Advertisment

ଖରାଦିନେ ପିଅନ୍ତୁ ସ୍ୱାଦିଷ୍ଟ ସିମେଇ ଲସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରାଦିନେ ଲସି ପିଇବା ସମସ୍ତଙ୍କୁ ଭଲ ଲାଗିଥାଏ। ଆପଣ ମଧ୍ୟ ବିଭିନ୍ନ ପ୍ରକାର ଲସି ପିଇଥିବେ। ବଜାରରେ ମଧ୍ୟ  ବିଭିନ୍ନ ସ୍ୱାଦ ଓ ଫ୍ଲେଭରର ଲସି   ମିଳିଥାଏ। ତେବେ ଆପଣ ସିମେଇ ଲସି କେବେ ପିଇଛନ୍ତି କି? ଯଦି ପିଇ ନାହାନ୍ତି ଆଜି ହିଁ ପ୍ରସ୍ତୁତ କରି ପିଅନ୍ତୁ ଆଉ ଅନ୍ୟମାନଙ୍କୁ ମଧ୍ୟ ପିଆନ୍ତୁ। ଆବଶ୍ୟକୀୟ ଉପକରଣ ସିମେଇ, ଦହି, ବରଫ, ଚିନି, କଟା ଫଳ(ଆପଣଙ୍କ ପସନ୍ଦ ଅନୁସାରେ), ରୋଜ୍‌ ଏସେନ୍ସ, ଡ୍ରାଏ ଫ୍ରୁଟସ୍‌( […]

ଖରାଦିନେ ପିଅନ୍ତୁ ସ୍ୱାଦିଷ୍ଟ ସିମେଇ ଲସି

l10

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରାଦିନେ ଲସି ପିଇବା ସମସ୍ତଙ୍କୁ ଭଲ ଲାଗିଥାଏ। ଆପଣ ମଧ୍ୟ ବିଭିନ୍ନ ପ୍ରକାର ଲସି ପିଇଥିବେ। ବଜାରରେ ମଧ୍ୟ  ବିଭିନ୍ନ ସ୍ୱାଦ ଓ ଫ୍ଲେଭରର ଲସି   ମିଳିଥାଏ। ତେବେ ଆପଣ ସିମେଇ ଲସି କେବେ ପିଇଛନ୍ତି କି? ଯଦି ପିଇ ନାହାନ୍ତି ଆଜି ହିଁ ପ୍ରସ୍ତୁତ କରି ପିଅନ୍ତୁ ଆଉ ଅନ୍ୟମାନଙ୍କୁ ମଧ୍ୟ ପିଆନ୍ତୁ।

Advertisment

publive-image

ଆବଶ୍ୟକୀୟ ଉପକରଣ

ସିମେଇ, ଦହି, ବରଫ, ଚିନି, କଟା ଫଳ(ଆପଣଙ୍କ ପସନ୍ଦ ଅନୁସାରେ), ରୋଜ୍‌ ଏସେନ୍ସ, ଡ୍ରାଏ ଫ୍ରୁଟସ୍‌( କିସ୍‌ମିସ୍‌, କାଜୁ ଏବଂ ବାଦାମ) ଏବଂ ଆସ୍‌କ୍ରୀମ୍‌।

ପ୍ରସ୍ତୁତି ପ୍ରଣାଳୀ

publive-image

ପ୍ରଥମେ ଗ୍ୟାସ୍‌ରେ ପ୍ୟାନ୍‌ ବସାଇ ସେଥିରେ ପାଣି ଗରମ କରନ୍ତୁ। ଏହା ପରେ ସେଥିରେ କଞ୍ଚା ସିମେଇ ପକାଇ ସିଝାନ୍ତୁ। କିଛି ସମୟ ଫୁଟିଲା ପରେ ସିମେଇ ସିଝିଯିବ। ଏହାପରେ ପାଣିରୁ ଛାଣି ସିମେଇକୁ ଏକ ପାତ୍ରରେ  ରଖନ୍ତୁ। ଏହାକୁ ଥଣ୍ଡା ପାଣିରେ କିଛି ସମୟ ଭିଜାଇ ରଖନ୍ତୁ। ଏହି ପରି କଲେ ସିମେଇ ଲାଗିବ ନାହିଁ।

Advertisment

ଏହା ପରେ ବସା ଦହି ନେଇ ସେଥିରେ ଆପଣଙ୍କ ଆବଶ୍ୟକ ଅନୁସାରେ ଚିନି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ରୋଜ୍‌ ଏସେନ୍ସ ପକାଇ ଆଉ ଥରେ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏଠାରେ ଆପଣ ରୋଜ୍‌ ସିରପ୍‌ ମଧ୍ୟ ପକାଇ ପାରିବେ।
ଏହା ଆପଣଙ୍କୁ ବଜାରରେ ଅତି ସହଜରେ ମିଳିଯିବ।

publive-image

ଏହା ପରେ ଦୁଇଟି କାଚ ଗ୍ଲାସ୍‌ ନେଇ ସେଥିରେ ତଳେ ଆପଣ ସିମେଇ ଦିଅନ୍ତୁ। ଏହା ପରେ ସେଥିରେ ଦହି ପକାନ୍ତୁ। ଅଧା ଦହି ପକାଇ ସେଥିରେ କଟା ହୋଇଥିବା ଫଳ ଗୁଡ଼ିକୁ ପକାଇ ବରଫ ପକାନ୍ତୁ। ଏହା ପରେ ପୁଣି ଦହି ପକାଇ ଗ୍ଲାସ୍‌ ଫୁଲ୍‌ କରି ଦିଅନ୍ତୁ। ତା ପରେ ଆପଣ ଫଳ ଗୁଡ଼ିକୁ ସଜାଇଲା ଭଳି ପକାନ୍ତୁ।

ଏପରି କଲା ପରେ ସେଥିରେ ନିଜ  ପସନ୍ଦ ଅନୁସାରେ ଆଇସ୍‌କ୍ରୀମ୍‌ ପକାନ୍ତୁ। ଏହା ପରେ ସେଥିରେ ଡ୍ରାଏ ଫ୍ରୁଟସ୍‌କୁ ସଜାଇ ଦିଅନ୍ତୁ। ଏହା ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ସିମେଇ ଲସି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe