Advertisment

ଦୀପାବଳିରେ ଏହିପରି ନିଅନ୍ତୁ ମେକ୍‌ଅପ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀପାବଳିରେ ସୁନ୍ଦର ଦେଖାଯିବା ପାଇଁ ସବୁ ମହିଳାଙ୍କର ଇଚ୍ଛା ଥାଏ। ଏଥିପାଇଁ ସେମାନେ ଶାଢ଼ି ସହିତ ମ୍ୟାଚିଙ୍ଗ୍‌ କରି ଗହଣା ମଧ୍ୟ କିଣିଥା’ନ୍ତି। ତେବେ କେବଳ ଶାଢ଼ି ଓ ଗହଣା ନୁହେଁ, ମହିଳାଙ୍କୁ ମେକ୍‌ଅପ୍‌ ମଧ୍ୟ ନେବାକୁ ପଡ଼ିଥାଏ। ଆପଣ ଯଦି ଏଥର ଦୀପାବଳିରେ ନିଜ ଲୁକ୍‌କୁ ଖାସ୍‌ କରିବା ପାଇଁ ଚାହୁଁଛନ୍ତି, ପାର୍ଲର ନ ଯାଇ ଘରେ ମଧ୍ୟ ଫେଷ୍ଟିଭ୍‌ ମେକ୍‌ଅପ୍‌ କରିପାରିବେ। ସେଥିପାଇଁ ଜାଣି ରଖନ୍ତୁ କିଛି ଟିପ୍ସ। ୧. […]

ଅଦ୍ୟତନ ହୋଇଛି
ଦୀପାବଳିରେ ଏହିପରି ନିଅନ୍ତୁ ମେକ୍‌ଅପ୍‌

makeup

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀପାବଳିରେ ସୁନ୍ଦର ଦେଖାଯିବା ପାଇଁ ସବୁ ମହିଳାଙ୍କର ଇଚ୍ଛା ଥାଏ। ଏଥିପାଇଁ ସେମାନେ ଶାଢ଼ି ସହିତ ମ୍ୟାଚିଙ୍ଗ୍‌ କରି ଗହଣା ମଧ୍ୟ କିଣିଥା’ନ୍ତି। ତେବେ କେବଳ ଶାଢ଼ି ଓ ଗହଣା ନୁହେଁ, ମହିଳାଙ୍କୁ ମେକ୍‌ଅପ୍‌ ମଧ୍ୟ ନେବାକୁ ପଡ଼ିଥାଏ। ଆପଣ ଯଦି ଏଥର ଦୀପାବଳିରେ ନିଜ ଲୁକ୍‌କୁ ଖାସ୍‌ କରିବା ପାଇଁ ଚାହୁଁଛନ୍ତି, ପାର୍ଲର ନ ଯାଇ ଘରେ ମଧ୍ୟ ଫେଷ୍ଟିଭ୍‌ ମେକ୍‌ଅପ୍‌ କରିପାରିବେ। ସେଥିପାଇଁ ଜାଣି ରଖନ୍ତୁ କିଛି ଟିପ୍ସ।

Advertisment

୧. ମେକ୍‌ଅପ୍‌ ପରେ ସ୍କିନ୍‌କୁ ଗ୍ଲୋ କରିବା ପାଇଁ ପ୍ରାଇମର୍‌ ଲଗାନ୍ତୁ। ଫାଉଣ୍ଡେସନ୍‌ ଲଗାଇବା ପରେ ମଧ୍ୟ ଏହା ଆପଣଙ୍କ ସ୍କିନ୍‌କୁ ଗ୍ଲୋ କରିଥାଏ। ଯଦି ଆପଣଙ୍କ ତ୍ୱଚାରେ ରିଙ୍କଲ୍‌ସ୍‌ ସମସ୍ୟା ରହିଛି, ତା’ହେଲେ ପ୍ରାଇମର୍‌ ଲଗାଇଲେ, ତାହା ଜଣାପଡ଼ିନଥାଏ।

୨. ମାର୍କେଟ୍‌ରେ ବିଭିନ୍ନ ପ୍ରକାର ଫାଉଣ୍ଡେସନ୍‌ ଉପଲବ୍ଧ ହେଉଛି। ଦୀପାବଳିରେ ସୁନ୍ଦର ଲାଗିବା ପାଇଁ କେବଳ ଇଲ୍ୟୁମିନେଟର ଫାଉଣ୍ଡେସନ୍‌ ବ୍ୟବହାର କରନ୍ତୁ। ଏହା ଆପଣଙ୍କ ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ।

Advertisment

୩. ଲିପ୍‌ଷ୍ଟିକ୍‌ ଲଗାଇବା ସମୟରେ ରେଡ୍‌, ହଟ୍‌ ପିଙ୍କ୍‌ ଓ ମେରୁନ୍‌ ପରି ରଙ୍ଗ ବାଛନ୍ତୁ।

୪. ଆଖିକୁ ସୁନ୍ଦର କରିବା ପାଇଁ କାଜୋଲ୍‌, ଆଇ ଲାଇନର୍‌ ଓ ଆଇ ଶ୍ୟାଡୋ ବ୍ୟବହାର କରନ୍ତୁ।

୫. ପାଉଡର୍‌ ବ୍ଲସର୍‌ ପରିବର୍ତ୍ତେ କ୍ରିମ୍‌ ବ୍ଲସର୍‌ ବ୍ୟବହାର କରନ୍ତୁ। ଏହି ବ୍ଲସର୍‌ ଆପଣଙ୍କ ଇଲ୍ୟୁମିନେଟର୍‌ ଫାଉଣ୍ଡେସନ୍‌ ସହିତ ମ୍ୟାଚ୍‌ କରିବା ସହିତ ଆପଣଙ୍କ ଗାଲକୁ ଏକ ପର୍‌ଫେକ୍ଟ ଲୁକ୍‌ ଦେବ। ଯେଉଁଥିପାଇଁ ଆପଣ ସମସ୍ତଙ୍କଠାରୁ ଅଲଗା ଲାଗିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe