Advertisment

ଶୋଇବାର ବି ଅଛି ନିର୍ଦ୍ଦିଷ୍ଟ ସମୟ; ଜାଣନ୍ତୁ କେତେବେଳେ ଭଲ, କେତେବେଳେ ଖରାପ

ଅନେକ ଲୋକ ଶୋଇବାକୁ ଭାରି ଭଲ ପାଆନ୍ତି। ଟିକେ ସମୟ ମିଳିଲେ ଶୋଇପଡ଼ନ୍ତି। କେହି କେହି ସକାଳ ଜଳଖିଆ ଖାଇବା ପରେ ଶୋଇପଡ଼ନ୍ତି। ଅନେକ ଲୋକ ଅଛନ୍ତି ଦ୍ୱିପହରେ ଶୋଇବାକୁ ଭଲ ପାଆନ୍ତି। ଆଉ ଜଣେ ଜଣେ ସନ୍ଧ୍ୟା ବେଳେ ଅଫିସ୍‌ରୁ ଫେରିଲେ ଟିକେ ଶୋଇପଡ଼ନ୍ତି। ଶରୀରକୁ ସୁସ୍ଥ ରଖିବାକୁ ପ୍ରତିଦିନ ୮ ଘଣ୍ଟା ଶୋଇବା ଜରୁରୀ। ଏଥିପାଇଁ ଡାକ୍ତରମାନେ ପରାମର୍ଶ ମଧ୍ୟ ଦିଅନ୍ତି। କିନ୍ତୁ ଶାସ୍ତ୍ର ଅନୁସାରେ ଦିନର ସବୁ ସମୟରେ ଶୋଇବା ଠିକ୍ ନୁହେଁ। […]

author-image
Rakesh Mallick
ଅଦ୍ୟତନ ହୋଇଛି
ଶୋଇବାର ବି ଅଛି ନିର୍ଦ୍ଦିଷ୍ଟ ସମୟ; ଜାଣନ୍ତୁ କେତେବେଳେ ଭଲ, କେତେବେଳେ ଖରାପ

ଅନେକ ଲୋକ ଶୋଇବାକୁ ଭାରି ଭଲ ପାଆନ୍ତି। ଟିକେ ସମୟ ମିଳିଲେ ଶୋଇପଡ଼ନ୍ତି। କେହି କେହି ସକାଳ ଜଳଖିଆ ଖାଇବା ପରେ ଶୋଇପଡ଼ନ୍ତି। ଅନେକ ଲୋକ ଅଛନ୍ତି ଦ୍ୱିପହରେ ଶୋଇବାକୁ ଭଲ ପାଆନ୍ତି। ଆଉ ଜଣେ ଜଣେ ସନ୍ଧ୍ୟା ବେଳେ ଅଫିସ୍‌ରୁ ଫେରିଲେ ଟିକେ ଶୋଇପଡ଼ନ୍ତି। ଶରୀରକୁ ସୁସ୍ଥ ରଖିବାକୁ ପ୍ରତିଦିନ ୮ ଘଣ୍ଟା ଶୋଇବା ଜରୁରୀ। ଏଥିପାଇଁ ଡାକ୍ତରମାନେ ପରାମର୍ଶ ମଧ୍ୟ ଦିଅନ୍ତି। କିନ୍ତୁ ଶାସ୍ତ୍ର ଅନୁସାରେ ଦିନର ସବୁ ସମୟରେ ଶୋଇବା ଠିକ୍ ନୁହେଁ। ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ କେଉଁ ସମୟରେ ଶୋଇଲେ ଦୁର୍ଭାଗ୍ୟ ମାଡ଼ି ବସେ ଓ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ।

Advertisment

ଦିନରେ ଶୁଅନ୍ତୁ ନାହିଁ

ଶାସ୍ତ୍ର ଅନୁଯାୟୀ ଦିନରେ ଶୋଇବା ଅଶୁଭ। ଏହା ପଛରେ ଥିବା ଯୁକ୍ତିଟି ହେଉଛି ଦିନରେ ଶୋଇଲେ ଦେବୀଦେବତାଙ୍କର ଆଶୀର୍ବାଦ ମିଳେନାହିଁ। କେବଳ ଏତିକି ନୁହେଁ, ଯେଉଁମାନେ ଦିନରେ ଶୁଅନ୍ତି ସେମାନଙ୍କ ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ।

ସୂର୍ଯ୍ୟୋଦୟ ପରେ ଶୋଇବା ଅନୁଚିତ

ଶାସ୍ତ୍ର ଅନୁଯାୟୀ ସମସ୍ତଙ୍କୁ ସୂର୍ଯ୍ୟୋଦୟ ପୂର୍ବରୁ ବିଛଣା ତ୍ୟାଗ କରିବା ଉଚିତ। କାରଣ ସକାଳର ତାଜା ପବନ ଶରୀରରୁ ଅନେକ ବେମାର ଦୂର କରିଥାଏ। ଯେଉଁମାନେ ସୂର୍ଯ୍ୟୋଦୟ ପରେ ବିଳମ୍ବ ଯାଏଁ ଶୁଅନ୍ତି, ସେମାନଙ୍କର ସ୍ୱାସ୍ଥ ଖରାପ ହୁଏ। ଏହା ସହିତ ମା’ ଲକ୍ଷ୍ମୀ ମଧ୍ୟ ସେମାନଙ୍କ ଉପରେ କ୍ଷୁବ୍ଧ ହୋଇଥାନ୍ତି। ଏପରି ଲୋକଙ୍କର ଉନ୍ନତି ହୁଏ ନାହିଁ। ଏମାନେ ସବୁବେଳେ ଚିନ୍ତାରେ ବୁଡ଼ି ରୁହନ୍ତି।

Advertisment

publive-image

ଖରାବେଳେ ଶୋଇବା ମନା

ଖାଇ ସାରି ଖରାବେଳେ ଶୋଇବା ଅନେକଙ୍କର ଅଭ୍ୟାସ ଅଛି। କିନ୍ତୁ ଏହା ଠିକ୍ ନୁହେଁ। ଶାସ୍ତ୍ର ଅନୁସାରେ  ଖରାବେଳେ ଶୋଇବା ଦ୍ୱାରା ପାଚନ କ୍ରିୟା ମନ୍ଥର ହୋଇଯାଏ। ଖାଦ୍ୟ ଭଲ ଭାବେ ହଜମ ହୁଏ ନାହିଁ। ତେଣୁ କୋଷ୍ଠ କାଠିନ୍ୟ ଓ ଗ୍ୟାସ୍‌ ପରି ରୋଗ ହୋଇପାରେ। ଖରାବେଳେ ଶୋଇଲେ ଶରୀରର ଓଜନ ମଧ୍ୟ ବଢ଼ିଯାଏ। ସ୍ମୃତି ଶକ୍ତି ହ୍ରାସ ପାଏ।

ସୂର୍ଯ୍ୟାସ୍ତ ସମୟରେ ଶୋଇବା ଅଶୁଭ

ସୂର୍ଯ୍ୟାସ୍ତ ସମୟରେ ଦେବାଦେବୀ ପୃଥିବୀରେ ଭ୍ରମଣ କରନ୍ତି। ତେଣୁ ଏହି ସମୟରେ ଶୋଇଥିବା ବ୍ୟକ୍ତି ସେମାନଙ୍କ କୃପାରୁ ବଞ୍ଚିତ ହୋଇଥାନ୍ତି। ସନ୍ଧ୍ୟା ସମୟରେ ପୂଜାପାଠ କରାଯାଏ। ଏହି ସମୟରେ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ତେଣୁ ଏହି ସମୟରେ ଶୋଇଥିବା ବ୍ୟକ୍ତି ଦୁର୍ଭାଗ୍ୟର ଶିକାର ହୋଇଥାନ୍ତି।

କେଉଁମାନେ ଦିନରେ ଶୋଇପାରିବେ

ଶାସ୍ତ୍ରରେ କୁହାଯାଇଛି ଯେ ଦିନରେ କେବଳ ଗର୍ଭବତୀ ସ୍ତ୍ରୀ, ଛୋଟ ପିଲା, ବୃଦ୍ଧବୃଦ୍ଧା ଓ ଅସୁସ୍ଥ ବ୍ୟକ୍ତିଙ୍କ ଶୋଇପାରିବେ।