରୁଛନ୍ତି କି ଏହି ଭୁଲ୍‌

hair2

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେଶ ଝଡ଼ିଲେ, କୁଞ୍ଚୁକୁଞ୍ଚିଆ ହୋଇଥିଲେ କିମ୍ୱା ଶୁଖାଶୁଖା ହୋଇଯାଉଥିଲେ ଅନେକ ସେରମ୍‌ ବ୍ୟବହାର କରିଥା’ନ୍ତି। ସେରମ୍‌ ବ୍ୟବହାର କଲେ କେଶ ସଫ୍ଟ ହୋଇଥାଏ। ଏହା ସହିତ ସେରମ୍‌ କେଶକୁ ସୂର୍ଯ୍ୟକିରଣଠାରୁ ମଧ୍ୟ ସୁରକ୍ଷା ଦେଇଥାଏ। ତେବେ କେଶରେ ସେରମ୍‌ ବ୍ୟବହାର କରିବା କେତେ ଠିକ୍‌ ଏବଂ କେଶ ଉପରେ ଏହାର କି ପ୍ରଭାବ ପଡ଼ିଥାଏ, ଆସନ୍ତୁ ଜାଣିବା।

Advertisment

ସେରମ୍‌ରୁ କେଶରୁ ମିଳୁଥିବା ଲାଭ

  • କେଶକୁ ନଷ୍ଟ ହେବାରୁ ରକ୍ଷା କରେ
  • କେଶ ଝଡ଼ିବା ବନ୍ଦ କରେ
  • କେଶ ସାଇନ୍‌ କରେ
  • କେଶକୁ ଚିପ୍‌ଚିପା ହେବାକୁ ଦେଇ ନଥାଏ।

ସେରମ୍‌ ବ୍ୟବହାର ସମୟରେ କରନ୍ତୁ ନାହିଁ ଏହି ସବୁ ଭୁଲ୍

  • ଏହାକୁ ବ୍ୟବହାର କରିବା ସମୟରେ ପ୍ରଥମେ ପାପୁଲିରେ ମସାଜ୍‌ କରି କେଶରେ ଲଗାନ୍ତୁ।
  • ଭଲ କମ୍ପାନୀର ସେରମ୍ କିଣନ୍ତୁ।
  • ଏହାକୁ କେଶ ମୂଳରେ ଲଗାନ୍ତୁ ନାହିଁ।
  • ଅଧିକ ସେରମ୍‌ ଲଗାନ୍ତୁ ନାହିଁ। ଆବଶ୍ୟକ ମାତ୍ରାରେ ଏହାକୁ ବ୍ୟବହାର କରନ୍ତୁ।
Advertisment

ସେରମ୍‌କୁ କେଶରେ କିପରି କରିବେ ବ୍ୟବହାର, ଜାଣନ୍ତୁ..

ପ୍ରଥମେ ସାମ୍ପୂ ଓ କଣ୍ଡିସନର୍‌ ଲଗାଇ କେଶ ସଫା କରନ୍ତୁ। ଏହାପରେ ଟାୱେଲ୍‌ରେ କେଶକୁ ଭଲ ଭାବେ ପୋଛି ଦିଅନ୍ତୁ। ତେବେ ଅଳ୍ପ ଓଦା ରଖନ୍ତୁ। ତା’ପରେ ସେରମ୍‌କୁ ପାପୁଲିରେ ନେଇ କେଶରେ ଲଗାନ୍ତୁ। ଏହା ପରେ କେଶକୁ କୁଣ୍ଡାଇ ଦିଅନ୍ତୁ।