Advertisment

ଶିଶୁଙ୍କୁ ରୋଗାକ୍ରାନ୍ତ କରେ ଟେଡି ବିୟର୍

ଭୁବନେଶ୍ୱର: ଟେଡି ବିୟର୍ ସାରା ବିଶ୍ୱର ଶିଶୁଙ୍କ ପସନ୍ଦର ଖେଳନା। ଶିଶୁଟିଏ ଘରେ ରହୁ କି ବାହାରକୁ ଯାଇଥାଉ ସାଙ୍ଗରେ ଟେଡି ବିୟରକୁ ଧରି ଯାଇଥାଏ। ଏପରି କି ଖାଇବାଠାରୁ ଶୋଇବା ପର୍ଯ୍ୟନ୍ତ ପିଲା ପାଖରେ ଥାଏ ଟେଡି ବିୟର । ହେଲେ ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, ଏହି ଟେଡି ବିୟର୍ ଶିଶୁ ପାଇଁ ରୋଗର କାରଣ ହୋଇପାରେ। ୮୦ ପ୍ରତିଶତ ଟେଡି ବିୟରରେ ମାରାତ୍ମକ ବ୍ୟାକ୍ଟରିଆ ରହିଥାଏ। ଯାହା ଶିଶୁକୁ ଝାଡାବାନ୍ତି ଭଳି ରୋଗରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଶିଶୁଙ୍କୁ ରୋଗାକ୍ରାନ୍ତ କରେ ଟେଡି ବିୟର୍

teadi

teadiଭୁବନେଶ୍ୱର: ଟେଡି ବିୟର୍ ସାରା ବିଶ୍ୱର ଶିଶୁଙ୍କ ପସନ୍ଦର ଖେଳନା। ଶିଶୁଟିଏ ଘରେ ରହୁ କି ବାହାରକୁ ଯାଇଥାଉ ସାଙ୍ଗରେ ଟେଡି ବିୟରକୁ ଧରି ଯାଇଥାଏ। ଏପରି କି ଖାଇବାଠାରୁ ଶୋଇବା ପର୍ଯ୍ୟନ୍ତ ପିଲା ପାଖରେ ଥାଏ ଟେଡି ବିୟର । ହେଲେ ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, ଏହି ଟେଡି ବିୟର୍ ଶିଶୁ ପାଇଁ ରୋଗର କାରଣ ହୋଇପାରେ। ୮୦ ପ୍ରତିଶତ ଟେଡି ବିୟରରେ ମାରାତ୍ମକ ବ୍ୟାକ୍ଟରିଆ ରହିଥାଏ। ଯାହା ଶିଶୁକୁ ଝାଡାବାନ୍ତି ଭଳି ରୋଗରେ ଆକ୍ରାନ୍ତ କରାଇବାର ସମ୍ଭାବନା ରହିଛି। ୯୦ ପ୍ରତିଶତ ଟେଡି ବିୟରରେ ଧୂଳି ଓ ଜୀବାଣୁ ଲାଗି ରହିଥାଏ। ୪ରୁ ୩ ଟେଡି ବିୟରକୁ ସଫା କରାଯାଉ ନ ଥିବା ଗବେଷଣାରୁ ଜଣାପଡିଛି।original

Advertisment

ଟେଡି ବିୟରକୁ ଆଣ୍ଟି ବ୍ୟାକ୍ଟରିଆ କ୍ଲିଞ୍ଜରରେ ସଫା କରନ୍ତୁ କିମ୍ୱା ଡିଟଜେଣ୍ଟରେ ମଧ୍ୟ ସଫା କରିପାରିବେ। କୌଣସି କପଡା ସହ ମିଶାଇ ଟେଡି ବିୟରକୁ ନ ଧୋଇ ତାହାକୁ ଅଲଗା ସଫା କରନ୍ତୁ। ଫଳରେ ଅନ୍ୟ କପଡାରେ ଥିବା ବ୍ୟାକ୍ଟରିଆ ଟେଡିରେ ଲାଗି ନ ଥାଏ। ଟେଡି ବିୟରକୁ ସଫା କରି ଖରାରେ ଶୁଖାନ୍ତୁ। ଟେଡି ବିୟରକୁ ପ୍ରତିଦିନ ଓଦା କପଡାରେ ସଫା କରନ୍ତୁ ଫଳରେ ଲାଗିଥିବା ଜୀବାଣୁ ସଫା ହୋଇଯାଇଥାଏ। ଯାହା ପିଲାମାନଙ୍କୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।