Advertisment

Holi Hacks: ହୋଲିରେ ରଙ୍ଗଭିଜା ପୋଷାକ ସଫା କରିବା ପାଇଁ ଟିପ୍ସ

ଭୁବନେଶ୍ୱର : ଆଗକୁ ଆସୁଛି ହୋଲି। ହୋଲି ଖେଳି ସାରିବା ପରେ ଧଳା କପଡ଼ାରେ ଲାଗିଥିବା ରଙ୍ଗକୁ ନେଇ ସାଧାରଣତଃ ଅନେକ ଚିନ୍ତାରେ ପଡ଼ିଥା’ନ୍ତି। ସାବୁନ୍‌ କିମ୍ୱା ଡିଟରଜେଣ୍ଟ ପାଉଡର୍‌ ବ୍ୟବହାର କଲେ ମଧ୍ୟ କପଡ଼ାରୁ ରଙ୍ଗ ଛାଡ଼ି ନଥାଏ। ତେବେ ଏହି ରଙ୍ଗକୁ କିପରି ସହଜରେ କପଡ଼ାରୁ ଛଡ଼ାଇବେ, ଏଥିପାଇଁ କିଛି ଘରକରଣା ଟିପ୍ସ ଜାଣନ୍ତୁ। ଏହି ଟିପ୍ସ ଜରିଆରେ ସହଜରେ ଧଳା କପଡ଼ାରୁ ରଙ୍ଗ ଛାଡ଼ିପାରିବ। … ୧. ଧଳା ଭିନେଗାର୍ ରଙ୍ଗ ଲାଗିଥିବା […]

ଅଦ୍ୟତନ ହୋଇଛି
Holi Hacks: ହୋଲିରେ ରଙ୍ଗଭିଜା ପୋଷାକ ସଫା କରିବା ପାଇଁ ଟିପ୍ସ

holi

Advertisment

ଭୁବନେଶ୍ୱର : ଆଗକୁ ଆସୁଛି ହୋଲି। ହୋଲି ଖେଳି ସାରିବା ପରେ ଧଳା କପଡ଼ାରେ ଲାଗିଥିବା ରଙ୍ଗକୁ ନେଇ ସାଧାରଣତଃ ଅନେକ ଚିନ୍ତାରେ ପଡ଼ିଥା’ନ୍ତି। ସାବୁନ୍‌ କିମ୍ୱା ଡିଟରଜେଣ୍ଟ ପାଉଡର୍‌ ବ୍ୟବହାର କଲେ ମଧ୍ୟ କପଡ଼ାରୁ ରଙ୍ଗ ଛାଡ଼ି ନଥାଏ। ତେବେ ଏହି ରଙ୍ଗକୁ କିପରି ସହଜରେ କପଡ଼ାରୁ ଛଡ଼ାଇବେ, ଏଥିପାଇଁ କିଛି ଘରକରଣା ଟିପ୍ସ ଜାଣନ୍ତୁ। ଏହି ଟିପ୍ସ ଜରିଆରେ ସହଜରେ ଧଳା କପଡ଼ାରୁ ରଙ୍ଗ ଛାଡ଼ିପାରିବ। ...

Advertisment

୧. ଧଳା ଭିନେଗାର୍ ରଙ୍ଗ ଲାଗିଥିବା କପଡ଼ାକୁ ସହଜରେ ସଫା କରି ଦେଇଥାଏ। ଏଥିପାଇଁ ଅଧା କପ୍‌ ଭିନେଗାର୍‌ କପଡ଼ା ସଫା କରିବା ସମୟରେ ପାଣିରେ ପକାନ୍ତୁ। ଦେଖିବେ ରଙ୍ଗ ଛାଡ଼ିଯିବ। ମନେ ରଖନ୍ତୁ ଭିନେଗାର୍‌ କେବଳ ସୂତା କପଡ଼ା ପାଇଁ ବ୍ୟବହାର କରନ୍ତୁ।

୨. ପୋଷାକ ଧୋଇବା ସମୟରେ ପାଣିରେ କିଛି ବେକିଂ ସୋଡ଼ା ମିଳାଇ ଦିଅନ୍ତୁ। ଏହା ମଧ୍ୟ ରଙ୍ଗ ଛଡ଼ାଇବାରେ ଭଲ କାମ କରିଥାଏ।

Advertisment

୩. ବାସନ ମଜା ସାବୁନ୍‌ରେ ମଧ୍ୟ ଆପଣ କପଡ଼ା ସଫା କରିପାରିବେ। ହୋଲି ରଙ୍ଗ ଛଡ଼ାଇବା ପାଇଁ ଏହା ଭଲ କାମ କରିଥାଏ।

୪. ରଙ୍ଗ ଲାଗିବା ପରେ କପଡ଼ାକୁ କିଛି ସମୟ ଲେମ୍ୱୁ ପାଣିରେ ବୁଡ଼ାଇ ରଖନ୍ତୁ। ଏହାପରେ ସାବୁନ୍‌ରେ କପଡ଼ାକୁ ସଫା କରି ନିଅନ୍ତୁ। ଦେଖିବେ କପଡ଼ା ସଫା ହୋଇଯିବ।

୫. ସେହିପରି ଖଟା ଦହିକୁ ବି କପଡ଼ା ସଫା ପାଇଁ ବ୍ୟବହାର କରିପାରିବେ।  କିଛି ସମୟ ଦହି ପାଣିରେ ରଙ୍ଗ ଲାଗିଥିବା କପଡ଼ା ସବୁକୁ ବୁଡ଼ାଇ ରଖନ୍ତୁ। ଏହାପରେ ହାଲ୍‌କା ଭାବରେ କପଡ଼ାକୁ ମକଚି ଧୋଇ ନିଅନ୍ତୁ। ଏହିପରି ଦୁଇଥର କଲେ ରଙ୍ଗ ସହଜରେ ଛାଡ଼ି ଯାଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe