ରଙ୍ଗ ଖେଳିବା ବେଳେ କରନ୍ତୁ ନାହିଁ ଏସବୁ ଭୁଲ, ଦିଅନ୍ତୁ ଧ୍ୟାନ

ଆସନ୍ତାକାଲି ହୋଲି। ଏହ ହେଉଛି ରଙ୍ଗର ପର୍ବ। ତେବେ ରଙ୍ଗ ଖେଳିବା ବେଳେ ଆମେ ଅନେକ ଗୁଡ଼ିଏ ଜିନିଷ ପ୍ରତି ଧ୍ୟାନ ଦେଇ ନ ଥାଉ। ଆଉ ସେହି ଅବହେଳା ଅନେକ ସମୟରେ ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ। ରଙ୍ଗ ଖେଳିବା ପୂର୍ବରୁ ଓ ପରେ ନିମ୍ନଲିଖିତ କଥାଗୁଡ଼ିକୁ ଧ୍ୟାନରେ ରଖିବାକୁ ହେବ: -ରଙ୍ଗ ଖେଳିବା ପୂର୍ବରୁ ଫେସିଆଲ୍ କରନ୍ତୁ ନାହିଁ। ଫେସିଆଲ୍‌ କରିବା ଦ୍ୱାରା ଆମ ସ୍କିନ୍‌ ସଫ୍ଟ ହୋଇଯାଇଥାଏ।  ଫଳରେ ରଙ୍ଗ ଆମ ଚର୍ମରେ […]

life

Rakesh Mallick
  • Published: Sunday, 12 March 2017
  • , Updated: 12 March 2017, 11:07 AM IST

ଆସନ୍ତାକାଲି ହୋଲି। ଏହ ହେଉଛି ରଙ୍ଗର ପର୍ବ। ତେବେ ରଙ୍ଗ ଖେଳିବା ବେଳେ ଆମେ ଅନେକ ଗୁଡ଼ିଏ ଜିନିଷ ପ୍ରତି ଧ୍ୟାନ ଦେଇ ନ ଥାଉ। ଆଉ ସେହି ଅବହେଳା ଅନେକ ସମୟରେ ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ।

ରଙ୍ଗ ଖେଳିବା ପୂର୍ବରୁ ଓ ପରେ ନିମ୍ନଲିଖିତ କଥାଗୁଡ଼ିକୁ ଧ୍ୟାନରେ ରଖିବାକୁ ହେବ:

-ରଙ୍ଗ ଖେଳିବା ପୂର୍ବରୁ ଫେସିଆଲ୍ କରନ୍ତୁ ନାହିଁ। ଫେସିଆଲ୍‌ କରିବା ଦ୍ୱାରା ଆମ ସ୍କିନ୍‌ ସଫ୍ଟ ହୋଇଯାଇଥାଏ।  ଫଳରେ ରଙ୍ଗ ଆମ ଚର୍ମରେ ଲାଗିଲେ କ୍ଷତି ହୋଇଥାଏ।

-ଯଦି ଆପଣ ଆଖିରେ କଣ୍ଟାକ୍ଟ୍‌ ଲେନ୍ସ ଲଗାଇଛନ୍ତି, ତା’ହେଲେ ରଙ୍ଗ ଖେଳିବା ପୂର୍ବରୁ କାଢ଼ି ଦିଅନ୍ତୁ।  ଲେନ୍ସ ଲଗାଇ ରଙ୍ଗ ଖେଳିଲେ ଆଖିରେ ରଙ୍ଗ ଲାଗି ଇନ୍‌ଫେକ୍ସନ୍‌ ହୋଇଥାଏ।

-ରଙ୍ଗ ଖେଳିବା ପୂର୍ବରୁ କେଶରେ ନଡ଼ିଆ ତେଲ ଲଗାନ୍ତୁ। କେଶରେ ରଙ୍ଗ ଲାଗିଲେ ଧୋଇଲା ବେଳେ ଶୀଘ୍ର ଛାଡ଼ିଯିବ। ଏହା ସହିତ ରଙ୍ଗ କେଶ ଉପରେ କିଛି ପ୍ରଭାବ ପକାଇ ପାରେ ନାହିଁ।

-ଦେହରୁ ରଙ୍ଗ ଛଡ଼ାଇବା ପାଇଁ ସାବୁନ୍‌ ବ୍ୟବହାର କରନ୍ତୁ ନାହିଁ। ଏହା ତ୍ୱଚାକୁ କ୍ଷତି ପହଞ୍ଚାଇ ଥାଏ।

-ଗରମ ପାଣିରେ ରଙ୍ଗ ଛଡ଼ାନ୍ତୁ ନାହିଁ। ଚର୍ମରେ ରଙ୍ଗ ଲାଗି ଡ୍ରାଏ ହୋଇଯାଇଥାଏ।  ଗରମ ପାଣି ବ୍ୟବହାର କରିବା ଦ୍ୱାରା ଶରୀର କ୍ଷତି ହୋଇଥାଏ।

-ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାସାୟନିକ ରଙ୍ଗ ପରିବର୍ତ୍ତେ ହର୍ବାଲ୍ ରଙ୍ଗ ଖେଳନ୍ତୁ।

 

 

 

 

Related story