Advertisment

ତ୍ୱଚାର ଚମକ ଫେରାଇ ଆଣିବର ଉପାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ସମସ୍ତେ ଚାହାନ୍ତି ଯେ ତାଙ୍କ ତ୍ୱଚାରେ ସବୁବେଳେ ଚମକ ରହୁ। ହେଲେ ବଦଳୁଥିବା ଋତୁର ପ୍ରଭାବରେ ଆମ ତ୍ୱଚାର ନମନୀୟତା ନଷ୍ଟ ହୋଇଥାଏ। ଫଳରେ ସୁନ୍ଦର ଚେହେରା ସ୍ୱପ୍ନ ପାଲଟିଯାଏ। ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ କହିବୁ ଯାହାକୁ ଆପଣେଇଲେ ଆପଣଙ୍କ ଚେହେରା ଜହ୍ନ ପରି ଚମକିବ। ପାଣି ପିଅନ୍ତୁ: ଅନେକ ସମୟରେ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ପରେ ମଧ୍ୟ ଆପଣଙ୍କ ଚେହେରାରେ କ୍ଳାନ୍ତପଣ ଦେଖାଯାଏ। ତେଣୁ ଯଦି ଆପଣ […]

ଅଦ୍ୟତନ ହୋଇଛି
ତ୍ୱଚାର ଚମକ ଫେରାଇ ଆଣିବର ଉପାୟ

skin

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ସମସ୍ତେ ଚାହାନ୍ତି ଯେ ତାଙ୍କ ତ୍ୱଚାରେ ସବୁବେଳେ ଚମକ ରହୁ। ହେଲେ ବଦଳୁଥିବା ଋତୁର ପ୍ରଭାବରେ ଆମ ତ୍ୱଚାର ନମନୀୟତା ନଷ୍ଟ ହୋଇଥାଏ। ଫଳରେ ସୁନ୍ଦର ଚେହେରା ସ୍ୱପ୍ନ ପାଲଟିଯାଏ। ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ କହିବୁ ଯାହାକୁ ଆପଣେଇଲେ ଆପଣଙ୍କ ଚେହେରା ଜହ୍ନ ପରି ଚମକିବ।

Advertisment

drinkingପାଣି ପିଅନ୍ତୁ: ଅନେକ ସମୟରେ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ପରେ ମଧ୍ୟ ଆପଣଙ୍କ ଚେହେରାରେ କ୍ଳାନ୍ତପଣ ଦେଖାଯାଏ। ତେଣୁ ଯଦି ଆପଣ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଆପଣଙ୍କ ତ୍ୱଚାରେ ଏକ ପ୍ରାକୃତିକ ଚମକ ଚାହୁଁଛନ୍ତି, ତେବେ ଆପଣଙ୍କୁ ରାତିରେ ବହୁତ ଛୋଟ କାମ କରିବାକୁ ପଡ଼ିବ। ପ୍ରତ୍ୟେକଦିନ ରାତିରେ ଶୋଇବାର ଅଧ ଘଣ୍ଟା ପୂର୍ବରୁ ୧ଗ୍ଲାସ ପାଣି ପିଅନ୍ତୁ।

publive-imageଗାଜର ଖାଆନ୍ତୁ: ଖାଦ୍ୟରେ ଗାଜରକୁ ସାମିଲ କରନ୍ତୁ। ଏଥିରେ ଭିଟାମିନ୍ କେ, ସି, ଇ, ଏ ଏବଂ ବି ପ୍ରଚୁର ପରିମାଣରେ ରହିଥାଏ।  ଯାହା ଫଳରେ ଏହାକୁ ଖାଇଲେ ଚର୍ମରେ ଥିବା ମୃତ କୋଷଗୁଡିକ ଦୂର ହୋଇଯାଏ।

Advertisment

publive-imageହଳଦି କ୍ଷୀର ପିଅନ୍ତୁ: ପ୍ରତ୍ୟେକ ରାତିରେ ଶୋଇବା ପୂର୍ବରୁ ହଳଦି କ୍ଷୀର ପିଅନ୍ତୁ। ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ରକ୍ତ ସଫା କରି ଦେଇଥାଏ। ଏହାକୁ ନିୟମିତ ପିଇବା ଦ୍ୱାରା ସ୍କିନ୍‌ରେ ଗ୍ଲୋ ଆସିଥାଏ।

publive-imageକ୍ଷୀର ଲଗାନ୍ତୁ: କ୍ଷୀର ଆମ ଶରୀରକୁ ପୋଷକ ତତ୍ତ୍ୱ ଯୋଗାଇବା ସହ ଏଥିରେ ଥିବା ଲାକ୍ଟିକ ଏସିଡ୍ ଆମ ଚିହେରାରେକୁ ଉଜ୍ଜ୍ୱଳ କରିଥାଏ। ଅଳ୍ପ କଞ୍ଚା କ୍ଷୀରରେ ମହୁ ମିଶାଅ ଏହାକୁ ମୁହଁରେ ଫେସପ୍ୟାକପରି ଲଗାନ୍ତୁ। ୧୫ ମିନିଟ୍ ପରେ ଧୋଇଦିଅନ୍ତୁ। ଏହାଦ୍ୱାରା ବ୍ରଣର ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଥାଏ।

publive-imageଆଭୋକାଡୋ ଖାଆନ୍ତୁ: ତ୍ୱଚା ପାଇଁ ଆଭୋକାଡୋ ହେଉଛି ସର୍ବୋତ୍ତମ ଖାଦ୍ୟ, କାରଣ ଏହା ତ୍ୱଚାକୁ ସୁସ୍ଥ ଏବଂ ଚିକ୍କଣ ରଖିବାରେ ସାହାଯ୍ୟ କରେ। ଏଥିରୁ ଅନେକ ପ୍ରକାରର ପ୍ରାକୃତିକ ଫେସ୍‌ପ୍ୟାକ୍ ଏବଂ ମାସ୍କ ତିଆରି କରାଯାଇପାରିବ। କେବଳ ଏତିକି ନୁହେଁ, ଆପଣ ଏହାକୁ ନିଜ ଖାଦ୍ୟରେ ମଧ୍ୟ ସାମିଲ୍ କରିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe