Advertisment

ଅଜବ ନିଶା: ସୋସିଆଲ ମିଡିଆରେ ଫଟୋ ଛାଡିବାକୁ ଲିପ୍‌ଷ୍ଟିକ୍‌ ଚୋରି

ଆଜିକାଲି ସୋସିଆଲ ମିଡିଆର ଜମାନା ଚାଲିଛି। ଏଥିରେ ନିଜକୁ ସୁନ୍ଦର ଭାବେ ଉପସ୍ଥାପନ କରିବାକୁ ଯୁବପିଢ଼ୀଙ୍କ ମଧ୍ୟରେ ଯେମିତି ପ୍ରତିଯୋଗିତା ଚାଲିଛି। ନିଜକୁ ସଜେଇବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି। ଏହି ସଉକ ପୂରଣ କରିବାକୁ କିଛି ବି କରିବାକୁ ପଛାଉ ନାହାନ୍ତି। ଯାହା ଚାଇନାର ବେଂଜି ସହରରେ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ନିଜର ଆକର୍ଷଣୀୟ ଫଟୋ ଛାଡିବାକୁ ଜଣେ ମହିଳା ଲିପ୍‌ଷ୍ଟିକ୍‌ ଚୋରି କରି ଧରାପଡିଛନ୍ତି। ମହିଳା ଜଣଙ୍କ ସଜେଇ ହୋଇ […]

ଅଦ୍ୟତନ ହୋଇଛି
ଅଜବ ନିଶା: ସୋସିଆଲ ମିଡିଆରେ ଫଟୋ ଛାଡିବାକୁ ଲିପ୍‌ଷ୍ଟିକ୍‌ ଚୋରି

ipstick-clip-art

Advertisment

ଆଜିକାଲି ସୋସିଆଲ ମିଡିଆର ଜମାନା ଚାଲିଛି। ଏଥିରେ ନିଜକୁ ସୁନ୍ଦର ଭାବେ ଉପସ୍ଥାପନ କରିବାକୁ ଯୁବପିଢ଼ୀଙ୍କ ମଧ୍ୟରେ ଯେମିତି ପ୍ରତିଯୋଗିତା ଚାଲିଛି। ନିଜକୁ ସଜେଇବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି। ଏହି ସଉକ ପୂରଣ କରିବାକୁ କିଛି ବି କରିବାକୁ ପଛାଉ ନାହାନ୍ତି। ଯାହା ଚାଇନାର ବେଂଜି ସହରରେ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ନିଜର ଆକର୍ଷଣୀୟ ଫଟୋ ଛାଡିବାକୁ ଜଣେ ମହିଳା ଲିପ୍‌ଷ୍ଟିକ୍‌ ଚୋରି କରି ଧରାପଡିଛନ୍ତି।

Advertisment

ମହିଳା ଜଣଙ୍କ ସଜେଇ ହୋଇ ସେଲଫି ଉଠାଇବା ପରେ ସୋସିଆଲ ମିଡିଆରେ ଛାଡିବାକୁ ଭଲ ପାଇଥାନ୍ତି। ବିଭିନ୍ନ ରଙ୍ଗର ଲିପ୍‌ଷ୍ଟିକ୍‌ରେ ସେଲଫି ନେଇ ଫଟୋ ପୋଷ୍ଟ କରିବାକୁ ମହିଳା ଜଣଙ୍କ ମନ ବଳାଇ ଥିଲେ। ହେଲେ ଦାମୀ ଲିପ୍‌ଷ୍ଟିକ୍‌ କିଣିବାକୁ ତାଙ୍କ ପାଖରେ ଅର୍ଥ ନ ଥିଲା। ତେଣୁ ସେ କାମ କରୁଥିବା ଦୋକାନରୁ ଚୋରି କରିବାକୁ ଯୋଜନା କରିଥିଲେ।

ଯୋଜନା ମୁତାବକ ସେ ଦୋକାନର ଏକ ନକଲି ଚାବି ବନାଇ ଥିଲେ। ରାତିରେ ଦୋକାନରେ ପଶି ୨.୫ ଲକ୍ଷ ଡଲାର ଚୋରାଇ ନେଇଥିଲେ। ହେଲେ ପୋଲିସର ପଚରାଉଚରା ବେଳେ ସେ ସତ ମାନି ଯାଇଥିଲେ। ତାଙ୍କ ଚୋରିର କାରଣ ଶୁଣି ପୋଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe