ଆସନ୍ତାକାଲି ହୋଲି। ଏହ ହେଉଛି ରଙ୍ଗର ପର୍ବ। ତେବେ ରଙ୍ଗ ଖେଳିବା ବେଳେ ଆମେ ଅନେକ ଗୁଡ଼ିଏ ଜିନିଷ ପ୍ରତି ଧ୍ୟାନ ଦେଇ ନ ଥାଉ। ଆଉ ସେହି ଅବହେଳା ଅନେକ ସମୟରେ ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ।
ରଙ୍ଗ ଖେଳିବା ପୂର୍ବରୁ ଓ ପରେ ନିମ୍ନଲିଖିତ କଥାଗୁଡ଼ିକୁ ଧ୍ୟାନରେ ରଖିବାକୁ ହେବ:
-ରଙ୍ଗ ଖେଳିବା ପୂର୍ବରୁ ଫେସିଆଲ୍ କରନ୍ତୁ ନାହିଁ। ଫେସିଆଲ୍ କରିବା ଦ୍ୱାରା ଆମ ସ୍କିନ୍ ସଫ୍ଟ ହୋଇଯାଇଥାଏ। ଫଳରେ ରଙ୍ଗ ଆମ ଚର୍ମରେ ଲାଗିଲେ କ୍ଷତି ହୋଇଥାଏ।
-ଯଦି ଆପଣ ଆଖିରେ କଣ୍ଟାକ୍ଟ୍ ଲେନ୍ସ ଲଗାଇଛନ୍ତି, ତା’ହେଲେ ରଙ୍ଗ ଖେଳିବା ପୂର୍ବରୁ କାଢ଼ି ଦିଅନ୍ତୁ। ଲେନ୍ସ ଲଗାଇ ରଙ୍ଗ ଖେଳିଲେ ଆଖିରେ ରଙ୍ଗ ଲାଗି ଇନ୍ଫେକ୍ସନ୍ ହୋଇଥାଏ।
-ରଙ୍ଗ ଖେଳିବା ପୂର୍ବରୁ କେଶରେ ନଡ଼ିଆ ତେଲ ଲଗାନ୍ତୁ। କେଶରେ ରଙ୍ଗ ଲାଗିଲେ ଧୋଇଲା ବେଳେ ଶୀଘ୍ର ଛାଡ଼ିଯିବ। ଏହା ସହିତ ରଙ୍ଗ କେଶ ଉପରେ କିଛି ପ୍ରଭାବ ପକାଇ ପାରେ ନାହିଁ।
-ଦେହରୁ ରଙ୍ଗ ଛଡ଼ାଇବା ପାଇଁ ସାବୁନ୍ ବ୍ୟବହାର କରନ୍ତୁ ନାହିଁ। ଏହା ତ୍ୱଚାକୁ କ୍ଷତି ପହଞ୍ଚାଇ ଥାଏ।
-ଗରମ ପାଣିରେ ରଙ୍ଗ ଛଡ଼ାନ୍ତୁ ନାହିଁ। ଚର୍ମରେ ରଙ୍ଗ ଲାଗି ଡ୍ରାଏ ହୋଇଯାଇଥାଏ। ଗରମ ପାଣି ବ୍ୟବହାର କରିବା ଦ୍ୱାରା ଶରୀର କ୍ଷତି ହୋଇଥାଏ।
-ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାସାୟନିକ ରଙ୍ଗ ପରିବର୍ତ୍ତେ ହର୍ବାଲ୍ ରଙ୍ଗ ଖେଳନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।