Advertisment

କମ୍‌ ପାଣି ପିଉଥିଲେ ସାବଧାନ: ଭୋଗିବେ ଏହି ୧୦ ସମସ୍ୟା

ଦିନକୁ କେତେ ଲିଟର ପାଣି ପିଉଛନ୍ତି। ହୁଏତ କେବେ ହିସାବ କରି ପାଣି ପିଉନଥିବେ। ହେଲେ ଆପଣ ଜାଣନ୍ତି, ସୁସ୍ଥ ରହିବାକୁ ଜଣେ ପୁରୁଷ ଦିନକୁ ପ୍ରାୟ ୩ ଲିଟର ଓ ଜଣେ ମହିଳା ପ୍ରାୟ ୨ ଲିଟର ପାଣି ପିଇବା ଆବଶ୍ୟକ। ଆଉ ଯଦି ପିଉନାହାଁନ୍ତି, ତେବେ ସାଂଘାତିକ ସ୍ବାସ୍ଥ୍ୟ ସମସ୍ୟାକୁ ସାମ୍ନା କରିବାକୁ ପଡିପାରେ।… ୧. ଶରୀରରେ ଆବଶ୍ୟକ ପାଣି ନ ଥିଲେ ଆମର ହଜମ ଠିକ୍‌ରେ ହୋଇ ନ ଥାଏ। ଫଳରେ ଗ୍ୟାସ୍‌ […]

author-image
Rakesh Mallick
ଅଦ୍ୟତନ ହୋଇଛି
କମ୍‌ ପାଣି ପିଉଥିଲେ ସାବଧାନ: ଭୋଗିବେ ଏହି ୧୦ ସମସ୍ୟା

stomach-ache

ଦିନକୁ କେତେ ଲିଟର ପାଣି ପିଉଛନ୍ତି। ହୁଏତ କେବେ ହିସାବ କରି ପାଣି ପିଉନଥିବେ। ହେଲେ ଆପଣ ଜାଣନ୍ତି, ସୁସ୍ଥ ରହିବାକୁ ଜଣେ ପୁରୁଷ ଦିନକୁ ପ୍ରାୟ ୩ ଲିଟର ଓ ଜଣେ ମହିଳା ପ୍ରାୟ ୨ ଲିଟର ପାଣି ପିଇବା ଆବଶ୍ୟକ। ଆଉ ଯଦି ପିଉନାହାଁନ୍ତି, ତେବେ ସାଂଘାତିକ ସ୍ବାସ୍ଥ୍ୟ ସମସ୍ୟାକୁ ସାମ୍ନା କରିବାକୁ ପଡିପାରେ।...

Advertisment

୧. ଶରୀରରେ ଆବଶ୍ୟକ ପାଣି ନ ଥିଲେ ଆମର ହଜମ ଠିକ୍‌ରେ ହୋଇ ନ ଥାଏ। ଫଳରେ ଗ୍ୟାସ୍‌ ସମସ୍ୟା ସୃଷ୍ଟି ହୋଇଥାଏ।

୨. କମ ପାଣି ପିଇବା ଦ୍ୱାରା ଶରୀରରେ ସୃଷ୍ଟି ହେଉଥିବା ବ୍ୟାକ୍ଟେରିଆ ବାହାରକୁ ଯାଇପାରି ନ ଥାଏ। ଫଳରେ ମୂତ୍ରାଶୟରେ ଇମ୍ଫେକ୍ସନ ହେବାର ଆଶଙ୍କା ବଢିଯାଇଥାଏ।

Advertisment

headache-pills୩. କମ ପାଣି ଯୋଗୁଁ ମସ୍ତିଷ୍କକୁ ଅମ୍ଲଜାନ ପ୍ରଦାନ କରିବାରେ ହାର୍ଟକୁ ଅଧିକ ଜୋର ଲଗାଇବାକୁ ପଡିଥାଏ। ଏହାଦ୍ୱାରା ହୃଦ୍‌ସ୍ପନ୍ଦନ ବଢିଯିବା ସହ ଥକ୍କାପଣ ବଢି ଯାଇଥାଏ।

୪. କମ ପାଣି ପିଇବା ଦ୍ୱାରା ଆଖିରେ ଡ୍ରାଇନେସ୍‌ ବଢିଥାଏ। ଫଳରେ ଆଖିରେ ପୋଡାଜଳା ହେବା ସହ କୁଣ୍ଡାଇ ହୋଇଥାଏ।

୫. ଏହି କାରଣରୁ ମସ୍ତିଷ୍କକୁ ପର୍ଯ୍ୟାପ୍ତ ଶକ୍ତି ମିଳି ନ ଥାଏ। ଫଳରେ କାମ କରିବାକୁ ମସ୍ତିଷ୍କକୁ ଅଧିକ ଜୋର ଲଗାଇବାକୁ ପଡ଼ିଥାଏ। ଏପରି ହେଲେ ହାଲିଆ ଲାଗିଥାଏ।

୬. ପାଣି କମ ପିଇବା ଦ୍ୱାରା ଶରୀରରେ ଏନର୍ଜି ସ୍ତର କମି ଯାଇଥାଏ। ଫଳରେ ମୁଣ୍ଡ ବୁଲାଇ ଥାଏ।

୭. କମ ପାଣି ଯୋଗୁଁ ମସ୍ତିଷ୍କ ଠିକ୍‌ରେ କାମ କରି ନ ଥାଏ ଓ ମୁଣ୍ଡବିନ୍ଧା ପରି ସମସ୍ୟା ଦେଖା ଦେଇଥାଏ।

୮. ପାଣି ଅଭାବରୁ ଶରୀରରେ ଜଳୀୟ ଅଂଶ କମିଯାଇଥାଏ। ଫଳରେ ଚର୍ମ ଶୁଷ୍କ ପଡିଯିବା ସହ ରୁଖା ହୋଇଯାଇଥାଏ।

୯. ଆମ ଶରୀରର ୭୦ ପ୍ରତିଶତ ହେଉଛି ପାଣି। କମ ପାଣି ପିଇବା ଦ୍ୱାରା ଶରୀରର ପ୍ରାୟ ସବୁ ଅଂଶ ଠିକ୍‌ରେ କାମ କରି ନ ଥାଏ। ଫଳରେ କୌଣସି କାମରେ ମନ ଲାଗି ନ ଥାଏ।

୧୦. ପାଣି କମ ପିଇବା ଦ୍ୱାରା ମୁହଁରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ। ଏହାଦ୍ୱାରା ମୁହଁରୁ ଦୁର୍ଗନ୍ଧ ବାହାରିଥାଏ।