Advertisment

ଏମିତି ସଫା କରନ୍ତୁ ଘର କାଚ, ଦେଖାଯିବ ଚିକ୍‌ଚିକ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣଙ୍କ ଘର ଆଇନା, ଗାଡ଼ି କାଚ ଏବଂ ଅନ୍ୟ ସବୁ ଘର ସଜାଇବା ଜିନିଷକୁ ଯେତେ ସଫା କଲେ ମଧ୍ୟ ତାହା ଚିକ୍‌ଚିକ୍‌ ଦେଖା ଯାଇନଥାଏ। ଗାଡ଼ି କାଚ ହେଉ ବା ଘରେ  କାଚ ସବୁବେଳେ ଆପଣ ଚମକାଇବାକୁ ଚେଷ୍ଟା କରିଥାନ୍ତି। ଅନେକ ସମୟରେ ଦେଖାଯାଏ ଯେ, ଆମେ କାଚ ହେଉ ବା ସେଥିରେ ଲାଗିଥିବା ଦାଗକୁ ଯେତେ ସଫା କଲେ ମଧ୍ୟ ତାହା ଉଜ୍ୱଳ ଦେଖା ଯାଇ ନଥାଏ। ଏଥିପାଇଁ ଆପଣ ବାହାରେ […]

ଅଦ୍ୟତନ ହୋଇଛି
ଏମିତି ସଫା କରନ୍ତୁ ଘର କାଚ, ଦେଖାଯିବ ଚିକ୍‌ଚିକ୍‌

99

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣଙ୍କ ଘର ଆଇନା, ଗାଡ଼ି କାଚ ଏବଂ ଅନ୍ୟ ସବୁ ଘର ସଜାଇବା ଜିନିଷକୁ ଯେତେ ସଫା କଲେ ମଧ୍ୟ ତାହା ଚିକ୍‌ଚିକ୍‌ ଦେଖା ଯାଇନଥାଏ। ଗାଡ଼ି କାଚ ହେଉ ବା ଘରେ  କାଚ ସବୁବେଳେ ଆପଣ ଚମକାଇବାକୁ ଚେଷ୍ଟା କରିଥାନ୍ତି।

Advertisment

ଅନେକ ସମୟରେ ଦେଖାଯାଏ ଯେ, ଆମେ କାଚ ହେଉ ବା ସେଥିରେ ଲାଗିଥିବା ଦାଗକୁ ଯେତେ ସଫା କଲେ ମଧ୍ୟ ତାହା ଉଜ୍ୱଳ ଦେଖା ଯାଇ ନଥାଏ। ଏଥିପାଇଁ ଆପଣ ବାହାରେ ମିଳୁଥିବା ବିଭିନ୍ନ ପ୍ରକାର ସାମଗ୍ରୀ ବ୍ୟବହାର କଲା ପରେ ମଧ୍ୟ କିଛି ଲାଭ ହୋଇ ନଥାଏ। ତେଣୁ ଆମେ ଆପଣଙ୍କୁ ଘରର କାଚଗୁଡ଼ିକୁ ଘରେ ଥିବା ଜିନିଷରେ କିପରି ସଫା କରି ଚିକ୍‌ଚିକ୍‌ କରିବେ ସେ ବିଷୟରେ  କିଛି ଟିପ୍ସ ଦେବୁ।

ତେବେ ପଢ଼ନ୍ତୁ ଆପଣ କିପରି ଅତି ସହଜରେ କାଚ ଗୁଡ଼ିକୁ ସଫା କରିପାରିବେ।

ବେକିଂ ସୋଢ଼ା

publive-image

ଆପଣ ଯଦି ବାହାର କିଛି ଜିନିଷରେ କାଚ ସଫା କରି ଥକି ଯାଇଥାନ୍ତି, ତାହାଲେ ଏହି ଉପାୟ ଅବଲମ୍ବନ କରନ୍ତୁ। ସମସ୍ତଙ୍କ ଘରେ ବେକିଂ ସୋଢ଼ା ନିଶ୍ଚୟ ଥିବ। ଆପଣ ଏହାକୁ ବ୍ୟବହାର କରି କାଚ ସଫା କରିପାରିବେ। ଗୋଟେ ସଫା କପଡ଼ାରେ କିଛି ବେକିଂ ସୋଢ଼ା ନେଇ କାଚ ଉପରେ ଲଗାନ୍ତୁ। ଏହା ପରେ ଏକ ଓଦା କପଡ଼ାରେ କାଚକୁ ସଫା କରନ୍ତୁ। ଦେଖିବେ କାଚର ଦାଗ ଛାଡ଼ି ଯିବା ସହ ଉଜ୍ୱଳ ଦିଶିବ।

Advertisment

ସେଭିଙ୍ଗ କ୍ରୀମ୍‌

publive-image

ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିବେ ଯେ, କ’ଣ ସେଭିଙ୍ଗ୍‌ କ୍ରିମ୍‌କୁ ବ୍ୟବହାର କରି ଘରର କାଚ ସଫା କରିହେବ। ଆଜ୍ଞା ହଁ ଏହାକୁ ଆପଣ ବ୍ୟବହାର କରି ଘର କାଚକୁ ଚମକାଇ ପାରିବେ। ଆପଣ ସେଭିଙ୍ଗ୍‌ କ୍ରିମ୍‌ ନେଇ କାଚରେ ଭଲରେ ଲଗାନ୍ତୁ। ଏହାପରେ ଗୋଟେ ସଫା କପଡ଼ାରେ କାଚକୁ ପୋଛି ଦିଅନ୍ତୁ। ଦେଖିବେ କାଚ ପୂର୍ବ ଅପେକ୍ଷା ଚିକ୍‌ଚିକ୍‌ କରିବ।

ଖବରକାଗଜ

publive-image

ଖବରକାଗଜ ଆମକୁ ଦେଶବିଦେଶର ଖବର ଦେବା ସହ ଆହୁରି ବହୁତ କାମରେ ଆସିଥାଏ। ଆପଣ କେବେ ଏହାକୁ ବ୍ୟବହାର କରି କାଚ ସଫା କରିହେବ ବୋଲି ଭାବିଛନ୍ତି କି? ଯଦି ଭାବି ନାହାନ୍ତି ତେବେ ଆଜି ହିଁ ଏହାକୁ କାଚ ସଫା କରିବା କାର୍ଯ୍ୟରେ ବ୍ୟବହାର କରନ୍ତୁ। ଆପଣ ଏହାକୁ ଅଳ୍ପ ଓଦା କରି କାଚ ଉପରେ ଘସନ୍ତୁ। ଏହା ପରେ ଏକ ସଫା କପଡ଼ାରେ କାଚ ପୋଛି ଦିଅନ୍ତୁ। ଦେଖିବେ କାଚ ସଫା ଦେଖାଯିବ।

କ୍ଲବ୍‌ ସୋଢ଼ା

publive-image

କ୍ଲବ୍‌ ସୋଢ଼ା ବ୍ୟବହାର କରି ମଧ୍ୟ ଆପଣ କାଚ ସଫା କରିବା କରିପାରିବେ। ଏହି ସୋଢ଼ାକୁ ଏକ ବୋତଲ୍‌ରେ ଭର୍ତ୍ତି କରି କାଚ ଉପରେ ସ୍ପ୍ରେ କରନ୍ତୁ। ଏହା ପରେ ଏକ ସଫା କପଡ଼ାରେ କାଚ ପୋଛି ଦିଅନ୍ତୁ। ଦେଖିବେ କାଚ ପୂର୍ବ ଅପେକ୍ଷା ଚିକ୍‌ଚିକ୍‌ କରୁଥିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe