Advertisment

ଓଜନ କମାଇବାକୁ ୱାକ୍‌ କରୁଛନ୍ତି କି? ଆପଣାନ୍ତୁ ଏହି ନିୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶରୀରର ମୋଟାପଣକୁ ନେଇ ଚିନ୍ତିତ କି? ଏଥିପାଇଁ ଅନ୍ୟମାନଙ୍କ ପରିହାସର ପାତ୍ର  ମଧ୍ୟ ହେଉଛନ୍ତି। ଆଉ ଏଥିପାଇଁ ଓଜନ କମାଇବାକୁ ଚାହୁଁଛନ୍ତି କି ? ବ୍ୟସ୍ତବହୁଳ ଜୀବନରେ ଜିମ୍‌ ଯିବା କିମ୍ବା ବ୍ୟାୟାମ କରିବା ପାଇଁ ଆମ ପାଖରେ ସମୟର  ଘୋର ଅଭାବ ହୋଇଥାଏ। ତେଣୁ ଆମେ ସକାଳେ ହେଉ ବା ସନ୍ଧ୍ୟାରେ ୱାକ୍‌ କରିଥାଉ। କିନ୍ତୁ ଏହି ୱାକ୍‌ କଲା ପରେ ମଧ୍ୟ ଆମମାନଙ୍କ ଓଜନ ବା ମୋଟାପଣରେ ବେଶି କିଛି ଫରକ […]

ଅଦ୍ୟତନ ହୋଇଛି
ଓଜନ କମାଇବାକୁ ୱାକ୍‌ କରୁଛନ୍ତି କି? ଆପଣାନ୍ତୁ ଏହି ନିୟମ

m111

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶରୀରର ମୋଟାପଣକୁ ନେଇ ଚିନ୍ତିତ କି? ଏଥିପାଇଁ ଅନ୍ୟମାନଙ୍କ ପରିହାସର ପାତ୍ର  ମଧ୍ୟ ହେଉଛନ୍ତି। ଆଉ ଏଥିପାଇଁ ଓଜନ କମାଇବାକୁ ଚାହୁଁଛନ୍ତି କି ? ବ୍ୟସ୍ତବହୁଳ ଜୀବନରେ ଜିମ୍‌ ଯିବା କିମ୍ବା ବ୍ୟାୟାମ କରିବା ପାଇଁ ଆମ ପାଖରେ ସମୟର  ଘୋର ଅଭାବ ହୋଇଥାଏ। ତେଣୁ ଆମେ ସକାଳେ ହେଉ ବା ସନ୍ଧ୍ୟାରେ ୱାକ୍‌ କରିଥାଉ। କିନ୍ତୁ ଏହି ୱାକ୍‌ କଲା ପରେ ମଧ୍ୟ ଆମମାନଙ୍କ ଓଜନ ବା ମୋଟାପଣରେ ବେଶି କିଛି ଫରକ ପଡ଼ି ନ ଥାଏ। ତେବେ ଆପଣ ଭାବୁଥିବେ ମୁଁ ଏତେଦିନ ହେଲାଣି ଚାଲୁଛି, ଓଜନ କାହିଁକି କମୁନାହିଁ। ତେବେ, ଚାଲିବା ସମୟରେ ମଧ୍ୟ କିଛି ନିୟମ ଆପଣାନ୍ତୁ। ଏହା ଦ୍ୱାରା ଆପଣ ନିଶ୍ଚୟ ଫିଟ୍‌ ରହିପାରିବେ।  କିପରି ଆଉ କେଉଁ ସମୟରେ ଚାଲିବା ଭଲ ପଢ଼ନ୍ତୁ।

Advertisment

୧- ଦିନରେ ଅଧିକା ଚାଲନ୍ତୁ।

ସନ୍ଧ୍ୟାବେଳ ଅପେକ୍ଷା ଦିନରେ ବା ସକାଳେ ଅଧିକା ଚାଲିବା ଦ୍ୱାରା ଆମ ଦେହ ସୁସ୍ଥ ରହିଥାଏ। ଏହା ଆମ ଦେହରେ ଥିବା ଫ୍ୟାଟ୍‌ କମାଇଥାଏ। ତେବେ ଆପଣଙ୍କୁ ଯଦି ସପ୍ତାହରେ ସବୁଦିନ ଚାଲିବାକୁ ସମୟ ହେଊନାହିଁ, ତାହାଲେ ଏଥିପାଇଁ ଚିନ୍ତିତ ହୁଅନ୍ତୁ ନାହିଁ।  ଯେବେ ବି ଚାଲୁଛନ୍ତି ଅଧିକା ବାଟ ଚାଲନ୍ତୁ। ଆଉ ସବୁଦିନ ଯଦି ଚାଲୁଛନ୍ତି ତାହାଲେ ଆପଣ ୧୫ରୁ ୨୦ ମିନିଟ୍‌ ଚାଲନ୍ତୁ। ଏହା ଆପଣଙ୍କୁ ଫିଟ୍‌ ରଖିବା ସହ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିବ।

୨- ଗଡ଼ାଣିଆ ଜାଗାରେ ଅଧିକା ଚାଲନ୍ତୁ।

ଗଡ଼ାଣିଆ ଜାଗାରେ ଚାଲିବା ଆମ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ।  ସିଧା ରାସ୍ତାରେ ଚାଲିବା ବଦଳରେ ଗଡ଼ାଣିଆ ରାସ୍ତାରେ ଚାଲିବା ପାଇଁ ଚେଷ୍ଟା କରନ୍ତୁ।  ଏହାଦ୍ୱାରା ଆପଣ ଅନ୍ୟ ସମୟ ଅପେକ୍ଷା ୩୦ ପ୍ରତିଶତ ଅଧିକ ଫ୍ୟାଟ୍‌ କମାଇ ପାରିବେ। ଏବଂ ଦେହ ମଧ୍ୟ ସୁସ୍ଥ ରହିବ।

Advertisment

୩- ଲିଫ୍ଟ ବଦଳରେ ସିଡ଼ି ଚଢ଼ନ୍ତୁ।

ଆମେ ସବୁବେଳେ ଶିଘ୍ର ଯିବା ପାଇଁ ଲିଫ୍ଟ ବ୍ୟବହାର କରିଥାଉ। ଆଉ ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ତେବେ ଆପଣ ସବୁବେଳେ ସିଡ଼ିରେ ଯିବାପାଇଁ ଚେଷ୍ଟା କରନ୍ତୁ। ସିଡ଼ିରେ ଯିବା ଏକ ପ୍ରକାର ବ୍ୟାୟାମ ସହ ସମାନ। ତେବେ ଆପଣ ଲିଫ୍ଟ ଅପେକ୍ଷା ସିଡ଼ିର ବ୍ୟବହାର ଅଧିକ ଥର କରି ଦେଖନ୍ତୁ, ଅଳ୍ନ ଦିନ ମଧ୍ୟରେ ଏହାର ଫରକ୍‌ ଅଭୁଭବ କରିପାରବେ। ଏହା କଲେ ଆପଣ ଫିଟ୍‌ ରହିବା ସହ ଶରୀରର ଫ୍ୟାଟ୍‌ ମଧ୍ୟ କମାଇ ପାରିବେ।

୪- ଆପଣ ନିଜର ଏକ ଲକ୍ଷ୍ୟ ରଖନ୍ତୁ।

ୱାକ୍‌ ଆପଣ କାହାର ବାଧ୍ୟବାଧକତାରେ କରନ୍ତୁ ନାହିଁ।  ଏଥିପାଇଁ ନିଜର ଏକ ଲକ୍ଷ୍ୟ ରଖନ୍ତୁ। ଆପଣ କେଉଁ ସମୟରେ ୱାକ୍‌ କରିବେ ତାହା ପୂର୍ବରୁ ରୁଟିନ୍‌ ତିଆର କରିଦିଅନ୍ତୁ। ଦିନରେ ଅଧିକାରୁ ଅଧିକା ଚାଲିବା ପାଇଁ ଅଭ୍ୟାସ କରନ୍ତୁ। ଆପଣ ଯେତେ ଶୀଘ୍ର ଚାଲିବେ ସେତେ ଓଜନ ଆପଣ କମାଇ ପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe