Advertisment

ସୋୟାବିନ୍‌ରେ ବି ହୋଇପାରିବ ସ୍ୱାଦିଷ୍ଟ କବାବ୍‌

ଆବଶ୍ୟକ ସାମଗ୍ରୀ ସୋୟାବିନ୍‌, ଭିଜା ବୁଟ ଡାଲି, ପିଆଜ, ଧନିଆ ପତ୍ର, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, ଅଦା ରସୁଣ ପେଷ୍ଟ୍‌, ଶୁଖିଲା ଲଙ୍କା, ଲେମ୍ବୁ ରସ, ଗରମ ମସଲା, ଜିରା ପାଉଡର୍‌, ଲୁଣ, ତେଲ ଏବଂ ତେଜ ପତ୍ର। ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ସୋୟାବିନ୍‌କୁ ଗରମ ପାଣିରେ ଭିଜାଇ କିଛି ସମୟ ପରେ ଚିପୁଡ଼ି ଏକ ପାତ୍ରରେ ରଖି ଦିଅନ୍ତୁ। ଏବେ ପ୍ରେସର୍‌ କୁକର୍‌ରେ ଭିଜା ବୁଟ ଡାଲି, ସୋୟାବିନ୍‌, ତେଜ ପତ୍ର, ଶୁଖିଲା ଲଙ୍କା, […]

author-image
Rosalin Rath
ଅଦ୍ୟତନ ହୋଇଛି
ସୋୟାବିନ୍‌ରେ ବି ହୋଇପାରିବ ସ୍ୱାଦିଷ୍ଟ କବାବ୍‌

s21

ଆବଶ୍ୟକ ସାମଗ୍ରୀ

ସୋୟାବିନ୍‌, ଭିଜା ବୁଟ ଡାଲି, ପିଆଜ, ଧନିଆ ପତ୍ର, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, ଅଦା ରସୁଣ ପେଷ୍ଟ୍‌, ଶୁଖିଲା ଲଙ୍କା, ଲେମ୍ବୁ ରସ, ଗରମ ମସଲା, ଜିରା ପାଉଡର୍‌, ଲୁଣ, ତେଲ ଏବଂ ତେଜ ପତ୍ର।

Advertisment

ପ୍ରସ୍ତୁତି ପ୍ରଣାଳୀ

publive-image

ପ୍ରଥମେ ସୋୟାବିନ୍‌କୁ ଗରମ ପାଣିରେ ଭିଜାଇ କିଛି ସମୟ ପରେ ଚିପୁଡ଼ି ଏକ ପାତ୍ରରେ ରଖି ଦିଅନ୍ତୁ। ଏବେ ପ୍ରେସର୍‌ କୁକର୍‌ରେ ଭିଜା ବୁଟ ଡାଲି, ସୋୟାବିନ୍‌, ତେଜ ପତ୍ର, ଶୁଖିଲା ଲଙ୍କା, ଗରମ ମସଲା, ଜିରା ପାଉଡର୍‌, ଲୁଣ, ଅଦା ରସୁଣ ପେଷ୍ଟ ଏବଂ  କଟା ପିଆଜ ପକାନ୍ତୁ। ଆପଣ ଏଥିରେ ମ୍ୟାଗି ମସଲା ମଧ୍ୟ ପକାଇ ପାରିବେ। ଏବେ ଏଥିରେ ୩ରୁ ୪ କପ୍‌ ପାଣି ଦେଇ କୁକର୍‌ ବନ୍ଦ କରି ଦିଅନ୍ତୁ ଏବଂ ଗୋଟିଏ ହୁଇସିଲ୍‌ ଦିଅନ୍ତୁ। ମନେ ରଖନ୍ତୁ ଅଧିକ ପାଣି ଦେବେନି।

publive-image

ଏସବୁ ସିଝି ଗଲା ପରେ ଟିକେ ଶୁଖିଲା ହେବା ପର୍ଯ୍ୟନ୍ତ ଭାଜି ଦିଅନ୍ତୁ ଏବଂ ଏହାକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଏହି ସମୟରେ ଏଥିରେ ଲେମ୍ବୁ ରସ ପକାନ୍ତୁ। ଏବେ ଉକ୍ତ ସୋୟାବିନ୍‌ ଓ ବୁଟ ସିଝାକୁ ଗ୍ରାଇଣ୍ଡ କରି ଦିଅନ୍ତୁ। ତା’ପରେ ସେଥିରେ କଟା କଞ୍ଚା ଲଙ୍କା, ଧନିଆ ପତ୍ର ଏବଂ ପିଆଜ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।

Advertisment

publive-image

ଏବେ ଏହାକୁ ହାତରେ କବାବ୍‌ ଭଳି ଆକାର କରି ଏକ ପାତ୍ରରେ ରଖନ୍ତୁ। ଗ୍ୟାସ୍‌ରେ କଡ଼େଇ ବସାଇ ତେଲ ଗରମ କରି କବାବ୍‌ ଗୁଡ଼ିକୁ ଭଲ ଭାବେ ଭାଜି ଦିଅନ୍ତୁ, ଯେମିତି ଏହାର ଦୁଇ ପାର୍ଶ୍ୱ ଲାଲ୍ ଦେଖାଯିବ।

ଏବେ ପ୍ରସ୍ତୁତ ହେଇଗଲା ଆପଣଙ୍କର ସୋୟାବିନ୍‌ କବାବ୍‌। ଏହାକୁ ଆପଣ ସସ୍‌ ନ ହେଲେ ଚଟଣି ସହ ଖାଇଲେ ଆହୁରି ସ୍ୱାଦିଷ୍ଟ ଲାଗିଥାଏ।