Advertisment

'ଷ୍ଟ୍ରବେରୀ ପାଇ ଡେଜର୍ଟ'

ଆବଶ୍ୟକ ସାମଗ୍ରୀ- ଷ୍ଟ୍ରବେରୀ, ଚିନି, ପାଣି, ଲହୁଣୀ, କର୍ଣ୍ଣ ଫ୍ଲେକ୍ସ, ହ୍ୱିପ୍‌ଡ୍‌ କ୍ରିମ୍‌ (whipped cream), ପାଇ  କ୍ରଷ୍ଟ। ପ୍ରସ୍ତୁତି ପ୍ରଣାଳୀ– ପ୍ରଥମେ ଷ୍ଟ୍ରବେରୀକୁ ଭଲ ଭାବେ ଧୋଇ ଏହାକୁ ଦୁଇ ଖଣ୍ଡ କରି କାଟି ଦିଅନ୍ତୁ। ଓଭାନ୍‌କୁ ୧୯୦ ଡିଗ୍ରୀ ସେଲ୍‌ସିୟସ୍‌ରେ ପ୍ରି-ହିଟ୍‌ କରନ୍ତୁ। ଏବେ ଅଧା ଷ୍ଟ୍ରବେରୀକୁ ଏକ ବଡ଼ ପାତ୍ରରେ ନେଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏକ ପ୍ୟାନ୍‌କୁ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ। ଏଥିରେ ଷ୍ଟ୍ରବେରୀ ସହିତ ଚିନି […]

author-image
Biswobandita Swain
'ଷ୍ଟ୍ରବେରୀ ପାଇ ଡେଜର୍ଟ'

ce145e97-8611-4f0b-a49c-c14

ଆବଶ୍ୟକ ସାମଗ୍ରୀ- ଷ୍ଟ୍ରବେରୀ, ଚିନି, ପାଣି, ଲହୁଣୀ, କର୍ଣ୍ଣ ଫ୍ଲେକ୍ସ, ହ୍ୱିପ୍‌ଡ୍‌ କ୍ରିମ୍‌ (whipped cream), ପାଇ  କ୍ରଷ୍ଟ।

publive-imageପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଷ୍ଟ୍ରବେରୀକୁ ଭଲ ଭାବେ ଧୋଇ ଏହାକୁ ଦୁଇ ଖଣ୍ଡ କରି କାଟି ଦିଅନ୍ତୁ। ଓଭାନ୍‌କୁ ୧୯୦ ଡିଗ୍ରୀ ସେଲ୍‌ସିୟସ୍‌ରେ ପ୍ରି-ହିଟ୍‌ କରନ୍ତୁ। ଏବେ ଅଧା ଷ୍ଟ୍ରବେରୀକୁ ଏକ ବଡ଼ ପାତ୍ରରେ ନେଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏକ ପ୍ୟାନ୍‌କୁ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ। ଏଥିରେ ଷ୍ଟ୍ରବେରୀ ସହିତ ଚିନି ମଧ୍ୟ ପକାନ୍ତୁ। ଏହି ମିଶ୍ରଣକୁ ଲଗାତର ଗୋଳାଇ ସିଝାନ୍ତୁ। ଅନ୍ୟ ଏକ ପାତ୍ରରେ ପାଣି ଓ କର୍ଣ୍ଣ ଫ୍ଲେକ୍ସ ମିଶାନ୍ତୁ। ଷ୍ଟ୍ରବେରୀ ସିଝିବାରେ ଲାଗିଲେ ଏଥିରେ ଧିରେ ଧିରେ କର୍ଣ୍ଣ ଷ୍ଟାର୍ଚ ଗୋଳା ଯାଇଥିବା ପାଣି ଢାଳନ୍ତୁ। ଗ୍ୟାସ୍‌ର ଆଞ୍ଚ ଏକ୍‌ଦମ୍‌ ଧିମା ରଖନ୍ତୁ। ଏହାକୁ ୧୦ ମିନିଟ୍‌ ଯାଏ ଏଭଳି ଭାବେ ମିକ୍ସ କରନ୍ତୁ।
ଏବେ ଏକ ପାଇ ଟ୍ରେ ନେଇ ଲହୁଣୀରେ ଏହାକୁ ଗ୍ରୀସ୍‌ କରନ୍ତୁ। ଏବେ ଟ୍ରେରେ ପାଇ କ୍ରଷ୍ଟ ରଖନ୍ତୁ ଓ ଏହା ଉପରେ କିଛି ଓଜନିଆ ଜିନିଷ ରଖନ୍ତୁ। ଏହି କ୍ରଷ୍ଟକୁ ପ୍ରିହିଟେଡ୍‌ ଓଭାନରେ ୩୦ ମିନିଟ୍‌ ଯାଏ ରଖନ୍ତୁ। କ୍ରଷ୍ଟକୁ ଗୋଲ୍ଡେନ୍‌ କଲର ହେବାକୁ ଦିଅନ୍ତୁ ନାହିଁ। ପାଇ କ୍ରଷ୍ଟ ଠିକ୍‌ ଭାବେ ପ୍ରସ୍ତୁତ ହୋଇଗଲା ପରେ ଏହା ଉପରେ ରଖାଯାଇଥିବା ଓଜନିଆ ଜିନିଷକୁ ହଟାଇ ଦିଅନ୍ତୁ। ବଳକା ଷ୍ଟ୍ରବେରୀକୁ ବେକ୍‌ କରି ରଖାଯାଇଥିବା ପାଇ କ୍ରଷ୍ଟ ଉପରେ ରଖନ୍ତୁ। ଷ୍ଟ୍ରବେରୀ ମିଶ୍ରଣ ଗାଢ଼ା ହୋଇଗଲା ପରେ ସେଟ୍‌ ହେବା ପାଇଁ ଏହାକୁ ଫ୍ରିଜ୍‌ରେ ରଖି ଦିଅନ୍ତୁ। ପାଇ ସେଟ୍‌ ହୋଇଗଲା ପରେ ଏହାକୁ ଫ୍ରିଜ୍‌ରୁ ବାହାର କରିବା ସହ ସର୍ଭିଙ୍ଗ ଡିଶ୍‌କୁ ଢାଳନ୍ତୁ। ହ୍ବିଇପ୍‌ଡ କ୍ରିମ୍‌ରେ ସଜାଇ ଥଣ୍ଡା ଥଣ୍ଡା ପରଷନ୍ତୁ।

Advertisment