/odisha-reporter/media/post_attachments/uploads/2015/12/wake-uppp.jpg)
wake-upp
ଭୁବନେଶ୍ୱର: ରାତିରେ ଶୀଘ୍ର ଶୋଇବା ଓ ସକାଳେ ଶୀଘ୍ର ଉଠିବା ଆପଣଙ୍କ ଶରୀର ପାଇଁ ଲାଭଦାୟକ ବୋଲି ସମସ୍ତେ ଜାଣିଛନ୍ତି। ହେଲେ ଏପରି କଲେ ଆମ ମସ୍ତିଷ୍କ ଫୁର୍ତ୍ତି ରହିଥାଏ ବୋଲି ବହୁତ କମ୍ ଲୋକ ଜାଣିଛନ୍ତି। ଏପରି ଏକ ନୂତନ ତଥ୍ୟ ଆମେରିକାର ବୈଜ୍ଞାନିକମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି।
Advertisment
ଆମେରିକୀୟ ବୈଜ୍ଞାନିକଙ୍କ କହିବା ଅନୁସାରେ ସକାଳ ସମୟରେ ଏପରି ଅଭ୍ୟାସ କଲେ ଏହା ଶରୀରକୁ ଫୁର୍ତ୍ତି ରଖିଥାଏ। ସକାଳୁ ଶୀଘ୍ର ଉଠିଲେ ଦିନ ଭଲରେ କଟିଥାଏ। ଯେଉଁ ଲୋକ ଶୀଘ୍ର ଉଠିଥାଏ ତାକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ସମୟ ମିଳିଥାଏ ନିଜ କାମ ଶେଷ କରିବାକୁ। ଶୀଘ୍ର ଉଠିଲେ ରାତିରେ ନିଦ ଠିକ୍ ହୋଇଥାଏ। ଯାହା ଶରୀରକୁ ପୂରା ଆରାମ ଦେଇଥାଏ। ଶୀଘ୍ର ଉଠିଲେ ମାନସିକ ଦୁଃଶ୍ଚିନ୍ତା ହେବାର ଆଶଙ୍କା କମ୍ ଥାଏ। ଗବେଷଣାରୁ ବିଳମ୍ବିତ ରାତି ଯାଏଁ ଚେଇଁବା ଓ ସକାଳେ ବିଳମ୍ବରେ ଉଠିବା ଶରୀର ପାଇଁ କ୍ଷତିକାରକ ବୋଲି ଜଣାପଡିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
