/odisha-reporter/media/post_attachments/uploads/2019/09/qqqqqjjjjjj.jpg)
qqqqqjjjjjj
ନୁଆଦିଲ୍ଲୀ: ଆପଣ ସୁଗାର ଫ୍ରି ସଫ୍ଟ ଡ୍ରିଙ୍କ ପିଉଛନ୍ତି କି? ତେବେ ଆପଣ ଭୁଲ୍ କରୁଛନ୍ତି। ଏକ ଗବେଷଣାରୁ ଯାହା ଜଣା ପଡ଼ିଛି, ଅଧିକ ସୁଗାର ଫ୍ରି ସଫ୍ଟ ଡ୍ରିଙ୍କ ଅଧିକ ପିଇବା ଦ୍ୱାରା ଆପଣଙ୍କ ଜୀବନ ପ୍ରତି ବିପଦ ଦେଖାଦେଇପାରେ।
ଜାମା ଇଣ୍ଡରନାଲ୍ ମେଡିସିନ୍ ନାମକ ଏକ ପତ୍ରିକାରେ ଏ ସମ୍ପର୍କିତ ତଥ୍ୟ ପ୍ରକାଶ ପାଇଛି। ୧୦ଟି ୟୁରୋପୀୟ ଦେଶର ପାଖାପାଖି ୪ ଲକ୍ଷ ଲୋକଙ୍କୁ ନେଇ ଏହି ଗବେଷଣା ହୋଇଥିଲା। ଗବେଷଣାରୁ ଯାହା ଜଣାପଡିଛି, ଦିନକୁ ୨ ଗ୍ଲାସ୍ରୁ ଅଧିକ ସୁଗାର ଫ୍ରି ମିଶା ସଫ୍ଟ ଡ୍ରିଙ୍କ ପିଉଥିବା ଲୋକଙ୍କର ହୃତ୍ଜନିତ ସମସ୍ୟା ଦେଖାଦେଉଛି। ଏଥିସହ ସେମାନଙ୍କର ପାଚନ ଜନିତ ସମସ୍ୟା ମଧ୍ୟ ଦେଖାଦେବାର ଆଶଙ୍କା ଅଧିକ। ନିୟମିତ ଏହାକୁ ପିଇବା ଦ୍ୱାରା ଖାଦ୍ୟ ହଜମ ହେବାରେ ସମସ୍ୟା ଦେଖାଦେଇପାରେ।
ଇମ୍ପିରିଅଲ୍ କଲେଜ୍ ଅଫ୍ ଲଣ୍ଡନ୍ରେ ଜୋନାଥନ ପିୟର୍ସନଙ୍କ କହିବା ଅନୁଯାୟୀ, ଏକ ଗବେଷଣାରୁ ଯାହା ପ୍ରମାଣ ମିଳିଛି ସୁଗାର ଫ୍ରି ସଫ୍ଟ ଡ୍ରିଙ୍କ ପିଉଥିବା ଲୋକେ ହୃଦଘାତର ଶିକାର ହେବାର ଆଶଙ୍କା ଅଧିକ ରହିଥାଏ। ଏଥିଯୋଗୁ ଅନ୍ୟାନ ରୋଗ ମଧ୍ୟ ମାଡ଼ି ବସେ। କିନ୍ତୁ ନିଜ ଲୋଭ ଉପରେ ନିୟନ୍ତ୍ରଣ ରଖି ଏଥିରୁ ଦୂରେଇ ପାରିଲେ, ଏସବୁ ସମସ୍ୟା ଆପଣଙ୍କ ପାଖ ମାଡ଼ିବ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
