Advertisment

ରାତିରେ ନ ଖାଇ ଶୋଉଛନ୍ତି କି? ପଡ଼ିପାରନ୍ତି ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟାରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଧୁନିକ ଜୀବନ ଶୈଳୀରେ ଦିନସାରା କାମ ଚାପ ଏବଂ ସନ୍ଧ୍ୟାରେ ଥକାପଣ ଯୋଗୁ ଅଧିକାଶଂ ଲୋକ ରାତିରେ ଖାଦ୍ୟ ନ ଖାଇ ଶୋଇ ପଡ଼ିଥାନ୍ତି। ଆପଣ କେବେ କେମିତି ଏପରି କରୁଥିବେ। କିନ୍ତୁ ଯଦି ଆପଣଙ୍କ ଏହି ଅଭ୍ୟାସ ନିତିଦିନିଆ ଅଭ୍ୟାସରେ ପରିଣତ ହୁଏ। ତାହାଲେ ଏହା ଆପଣଙ୍କ ପାଇଁ ଖରାପ ହୋଇପାରେ। ଖାଲି ପେଟରେ ଶୋଇବା ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା ଥାଏ। ତେବେ ଆପଣ ଯଦି ଏହିପରି କରୁଥାନ୍ତି, ତାହାଲେ […]

ରାତିରେ ନ ଖାଇ ଶୋଉଛନ୍ତି କି? ପଡ଼ିପାରନ୍ତି ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟାରେ

a11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଧୁନିକ ଜୀବନ ଶୈଳୀରେ ଦିନସାରା କାମ ଚାପ ଏବଂ ସନ୍ଧ୍ୟାରେ ଥକାପଣ ଯୋଗୁ ଅଧିକାଶଂ ଲୋକ ରାତିରେ ଖାଦ୍ୟ ନ ଖାଇ ଶୋଇ ପଡ଼ିଥାନ୍ତି। ଆପଣ କେବେ କେମିତି ଏପରି କରୁଥିବେ। କିନ୍ତୁ ଯଦି ଆପଣଙ୍କ ଏହି ଅଭ୍ୟାସ ନିତିଦିନିଆ ଅଭ୍ୟାସରେ ପରିଣତ ହୁଏ। ତାହାଲେ ଏହା ଆପଣଙ୍କ ପାଇଁ ଖରାପ ହୋଇପାରେ। ଖାଲି ପେଟରେ ଶୋଇବା ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା ଥାଏ। ତେବେ ଆପଣ ଯଦି ଏହିପରି କରୁଥାନ୍ତି, ତାହାଲେ ଆପଣ କେଉଁ ସବୁ ସମସ୍ୟାରେ ପଡ଼ିପାରନ୍ତି, ଜାଣନ୍ତୁ।

Advertisment

୧)  ଶରୀରରେ ଶକ୍ତି କମ୍‌ ହୋଇଥାଏ 

ବହୁତ ଲୋକ ଭାବନ୍ତି ଯେ, ରାତିରେ ଶରୀରକୁ ଖାଇବାର ଆବଶ୍ୟକତା ନଥାଏ। କିନ୍ତୁ ହେଲଥ୍‌ ଏକ୍ସପଟ୍‌ଙ୍କ କହିବା ଅନୁସାରେ, ଆମ ଶରୀର ୨୪ ଘଣ୍ଟା ଶକ୍ତି ଉତ୍ପାଦନ କରିଥାଏ। ଏଥିପାଇଁ ଶରୀରକୁ ଖାଦ୍ୟର ଆବଶ୍ୟକତା ପଡ଼ିଥାଏ। ଯେଉଁ ପୁରୁଷମାନେ ରାତିରେ ଖାଇବା ପୂର୍ବରୁ ଏନର୍ଜି ଡ୍ରିଙ୍କ୍‌ ପିଇଥାନ୍ତି, ସେମାନଙ୍କ ଶରୀରରେ ଏନର୍ଜିର କମ୍‌ ହୋଇନ ଥାଏ। ସେହିଭଳି ରାତିରେ ଆପଣ ଖାଲି ପେଟରେ ଶୋଇବା ଯୋଗୁ ତା ପର ଦିନ ଆପଣ ଥକାପଣ ଅନୁଭବ କରିପାରନ୍ତି।

୨) ମେଟାବଲିଜିମ୍‌ ଉପରେ ପ୍ରଭାବ ପକାଇ ପାରେ 

publive-image

ଯେଉଁ ଲୋକମାନେ ରାତିରେ ନ ଖାଇ ଶୋଇବାର ଅଭ୍ୟାସ ଥାଏ ସେମାନଙ୍କର ମେଟାବଲିଜିମ୍‌ ଉପରେ ଖରାପ ପ୍ରଭାବ ପକାଇଥାଏ। ମେଟାବଲିଜିମ୍‌ ଆମ ଶରୀରରେ ଶକ୍ତି ଉତ୍ପାଦନ କରିବାରେ ସାହାଯ୍ୟ କରିଥାଏ। ଏହା ସହ ଖାଲିପେଟରେ ଶୋଇବା ଦ୍ୱାରା ଆମ ଶରୀରରେ କୋଲେଷ୍ଟ୍ରୋଲ୍‌ ଲେବଲ୍‌ ଏବଂ ଥାଇରଏଡ୍‌ ହେବାର ବହୁତ ସମ୍ଭାବନା ଥାଏ। ଏହି ଅଭ୍ୟାସ ଶରୀରରେ ଅନେକ ରୋଗ ସୃଷ୍ଟି କରିପାରେ।

Advertisment

୩)  ଶୋଇବାରେ ଅସୁବିଧା 

ଖାଲି ପେଟରେ ଶୋଇବା ଦ୍ୱାରା ଅଧା ରାତିରେ ଆପଣଙ୍କ ପେଟରେ ଖାଦ୍ୟ ନଥିବାରୁ ପେଟ କାଟିବା ସମସ୍ୟା ମଧ୍ୟ ଦେଖା ଦେଇପାରେ। ଏଥିପାଇଁ ଆପଣଙ୍କ ନିଦ ପୂରା ହୋଇପାରେ ନାହିଁ।  ଆପଣ ତା ପରଦିନ ଅସୁସ୍ଥ ଏବଂ ଚିଡ୍‌ଚିଡ଼ା ଅନୁଭବ କରିଥାନ୍ତି। ଏଥିପାଇଁ ଆପଣ ନିଦ ପୂରା କରିବାକୁ ଚୁହଁଥାନ୍ତି, ତାହାଲେ ରାତିରେ ଖାଇକି ଶୁଅନ୍ତୁ।

୪) ଓଜନ ବଢ଼ିଥାଏ

publive-image

ବହୁ ଲୋକଙ୍କର ଓଜନ ବଢ଼ିବା ସମସ୍ୟା ଥାଏ। ସେମାନେ କମ୍‌ ଖାଇକି ମଧ୍ୟ ଓଜନ ବଢ଼ିଥାଏ। ଯଦି ଆପଣ ଭାବୁଛନ୍ତି ଯେ, ନ ଖାଇକି ଶୋଇବା ଦ୍ୱାରା ଆପଣଙ୍କ ଓଜନ କମ୍‌ ହେବ, ତାହାଲେ ଆପଣ ଭୁଲ୍‌ ଭାବୁଛନ୍ତି। ଏହା ଆପଣଙ୍କ ଓଜନକୁ ବଢ଼ାଇଥାଏ। ହେଲଥ୍‌ ଏକ୍ସପଟ୍‌ଙ୍କ ଅନୁସାରେ ରାତିରେ କମ୍‌ ଖାଇବା ଆବଶ୍ୟକ। ଆପଣ କିନ୍ତୁ ନ ଖାଇ ଶୋଇବା ଯୋଗୁ ଅସୁବିଧାରେ ପଡ଼ିପାରନ୍ତି।

୫) ଶରୀରରେ ନ୍ୟୁଟ୍ରିସନ୍‌ର କମ୍‌ ହୋଇଥାଏ  

ରାତିରେ ଖାଲି ପେଟରେ ଶୋଇବା ଯୋଗୁ ଆପଣଙ୍କ ଶରୀରରେ ନ୍ୟୁଟ୍ରିସନ୍‌  କମ୍‌ ହୋଇପାରେ। ହେଲଥ୍‌ ଏକ୍ସପଟ୍‌ଙ୍କ ଅନୁସାରେ ଶରୀରକୁ ସୁସ୍ଥ ରଖିବା ପାଇଁ ନ୍ୟୁଟ୍ରିସନ୍‌ର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ରାତିରେ ଖାଲି ପେଟରେ ଶୋଇବା ଯୋଗୁ ଏହା କମ୍‌ ହୋଇଥାଏ। ଏଥିପାଇଁ ମଧ୍ୟ ଶରୀରରେ ସମସ୍ୟା ଦେଖା ଦେଇପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe