Advertisment

ସାବଧାନ୍! ସିଗାରେଟ୍ ପିଇଲେ ହରାଇ ପାରନ୍ତି ଦୃଷ୍ଟି ଶକ୍ତି

ଏକଥା ସମସ୍ତେ ଜାଣନ୍ତି ଯେ ଧୂମ୍ରପାନ କରିଲେ କ୍ୟାନସର୍ ହୋଇଥାଏ। କେବଳ ଏତିକି ନୁହେଁ ଧୂମ୍ରପାନ କରିବା ଦ୍ୱାରା ମଣିଷର ମାନଷିକ ବିକାଶରେ ମଧ୍ୟ ବାଧା ଉପୁଜିପାରେ। ଏସବୁ ଜାଣିଲା ପରେ ବି ଆମ ଭାରତରେ ଲୋକେ ଧୂମ୍ରପାନକୁ ତ୍ୟାଗ କରିପାରୁନାହାଁନ୍ତି। ଅନେକ ବ୍ୟକ୍ତି ଏପରି ଅଛନ୍ତି ଯେଉଁମାନେ ଧୂମ୍ରପାନ ଛାଡିବାକୁ ଅନେକ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି। ହେଲେ ବର୍ତ୍ତମାନ ଏମସ୍ ଡାକ୍ତରମାନେ ଧୂମ୍ରପାନ ବର୍ଜନ କରିବାକୁ ଲୋକଙ୍କୁ ଆଉ ଏକ କାରଣ ଦେଇଛନ୍ତି। […]

ଅଦ୍ୟତନ ହୋଇଛି
ସାବଧାନ୍! ସିଗାରେଟ୍ ପିଇଲେ ହରାଇ ପାରନ୍ତି ଦୃଷ୍ଟି ଶକ୍ତି
Advertisment

ଏକଥା ସମସ୍ତେ ଜାଣନ୍ତି ଯେ ଧୂମ୍ରପାନ କରିଲେ କ୍ୟାନସର୍ ହୋଇଥାଏ। କେବଳ ଏତିକି ନୁହେଁ ଧୂମ୍ରପାନ କରିବା ଦ୍ୱାରା ମଣିଷର ମାନଷିକ ବିକାଶରେ ମଧ୍ୟ ବାଧା ଉପୁଜିପାରେ। ଏସବୁ ଜାଣିଲା ପରେ ବି ଆମ ଭାରତରେ ଲୋକେ ଧୂମ୍ରପାନକୁ ତ୍ୟାଗ କରିପାରୁନାହାଁନ୍ତି। ଅନେକ ବ୍ୟକ୍ତି ଏପରି ଅଛନ୍ତି ଯେଉଁମାନେ ଧୂମ୍ରପାନ ଛାଡିବାକୁ ଅନେକ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି। ହେଲେ ବର୍ତ୍ତମାନ ଏମସ୍ ଡାକ୍ତରମାନେ ଧୂମ୍ରପାନ ବର୍ଜନ କରିବାକୁ ଲୋକଙ୍କୁ ଆଉ ଏକ କାରଣ ଦେଇଛନ୍ତି। ଏକ ସର୍ଭେ ପରେ ଜଣାପଡିଛି ଯେ, ତମାଖୁ ସେବନ ଓ ଧୂମ୍ରପାନ ମଣିଷକୁ ଅନ୍ଧ ମଧ୍ୟ କରିପାରେ। ଯେଉଁମାନେ ଧୂମ୍ରପାନ କରନ୍ତି ସେମାନଙ୍କୁ ଅନ୍ୟମାନଙ୍କ ଅପେକ୍ଷା ମେତିଆ ବିନ୍ଦୁ ହେବାର ଭୟ ଅଧିକ ଥାଏ। ଡାକ୍ତରଙ୍କ ଅନୂଯାୟୀ ପାଞ୍ଚରୁ ଦଶ ବର୍ଷ ଧୂମ୍ରପାନ କଲେ ଆଖିର ଅପ୍ଟିକ୍ ନର୍ଭ ଉପରେ ପ୍ରଭାବ ପଡିଥାଏ, ଯାହା ଦ୍ୱାରା ଦୃଷ୍ଟି ଶକ୍ତି କ୍ଷୟ ହୋଇଥାଏ।

Advertisment

ଏପରି ଅନ୍ଧପଣକୁ ଦୂର କରିବା ଅସମ୍ଭବ। ଏମସ୍ ଅପଥାଲ୍ମିକ୍ ସାଇନ୍ସର ଡା. ଆର ପି ସେଣ୍ଟରର ମୁଖ୍ୟ ଡାକ୍ତର  ଅତୁଲ କୁମାର କହିଛନ୍ତି, ‘ଲୋକମାନେ ଜାଣିଛନ୍ତି ଯେ ତମାଖୁ ସେବନ ଓ ଧୂମ୍ରପାନ କରିବା ଦ୍ୱାରା କ୍ୟାନସର ଓ ହୃଦରୋଗ ହୋଇଥାଏ। ହେଲେ ଏହା ଦ୍ୱାରା ମଣିଷ ଅନ୍ଧ ମଧ୍ୟ ହୋଇପାରେ ଏ ସମ୍ପର୍କରେ ଲୋକଙ୍କର କୌଣସି ଧାରଣା ନାହିଁ’। ସେ କହିଛନ୍ତି ପ୍ରତି ବର୍ଷ ହସ୍ପିଟାଲକୁ ଆସୁଥିବା ଅନ୍ଧ ମାମଲା ମଧ୍ୟରୁ ପ୍ରାୟ 5ପ୍ରତିଶତ ଲୋକ ତମାଖୁ କାରଣରୁ ଅନ୍ଧପଣର ଶିକାର ହୋଇଥାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe