Advertisment

ଲୁଣ ଛିଞ୍ଚି ଖାଦ୍ୟ ଖାଉଥିଲେ ସାବଧାନ୍‌!

ନୂଆଦିଲ୍ଲୀ: ସାଧାରଣତଃ ଖାଦ୍ୟରେ ଲୁଣ କମ୍‌ ହୋଇଥିଲେ ପ୍ରାୟ ସମସ୍ତେ ସେଥିରେ ଲୁଣ ମିଶାଇ ଖାଆନ୍ତି। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ଖାଇବା ଜିନିଷ ଉପରେ ସବୁବେଳେ ଲୁଣ ଛିଞ୍ଚି ଖାଆନ୍ତି। ଏମିତିକି କିଛି ଲୋକ ଗରମ ଭାତରେ ବି ଲୁଣ ଛିଞ୍ଚି ଖାଆନ୍ତି। ଏହା ସେମାନଙ୍କର ଅଭ୍ୟାସ। କିନ୍ତୁ ଆପଣ ଜାଣିଛନ୍ତି, ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ସିଝା ଖାଦ୍ୟ ଉପରେ ପକାଯାଉଥିବା ଲୁଣ ବିଷ ଭଳି କାମ କରେ। ତା’ହେଲେ ଆସନ୍ତୁ […]

ଲୁଣ ଛିଞ୍ଚି ଖାଦ୍ୟ ଖାଉଥିଲେ ସାବଧାନ୍‌!

Salt-can-be-dangerous-even-

Advertisment

ନୂଆଦିଲ୍ଲୀ: ସାଧାରଣତଃ ଖାଦ୍ୟରେ ଲୁଣ କମ୍‌ ହୋଇଥିଲେ ପ୍ରାୟ ସମସ୍ତେ ସେଥିରେ ଲୁଣ ମିଶାଇ ଖାଆନ୍ତି। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ଖାଇବା ଜିନିଷ ଉପରେ ସବୁବେଳେ ଲୁଣ ଛିଞ୍ଚି ଖାଆନ୍ତି। ଏମିତିକି କିଛି ଲୋକ ଗରମ ଭାତରେ ବି ଲୁଣ ଛିଞ୍ଚି ଖାଆନ୍ତି। ଏହା ସେମାନଙ୍କର ଅଭ୍ୟାସ। କିନ୍ତୁ ଆପଣ ଜାଣିଛନ୍ତି, ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ସିଝା ଖାଦ୍ୟ ଉପରେ ପକାଯାଉଥିବା ଲୁଣ ବିଷ ଭଳି କାମ କରେ। ତା’ହେଲେ ଆସନ୍ତୁ ଜାଣିବା, ଖାଦ୍ୟରେ ଲୁଣ ଛିଞ୍ଚି ଖାଇବାର ଅଭ୍ୟାସ ଆମ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପଡ଼ିଥାଏ।

Advertisment

publive-imageନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି,  ଖାଦ୍ୟ ଉପରେ ଲୁଣ ପକାଇ ଖାଇବା ଫଳରେ ଅଧିକ ଭୋକ ଲାଗେ, କିନ୍ତୁ କମ୍‌ ଶୋଷ ହୁଏ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଲୁଣ ସେବନ ସ୍ୱାସ୍ଥ୍ୟକୁ ବିଗାଡ଼ି ଦେଇଥାଏ। ତେଣୁ ଦିନରେ କେବଳ ଦୁଇଟି ଛୋଟ ଚାମଚ ଲୁଣ ସେବନ କରିବା ଉଚିତ୍‌। ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି, ସେମାନେ ଦିନକୁ ମାତ୍ର ଅଧ ଚାମଚ ଲୁଣ ଖାଇବା ଉଚିତ୍‌।

ଖାଦ୍ୟ ଉପରେ ଲୁଣ ପକାଇ ଖାଇବା ଅଭ୍ୟାସ ଦ୍ୱାରା ‘ଷ୍ଟୋନ୍‌ ଅଷ୍ଟିଓପୋରୋସିସ୍‌’ ଭଳି ରୋଗ ହେବାର ଆଶଙ୍କା ରହିଛି। ଲୁଣରେ ସୋଡିଅମ୍‌ର ମାତ୍ରା ଅଧିକ ରହିଥାଏ। ଅଧିକ ସୋଡିଅମ୍‌ ସେବନ କରିବା ଦ୍ୱାରା ପରିସ୍ରାରେ ସୋଡିଅମ୍‌ ସହିତ କ୍ୟାଲ୍‌ସିୟମ୍‌ ମଧ୍ୟ ଶରୀରରୁ ବାହାରିଯାଏ ବୋଲି ଏହି ଗବେଷଣାରୁ ଜଣାପଡ଼ିଛି।

Advertisment

publive-imageସିଝା ଖାଦ୍ୟ ଉପରେ ଲୁଣ ଛିଞ୍ଚି ଖାଇବା ଫଳରେ ଅନେକ ରୋଗ ହେବାର ଆଶଙ୍କା ବଢ଼ିଯାଏ। ଖାଦ୍ୟ ପ୍ରସ୍ତୁତି ସମୟରେ ପଡ଼ୁଥିବା ଲୁଣରେ ଥିବା ଆଇରନ୍‌ ସହଜରେ ହଜମ ହୋଇଯାଏ। କିନ୍ତୁ ଖାଦ୍ୟ ଖାଇବା ବେଳେ ଆମେ ଯେଉଁ ଲୁଣ ବ୍ୟବହାର କରୁ ତାହା ଉଚ୍ଚ ରକ୍ତଚାପ ଭଳି ସମସ୍ୟା ସୃଷ୍ଟି କରିଥାଏ। ତା’ସହିତ ଏହା କିଡ୍‌ନୀ ଉପରେ ମଧ୍ୟ ଖରାପ ପ୍ରଭାବ ପକାଏ। ଶରୀରରେ ମାତ୍ରାଧିକ ଲୁଣ ହୋଇଗଲେ, ଶରୀରରେ ପାଣି ଜମିବାରେ ଲାଗେ। ଏହା ଫଳରେ କିଡ୍‌ନୀ ଷ୍ଟୋନ୍‌ ହେବାର ଆଶଙ୍କା ସୃଷ୍ଟି ହୁଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe