Advertisment

ଅଧିକ ଫେସିଆଲ୍ କରୁଛନ୍ତି କି ? ରୁହନ୍ତୁ ସାବଧାନ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁହଁକୁ ସୁନ୍ଦର ଓ ଉଜ୍ଜ୍ୱଳ କରିବା ପାଇଁ ମହିଳାମାନେ ପାର୍ଲରରେ ଫେସିଆଲ୍‌ କରିଥା’ନ୍ତି। ଫେସିଆଲ୍‌ କଲେ ମୁହଁର ଗ୍ଲୋ ବଢ଼ିଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଅଧିକ ଫେସିଆଲ୍‌ କଲେ ଆପଣଙ୍କ ତ୍ୱଚା ଖରାପ ହୋଇପାରେ। ତା’ହେଲେ ଆସନ୍ତୁ ଜାଣିବା ଆବଶ୍ୟକତାଠାରୁ ଅଧିକ ଫେସିଆଲ୍‌ କଲେ ତ୍ୱଚାକୁ କେଉଁସବୁ କ୍ଷତି ପହଞ୍ଚିଥାଏ। ୧. ଫେସିଆଲ୍‌ ସମୟରେ ଅନେକ ପ୍ରକାରର କେମିକାଲ୍‌ ଥିବା କ୍ରୀମ୍‌ ବ୍ୟବହାର କରାଯାଇଥାଏ। ଏହି କ୍ରୀମ୍‌ ସମସ୍ତଙ୍କ ମୁହଁକୁ […]

author-image
Puspanjali Panda
ଅଧିକ ଫେସିଆଲ୍ କରୁଛନ୍ତି କି ? ରୁହନ୍ତୁ ସାବଧାନ !

f333

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁହଁକୁ ସୁନ୍ଦର ଓ ଉଜ୍ଜ୍ୱଳ କରିବା ପାଇଁ ମହିଳାମାନେ ପାର୍ଲରରେ ଫେସିଆଲ୍‌ କରିଥା’ନ୍ତି। ଫେସିଆଲ୍‌ କଲେ ମୁହଁର ଗ୍ଲୋ ବଢ଼ିଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଅଧିକ ଫେସିଆଲ୍‌ କଲେ ଆପଣଙ୍କ ତ୍ୱଚା ଖରାପ ହୋଇପାରେ। ତା’ହେଲେ ଆସନ୍ତୁ ଜାଣିବା ଆବଶ୍ୟକତାଠାରୁ ଅଧିକ ଫେସିଆଲ୍‌ କଲେ ତ୍ୱଚାକୁ କେଉଁସବୁ କ୍ଷତି ପହଞ୍ଚିଥାଏ।

Advertisment

୧. ଫେସିଆଲ୍‌ ସମୟରେ ଅନେକ ପ୍ରକାରର କେମିକାଲ୍‌ ଥିବା କ୍ରୀମ୍‌ ବ୍ୟବହାର କରାଯାଇଥାଏ। ଏହି କ୍ରୀମ୍‌ ସମସ୍ତଙ୍କ ମୁହଁକୁ ସୁଟ୍‌ କରି ନଥାଏ। ଏଥିପାଇଁ ମୁହଁ କୁଣ୍ଡାଇ ହେବା ପରି ସମସ୍ୟା ସୃଷ୍ଟି ହୋଇଥାଏ।

୨. ଫେସିଆଲ୍ ସମୟରେ ମୁହଁକୁ ସ୍କ୍ରବ୍‌ ଦ୍ୱାରା ମସାଜ୍‌ କରାଯାଇଥାଏ। ଭୁଲ୍‌ ମସାଜ୍ ଯୋଗୁଁ ମୁହଁ ଲାଲ୍ ମଧ୍ୟ ପଡ଼ିଥାଏ। ଏଥିରୁ ସ୍କିନ୍‌ ଇନଫେକସନ୍‌ ହେବାର ଆଶଙ୍କା ରହିଥାଏ।

Advertisment

୩. ଫେସିଆଲ୍ ପରେ ମୁହଁରେ ଥିବା ରୋମ ଛିଦ୍ର ଖୋଲି ଯାଇଥାଏ। ଏପରିକି ତେଲିଆ ତ୍ୱଚା ଥିବା ମହିଳାଙ୍କର ଫେସିଆଲ୍‌ ପରେ ବ୍ରଣ ହେବା ଏକ ସାଧାରଣ କଥା। ତେଣୁ ତେଲିଆ ତ୍ୱଚା ଥିବା ମହିଳା ଫେସିଆଲ୍ କମ୍‌ କରନ୍ତୁ। ଯଦି ପାରୁଛନ୍ତି ଘରୋଇ ଉପଚାର ମାଧ୍ୟମରେ ତ୍ୱଚାର ଯତ୍ନ ନିଅନ୍ତୁ।

୪. ସେହିପରି ଫେସିଆଲ୍‌ ସମୟରେ ମୁହଁରେ ବ୍ୟବହୃତ ହେଉଥିବା ପ୍ରଡକ୍ଟ ଯୋଗୁଁ ଆଲର୍ଜିର ଆଶଙ୍କା ମଧ୍ୟ ବଢ଼ିଥାଏ। ଅଧିକ ଫେସିଆଲ୍‌ , କଲେ ଆପଣଙ୍କ ତ୍ୱଚା ଶୁଷ୍କ ହୋଇଥାଏ। ସେଥିପାଇଁ ଫେସିଆଲ୍‌ କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରି ନିୟମିତ ବ୍ୟବଧାନରେ ଫେସିଆଲ୍ କରନ୍ତୁ।