Advertisment

ଯାତ୍ରା ସମୟରେ ବାନ୍ତି ହେଉଛି କି? ଜାଣନ୍ତୁ ୬ଟି ଲାଭଦାୟକ ଟିପ୍ସ

ଅନେକ ଲୋକ ଗାଡ଼ିରେ ଦୂର ସ୍ଥାନକୁ  ଯାତ୍ରା କରିବା ସମୟରେ ବାନ୍ତି କରନ୍ତି। ସେଥିପାଇଁ ବୁଲିବାକୁ ଇଚ୍ଛା ଥାଇ ମଧ୍ୟ ସେମାନେ ବୁଲିପାରନ୍ତି ନାହିଁ। ହେଲେ ଏଥିରେ ଡରିବାର କିଛି ନାହିଁ। ବୁଲିବାକୁ ପସନ୍ଦ କରୁଥିବା ବ୍ୟକ୍ତି ମନ ଖୋଲି ବୁଲି ପାରିବେ।  କାରଣ ଆମ ପାଖରେ କିଛି ଏପରି ଟିପ୍ସ୍ ଅଛି ଯାହା ଆପଣଙ୍କୁ ବାନ୍ତି ସମସ୍ୟାରୁ ମୁକ୍ତି ଦେବ। ବାନ୍ତି ପାଇଁ ବୁଲିବା ବନ୍ଦ ହେବ ନାହିଁ। ୧) ଯାତ୍ରାରେ ବାହାରିବାର ଅଧାଘଣ୍ଟା ପୂର୍ବରୁ […]

ଯାତ୍ରା ସମୟରେ ବାନ୍ତି ହେଉଛି କି? ଜାଣନ୍ତୁ ୬ଟି ଲାଭଦାୟକ ଟିପ୍ସ

vomiting

Advertisment

ଅନେକ ଲୋକ ଗାଡ଼ିରେ ଦୂର ସ୍ଥାନକୁ  ଯାତ୍ରା କରିବା ସମୟରେ ବାନ୍ତି କରନ୍ତି। ସେଥିପାଇଁ ବୁଲିବାକୁ ଇଚ୍ଛା ଥାଇ ମଧ୍ୟ ସେମାନେ ବୁଲିପାରନ୍ତି ନାହିଁ। ହେଲେ ଏଥିରେ ଡରିବାର କିଛି ନାହିଁ। ବୁଲିବାକୁ ପସନ୍ଦ କରୁଥିବା ବ୍ୟକ୍ତି ମନ ଖୋଲି ବୁଲି ପାରିବେ।  କାରଣ ଆମ ପାଖରେ କିଛି ଏପରି ଟିପ୍ସ୍ ଅଛି ଯାହା ଆପଣଙ୍କୁ ବାନ୍ତି ସମସ୍ୟାରୁ ମୁକ୍ତି ଦେବ। ବାନ୍ତି ପାଇଁ ବୁଲିବା ବନ୍ଦ ହେବ ନାହିଁ।

Advertisment

୧) ଯାତ୍ରାରେ ବାହାରିବାର ଅଧାଘଣ୍ଟା ପୂର୍ବରୁ ଗୋଟେ ଚାମଚ ପିଆଜ ରସ ସହ ଏକ ଚାମଚ ଅଦା ରସ ମିଶାଇ ପିଅନ୍ତୁ। ଆଉ ବାନ୍ତି ହେବ ନାହିଁ। ଯଦି ଆପଣଙ୍କର ଯାତ୍ରା ଲମ୍ବା ତା’ହେଲେ ସାଙ୍ଗରେ ଏହି ମିଶ୍ରଣକୁ ନେଇ ଯାଆନ୍ତୁ।

୨) ଯାତ୍ରା ସମୟରେ ପାଖରେ ଲବଙ୍ଗ ରଖନ୍ତୁ। ବାନ୍ତି ଲାଗିବା ମାତ୍ରେ ଏହାକୁ ପାଟିରେ ପକାଇ ଦିଅନ୍ତୁ। ଆଉ ବାନ୍ତି ଲାଗିବନି।

Advertisment

୩) ବାନ୍ତି ରୋକିବାରେ ଅଦା ମଧ୍ୟ ଭଲ କାମ କରେ। ଯାତ୍ରା କରିବା ସମୟରେ ପାଟିରେ ଟିକେ ଅଦା ପକାଇଦିଅନ୍ତୁ। ଏହା ବାନ୍ତି ଓ ମୁଣ୍ଡ ବୁଲାଇବାରୁ ରକ୍ଷା କରେ।

୪) ଯାତ୍ରାରେ ଯିବା ପୂର୍ବରୁ  ଅଦା ମିଶା ଚା ପିଇ ଯଆନ୍ତୁ ବା ବାନ୍ତି ଲାଗିଲେ ଏହି ଚାକୁ ପିଅନ୍ତୁ।

୫) ପୋଦିନା ମଧ୍ୟ ଯାତ୍ରା ସମୟରେ ଏହି ସମସ୍ୟାରୁ ମୁକ୍ତି ଦେବ।  ରୁମାଲରେ ପୋଦିନା ତେଲର କିଛି ବୁନ୍ଦା ପକାଇ ଏହାକୁ ଯାତ୍ରା କରିବା ସମୟରେ ବାରମ୍ବାର ସୁଙ୍ଘନ୍ତୁ। ଏହା ଦ୍ୱାରା ବାନ୍ତି ଲାଗିବ ନାହିଁ।

୬) ଯାତ୍ରା ସମୟରେ ଲେମ୍ବୁ ଟିଏ ସାଙ୍ଗରେ ଧରି ଥାଆନ୍ତୁ। ଏହାକୁ ସୁଙ୍ଘିଲେ ମଧ୍ୟ ବାନ୍ତି ଲାଗିବ ନାହିଁ। ଲେମ୍ବୁ ରସକୁ ଗରମ ପାଣିରେ ମିଶାଇ ପିଇଲେ ବାନ୍ତି ଭଳି ସମସ୍ୟାରୁ ମୁକ୍ତି ମିଳେ। ଏଥିରେ ଆପଣ ମହୁ ମଧ୍ୟ ମିଶାଇ ପିଇପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe