Advertisment

ଡାଇବେଟିସ୍‌ ରୋଗୀଙ୍କ ପାଇଁ ସୁପର୍‌ଫୁଡ୍‌ ‘ସୋୟାବିନ୍‌’

ନୂଆଦିଲ୍ଲୀ: ବିଭିନ୍ନ ଗବେଷଣାରୁ ଏହା ପ୍ରମାଣିତ ହୋଇଛି ଯେ ଡାଇବେଟିସ୍ ରୋଗୀଙ୍କ ପାଇଁ ସୋୟାବିନ୍‌ ଲାଭଦାୟକ। ଡାକ୍ତର ବି ଡାଇବେଟିସ୍‌ ରୋଗୀଙ୍କୁ  ଡାଏଟ୍‌ରେ ସୋୟାବିନ୍‌ ସାମିଲ କରିବା ପାଇଁ ପରାମର୍ଶ ଦେଇଥା’ନ୍ତି। ଏଥିରେ ଆଇସୋଫ୍ଲୋଭୋନେସ୍‌ ରହିଛି, ଯାହା ବ୍ଲଡ୍‌ ସୁଗାର ଓ କୋଲେଷ୍ଟ୍ରଲ୍‌ର ସ୍ତରକୁ କମ୍‌ କରିବା ପାଇଁ ସାହାଯ୍ୟ କରିଥାଏ। ଏପରିକି ଦୃଦ୍‌ଘାତଜନିତ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ। ଟାଇପ୍‌-୨ ଡାଇବେଟିସ୍‌ ରୋଗୀଙ୍କୁ ସୋୟା ସପ୍ଲିମେଣ୍ଟସ୍‌ ମାଧ୍ୟମରେ ସୋୟାବିନ୍‌ ଦେଇ ସୁଗାରକୁ ନିୟନ୍ତ୍ରଣ କରାଯାଇପାରିବ। ଡାଇବେଟିସ୍‌ […]

ଅଦ୍ୟତନ ହୋଇଛି
ଡାଇବେଟିସ୍‌ ରୋଗୀଙ୍କ ପାଇଁ ସୁପର୍‌ଫୁଡ୍‌ ‘ସୋୟାବିନ୍‌’

soya

Advertisment

ନୂଆଦିଲ୍ଲୀ: ବିଭିନ୍ନ ଗବେଷଣାରୁ ଏହା ପ୍ରମାଣିତ ହୋଇଛି ଯେ ଡାଇବେଟିସ୍ ରୋଗୀଙ୍କ ପାଇଁ ସୋୟାବିନ୍‌ ଲାଭଦାୟକ। ଡାକ୍ତର ବି ଡାଇବେଟିସ୍‌ ରୋଗୀଙ୍କୁ  ଡାଏଟ୍‌ରେ ସୋୟାବିନ୍‌ ସାମିଲ କରିବା ପାଇଁ ପରାମର୍ଶ ଦେଇଥା’ନ୍ତି।

Advertisment

ଏଥିରେ ଆଇସୋଫ୍ଲୋଭୋନେସ୍‌ ରହିଛି, ଯାହା ବ୍ଲଡ୍‌ ସୁଗାର ଓ କୋଲେଷ୍ଟ୍ରଲ୍‌ର ସ୍ତରକୁ କମ୍‌ କରିବା ପାଇଁ ସାହାଯ୍ୟ କରିଥାଏ। ଏପରିକି ଦୃଦ୍‌ଘାତଜନିତ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ।

ଟାଇପ୍‌-୨ ଡାଇବେଟିସ୍‌ ରୋଗୀଙ୍କୁ ସୋୟା ସପ୍ଲିମେଣ୍ଟସ୍‌ ମାଧ୍ୟମରେ ସୋୟାବିନ୍‌ ଦେଇ ସୁଗାରକୁ ନିୟନ୍ତ୍ରଣ କରାଯାଇପାରିବ।

Advertisment

ଡାଇବେଟିସ୍‌ ଶରୀରରେ କେବଳ ଗୋଟିଏ ଅଙ୍ଗକୁ ପ୍ରଭାବିତ କରେ ନାହିଁ, ଧୀରେ ଧୀରା ଏହା ଶରୀରର ସମସ୍ତ ଅଙ୍ଗକୁ ପ୍ରଭାବିତ କରିଥାଏ। କାର୍ଡିଓଭାସ୍କୁଲାର୍‌ ସିଷ୍ଟମ୍‌, କିଡ୍‌ନୀ ଓ ଲିଭର୍‌ ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ। ଏଥିପାଇଁ ସୋୟାବିନ୍‌ର ଖାଇବା ନିହାତି ଜରୁରୀ। କାରଣ ଏଥିରେ ଥିବା ଆଇସୋଫ୍ଲୋଭୋନେସ୍‌ ବା ଫାଇଟୋଏଷ୍ଟ୍ରୋଜେନସ୍‌ କାର୍ଡିଓଭାସ୍କୁଲାର୍‌ ରୋଗର ଆଶଙ୍କାକୁ କମ୍‌ କରିଥାଏ ଓ କିଡ୍‌ନୀ ଏବଂ ଲିଭରକୁ ସୁସ୍ଥ ରଖିଥାଏ।

କେମିତି ଖାଇବେ?

ଆପଣ ସୋୟାବିନ୍‌ର ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇପାରିବେ। ସୋୟାବିନ୍‌ ପଲାଉ, ସୋୟା ଚପ୍‌, ସୋୟା ବିରିୟାନୀ, ସୋୟା ଦୋସା ବା ପରଟା, ସୋୟା କିମା, ସୋୟା ପିଙ୍ଗରସ୍‌ ଓ ସୋୟା ଚିଲି ମନ୍‌ଚୁରିଆନ୍‌ ଆଦି କରି ଆପଣ ଖାଇପାରିବେ। ଏହା ବ୍ୟତୀତ ସୋୟାବିନ୍‌କୁ ମଞ୍ଜିକୁ ଗ୍ରାଇଣ୍ଡିଂ କରି ଡାଲିରେ ପକାଇ ଖାଇପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe