Advertisment

ଶରୀର ଉପରେ ପଡ଼େ ଚିପା ପ୍ୟାଣ୍ଟର କୁପ୍ରଭାବ

ଭୁବନେଶ୍ୱର: ଆଜିର ଫ୍ୟାଶନକୁ ଦେଖିଲେ ଚିପା ପ୍ୟାଣ୍ଟ ପିନ୍ଧିବା ଉଭୟ ନାରୀ ଓ ପୁରୁଷଙ୍କ ପ୍ରଥମ ପସନ୍ଦ। ହୁଏତ ଏହି ଚିପା ପ୍ୟାଣ୍ଟ ଆଖିକୁ ସୁନ୍ଦର ଦେଖାଯାଉଥାଇ ପାରେ କିନ୍ତୁ ଏହାର କୁପ୍ରଭାବ ଆମ ଅଜାଣତରେ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ଏହାକୁ ନେଇ ଅନେକ ଗବେଷଣା ମଧ୍ୟ ହୋଇଛି। ତେବେ ଚିପା ପ୍ୟାଣ୍ଟ ପିନ୍ଧିବା ଆମ ଶରୀର ଉପରେ କେଉଁ ପ୍ରକାରର କୁପ୍ରଭାବ ପଡ଼ିବାର ସମ୍ଭାବନା ରହିଛି ଜାଣନ୍ତୁ ସେ ସଂପର୍କରେ କିଛି ଖାସ୍‌ ତଥ୍ୟ। ସ୍ପର୍ମ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଶରୀର ଉପରେ ପଡ଼େ ଚିପା ପ୍ୟାଣ୍ଟର କୁପ୍ରଭାବ

fitting-jeans-for-women

ଭୁବନେଶ୍ୱର: ଆଜିର ଫ୍ୟାଶନକୁ ଦେଖିଲେ ଚିପା ପ୍ୟାଣ୍ଟ ପିନ୍ଧିବା ଉଭୟ ନାରୀ ଓ ପୁରୁଷଙ୍କ ପ୍ରଥମ ପସନ୍ଦ। ହୁଏତ ଏହି ଚିପା ପ୍ୟାଣ୍ଟ ଆଖିକୁ ସୁନ୍ଦର ଦେଖାଯାଉଥାଇ ପାରେ କିନ୍ତୁ ଏହାର କୁପ୍ରଭାବ ଆମ ଅଜାଣତରେ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ଏହାକୁ ନେଇ ଅନେକ ଗବେଷଣା ମଧ୍ୟ ହୋଇଛି। ତେବେ ଚିପା ପ୍ୟାଣ୍ଟ ପିନ୍ଧିବା ଆମ ଶରୀର ଉପରେ କେଉଁ ପ୍ରକାରର କୁପ୍ରଭାବ ପଡ଼ିବାର ସମ୍ଭାବନା ରହିଛି ଜାଣନ୍ତୁ ସେ ସଂପର୍କରେ କିଛି ଖାସ୍‌ ତଥ୍ୟ।

Advertisment

ସ୍ପର୍ମ କାଉଣ୍ଟସ କମେ: ଚିପା ପ୍ୟାଣ୍ଟ ପୁରୁଷଙ୍କ ଫର୍ଟିଲିଟି ଉପରେ ଖରାପ ପ୍ରଭାବ ପକାଏ। ଅଧିକ ସମୟ ଚିପା ପ୍ୟାଣ୍ଟ ପିନ୍ଧୁଥିବା ପୁରୁଷମାନଙ୍କ ସ୍ପର୍ମ କାଉଣ୍ଟସ କମିବାର ଆଶଙ୍କା ଅଧିକ ରହିଛି।

ଗୁପ୍ତାଙ୍ଗରେ କର୍କଟ ଆଶଙ୍କା: ଚିପା ପ୍ୟାଣ୍ଟ ପୁରୁଷମାନଙ୍କ ଗୁପ୍ତାଙ୍ଗ ଉପରେ ଚାପ ପକାଇଥାଏ। ଫଳରେ ଭବିଷ୍ୟତରେ ଗୁପ୍ତାଙ୍ଗରେ କର୍କଟ ରୋଗ ମଧ୍ୟ ହୋଇପାରେ।

Advertisment

ମେରୁଦଣ୍ଡ ଓ ନିତମ୍ବ ଉପରେ କୁପ୍ରଭାବ ପଡ଼େ: ଗବେଷଣା ଅନୁଯାୟୀ ଚିପା ପ୍ୟାଣ୍ଟ ପିନ୍ଧିଲେ ମହିଳା ଓ ପୁରୁଷଙ୍କ ନିତମ୍ବ ଓ ମେଣୁଦଣ୍ଡ ଉପରେ କୁପ୍ରଭାବ ପକାଏ। ପ୍ୟାଣ୍ଟ ଚାପି ହୋଇ ରହିବାଦ୍ୱାରା ଗୋଡ଼ର ଗତି ସୂଚାରୁ ରୂପେ ହୋଇପାରେ ନାହିଁ। ଫଳରେ ଏହାର ପ୍ରଭାବ ନିତମ୍ବ ଓ ମେରୁଦଣ୍ଡ ଉପରେ ମଧ୍ୟ ପଡ଼େ।

ମୂତ୍ରନଳୀ ସଂକ୍ରମଣ ହୁଏ: ଚିପା ପ୍ୟାଣ୍ଟ ମହିଳାମାନଙ୍କ ଗୁପ୍ତାଙ୍ଗରେ ଚାପ ପକାଏ।  ଏହି କାରଣ ପାଇଁ  ମହିଳାଙ୍କ ମୂତ୍ରନଳୀ ଜନିତ ସଂକ୍ରମଣ  ଅଧିକ ସମ୍ଭାବନା ହୁଏ।