Advertisment

ତ୍ୱଚାର ଚମକ ପାଇଁ  ଷ୍ଟିମ୍‌

ଭୁବନେଶ୍ୱର: ଶୀତଦିନେ ସାଧାରଣତଃ ତ୍ୱଚା ଶୁଖିଲା ଦେଖାଯାଏ। ଯେତେ ଅଧିକ ପରିମାଣର ମଶ୍ଚରାଇଜର ଲଗାଇଲେ ମଧ୍ୟ ମୁହଁରେ ଚମକ ଆସେ ନାହିଁ। ତେବେ ଚମକ ପାଇଁ ଫେସିଆଲ ତ ରହିଛି କିନ୍ତୁ ବିନା ଫେସିଆଲରେ ଘରେ ଷ୍ଟିମ୍‌ ଜରିଆରେ ବି ସହଜେ ଫେରାଇ ଆଣି ପାରିବେ ନିଜ ତ୍ୱଚାରେ ହଜିଯାଇଥିବା ଚମକକୁ। ତେବେ କିପରି କରିବେ ଆସନ୍ତୁ ଜାଣିବା। ଷ୍ଟିମ୍‌ ପାଇଁ ହର୍ବସ ଏବଂ ଅଏଲ: ତୁଳସୀ ପତ୍ର, ଟି-ଟ୍ରି କିମ୍ବା ଏସେନସିଆଲ ଅଏଲ, ଗୋଲାପ ଜଳ, […]

author-image
Rakesh Mallick
ଅଦ୍ୟତନ ହୋଇଛି
ତ୍ୱଚାର ଚମକ ପାଇଁ  ଷ୍ଟିମ୍‌

steam-beauty-benefits

ଭୁବନେଶ୍ୱର: ଶୀତଦିନେ ସାଧାରଣତଃ ତ୍ୱଚା ଶୁଖିଲା ଦେଖାଯାଏ। ଯେତେ ଅଧିକ ପରିମାଣର ମଶ୍ଚରାଇଜର ଲଗାଇଲେ ମଧ୍ୟ ମୁହଁରେ ଚମକ ଆସେ ନାହିଁ। ତେବେ ଚମକ ପାଇଁ ଫେସିଆଲ ତ ରହିଛି କିନ୍ତୁ ବିନା ଫେସିଆଲରେ ଘରେ ଷ୍ଟିମ୍‌ ଜରିଆରେ ବି ସହଜେ ଫେରାଇ ଆଣି ପାରିବେ ନିଜ ତ୍ୱଚାରେ ହଜିଯାଇଥିବା ଚମକକୁ। ତେବେ କିପରି କରିବେ ଆସନ୍ତୁ ଜାଣିବା।

Advertisment

ଷ୍ଟିମ୍‌ ପାଇଁ ହର୍ବସ ଏବଂ ଅଏଲ: ତୁଳସୀ ପତ୍ର, ଟି-ଟ୍ରି କିମ୍ବା ଏସେନସିଆଲ ଅଏଲ, ଗୋଲାପ ଜଳ, ଲେମ୍ବୁ ରସ ଏ ଭିତରୁ ଆପଣଙ୍କ ପସନ୍ଦର ଯେକୌଣସି ଦ୍ରବ୍ୟ ଗରମ ପାଣିରେ ପକାଇ ଷ୍ଟିମ୍‌ ନେଇପାରିବେ।

ଷ୍ଟିମ୍ ନେବା ସମୟରେ ମୁଣ୍ଡରେ ଏ ମୋଟା ତଉଲିଆ ପକାଇ ସେହି ଗରମ ବାମ୍ପଂରେ ୫ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ରହିବେ।

Advertisment

ମନେ ରଖିବେ  ଷ୍ଟିମ୍‌ ନେବା ପୂର୍ବରୁ ତ୍ୱଚାରେ କୌଣସି ପ୍ରକାର ସ୍କ୍ରବର ବ୍ୟବହାର କରିବେ ନାହିଁ। ଏକ ମାଇଲଡ୍‌ ଫେସୱାସରେ ତ୍ୱଚାକୁ ଭଲ ଭାବେ ସଫା କରିବେ।

ଷ୍ଟିମ୍‌ ନେବା ପରେ ଉଷୁମ ପାଣିରେ ତ୍ୱଚାକୁ ଭଲ ଭାବେ ଧୋଇ ଦେବେ ଏବଂ ମୁଲତାନି ମାଟିର ଏକ ଫେସପ୍ୟାକ୍‌ ଲଗାଇବେ। ଯଦି ମୁଲତାନି ମାଟି ନଥାଏ ତେବେ ଟୋନର ସାହାଯ୍ୟରେ ତ୍ୱଚାକୁ ହାଲୁକା ଭାବେ ପୋଛି ମଶ୍ଚରାଇଜର ଲଗାବାକୁ ଭୁଲିବେ ନାହିଁ।

ସପ୍ତାହରେ ଥରେ ଆପଣ ଏହି ଉପାୟରେ ଷ୍ଟିମ୍‌ ନେଇ ପାରିବେ।

ଟିପ୍ସ- ସିପ୍ରା ଜେନା (ବ୍ଲିସ୍ ଆଣ୍ଡ ବିୟୁଟି ସ୍ପା) ଉପସ୍ଥାପନା- ଲୋରିନା ଜେନା