Advertisment

ହେୟାର୍‌ ଡ୍ରାୟର୍‌ କେଶ ଶୁଖାଇବା ସହ କରିଥାଏ ଏହି ସବୁ କାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆମକୁ ଯଦି ବାହାରକୁ ଯିବାର ଅଛି, ଆଉ କେଶ ଓଦା ଅଛି, ତେବେ ଖୋଜା ପଡେ ହେୟାର୍‌ ଡ୍ରାୟର୍‌ । ଏହାକୁ ମୁଖ୍ୟତଃ କେଶ ଶୁଖାଇବା  ଲାଗି   ବ୍ୟବହାର ହୋଇଥାଏ । ଯଦି ଆପଣ ମଧ୍ୟ ହେୟାର୍‌ ଡ୍ରାୟର୍‌ ବ୍ୟବହାର କରୁଛନ୍ତି, ତାହାଲେ ଏହା କେବଳ କେଶ ଶୁଖାଇବା କାମ କରିଥାଏ ବୋଲି ଭାବୁଥିବେ। ଆପଣ ଯଦି ଏହା ଭାବୁଛନ୍ତି ତାହାଲେ ଆପଣ ଆହୁରି ବହୁତ କଥା ଜାଣି ନାହାନ୍ତି। ହେୟାର୍‌ ଡ୍ରାୟର୍‌ କେବଳ ଚୁଟି […]

ହେୟାର୍‌ ଡ୍ରାୟର୍‌ କେଶ ଶୁଖାଇବା ସହ କରିଥାଏ ଏହି ସବୁ କାମ

q11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆମକୁ ଯଦି ବାହାରକୁ ଯିବାର ଅଛି, ଆଉ କେଶ ଓଦା ଅଛି, ତେବେ ଖୋଜା ପଡେ ହେୟାର୍‌ ଡ୍ରାୟର୍‌ । ଏହାକୁ ମୁଖ୍ୟତଃ କେଶ ଶୁଖାଇବା  ଲାଗି   ବ୍ୟବହାର ହୋଇଥାଏ । ଯଦି ଆପଣ ମଧ୍ୟ ହେୟାର୍‌ ଡ୍ରାୟର୍‌ ବ୍ୟବହାର କରୁଛନ୍ତି, ତାହାଲେ ଏହା କେବଳ କେଶ ଶୁଖାଇବା କାମ କରିଥାଏ ବୋଲି ଭାବୁଥିବେ। ଆପଣ ଯଦି ଏହା ଭାବୁଛନ୍ତି ତାହାଲେ ଆପଣ ଆହୁରି ବହୁତ କଥା ଜାଣି ନାହାନ୍ତି।

Advertisment

publive-image

ହେୟାର୍‌ ଡ୍ରାୟର୍‌ କେବଳ ଚୁଟି ଶୁଖାଇବା କାମ ନୁହେଁ, ଆହାରି ଅନେକ କାମ ମଧ୍ୟ  କରିଥାଏ। ଏହାଦ୍ୱାରା ଅନେକ କାମ ସହଜ ମଧ୍ୟ ହୋଇଯାଇଥାଏ। ତେବେ ପଢ଼ନ୍ତୁ ଏହା ଆପଣଙ୍କ ଚୁଟି ଶୁଖାଇ ସୁନ୍ଦର କରିବା ସହ ଆଉ କେଉଁ କେଉଁ କାମ କରିଥାଏ।

publive-image

ଷ୍ଟିକର୍‌ ଛଡ଼ାବାରେ ଯାହାଯ୍ୟ କରେ

ଘରେ ଛୋଟ ପିଲାମାନେ ସବୁଆଡ଼େ ଷ୍ଟିକର୍‌ ଇତ୍ୟାଦି ଲଗାଥାନ୍ତି। ତାହା ଫ୍ରିଜ୍‌ ହେଉ ବା ଘରର କବାଟ ସବୁଆଡ଼େ ପିଲାମାନେ ଖେଳିଲା ବେଳେ ଷ୍ଟିକର୍‌ ଲଗାଇ ଦେଇଥାନ୍ତି। ଏହାକୁ ଆପଣ ଛଡ଼ାଇଲା ପରେ ମଧ୍ୟ ତାହାର ଅଠା ରହିଯାଇଥାଏ। ଆଉ ଏହା ଖରାପ ମଧ୍ୟ ଦେଖାଯାଥାଏ।

Advertisment

ତେବେ ଆପଣ ଏହିଠାରେ ହେୟାର୍‌ ଡ୍ରାୟର୍‌ ବ୍ୟବହାର ଦ୍ୱାରା  ଘରେ ଲାଗିଥିବା ଷ୍ଟିକର୍‌ ଛଡ଼ାଇ ପାରିବେ। ଡ୍ରାୟର୍‌କୁ ମିଡିୟମ୍‌ରେ ରଖି ଆପଣ ଷ୍ଟିକର୍‌ ଉପରେ କିଛି ସମୟ ରଖିଲା ପରେ ଷ୍ଟିକର୍‌  ସହଜରେ ଛାଡ଼ି ଯିବ।

ଲାପ୍‌ଟପ୍‌ ବୋର୍ଡ ସଫା କରେ

publive-image

ଯଦି ଆପଣ କାମ କଲାବେଳେ ଲାପ୍‌ଟପ୍‌ କି ବୋର୍ଡ ପରେ କିଛି ପଡ଼ି ଯାଉଛି, ଆଉ ତାହା ସଫା କରିବା କଷ୍ଟ ହେଉଛି ତାହାଲେ ଆପଣ ହେୟାର୍‌ ଡ୍ରାୟର୍‌ ବ୍ୟବହାର କରିପାରିବେ। ପାଣି ଢାଳି ହେଇଥିଲେ ଆପଣ ଡ୍ରାୟର୍‌ରେ ଶୁଖାଇ ମଧ୍ୟ ପାରିବେ। ଏହା ଦ୍ୱାରା ଲାପ୍‌ଟପ୍‌ର କିଛି କ୍ଷତି ହେବ ନାହିଁ।

କପଡ଼ା ଆଇରନ୍‌ କରିଥାଏ

publive-image

ଆପଣଙ୍କର ଆଇରନ୍‌ ଖରାପ ଅଛି ଆଉ ଆପଣଙ୍କୁ  ଶୀଘ୍ର କେଉଁ ସ୍ଥାନକୁ ଯିବାର ଅଛି, ତାହାଲେ ଏହି ସମୟରେ ଆପଣ ହେୟାର୍‌ ଡ୍ରାୟର୍‌ର ମଧ୍ୟ ବ୍ୟବହାର କରିପାରିବେ। ଆପଣ କପଡ଼ାକୁ ଟାଙ୍ଗି ତା ଉପରେ କିଛି ପାଣି ପକାନ୍ତୁ। ଏଥିରେ ଅଧିକା ପାଣି ପକାଇବେ ନାହିଁ। କେବଳ ପାଣି ସିଞ୍ଚନ କରିବେ। ତା ପରେ ଡ୍ରାୟର୍‌କୁ ଗରମ୍‌ କରି ପାଣିକୁ ଶୁଖାଇ ଦିଅନ୍ତୁ। ଏହି ପରି କଲେ ପାଣି ଶୁଖିବା ପରେ ଆପେ ଆପେ କପଡ଼ା ଆଇରନ୍‌ ହେଲା ଭଳି ଲାଗିବ।

ସାର୍ଟରୁ ଲେବୁଲ୍‌ ହଟାଇବାରେ ସାହାଯ୍ୟ କରେ

ନୂଆ ସାର୍ଟ କି ଡ୍ରେସ୍‌ ଆଣିଥିଲେ ସେଥିରେ ଲେବୁଲ୍‌ ଲାଗିଥାଏ। ଆଉ ଆମେ ତାହା ଛଡ଼ାଇ ପାରିନ ଥାଉ। ଏବେ ଆପଣ ଏହାକୁ ଛଡ଼ାଇବା ପାଇଁ ବ୍ୟସ୍ତ ନ ହୋଇ ହେୟାର୍‌ ଡ୍ରାୟର୍‌ର ସହାୟତା ନେଇ ପାରିବେ। ଆପଣ ଡ୍ରାୟର୍‌କୁ ଗରମ୍‌ କରି ଲେବୁଲ୍‌ ଉପରେ ମାରନ୍ତୁ। ଏହା କଲେ ଡ୍ରେସ୍‌ରେ ଲାଗିଥିବା ଲେବୁଲ୍‌ ସହଜରେ ଛାଡ଼ିଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe