s11
ଆବଶ୍ୟକ ସାମଗ୍ରୀ
ସୁଜି, ଦହି, କଞ୍ଚା ଲଙ୍କା, ଅଦା, ପିଆଜ, କ୍ୟାପ୍ସିକମ୍, ଧନିଆ ପତ୍ର, ଲୁଣ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଏବଂ ବେକିଂ ସୋଢ଼ା।
ପ୍ରସ୍ତୁତି ପ୍ରଣାଳୀ
/odisha-reporter/media/post_attachments/wp-content/uploads/2019/07/s31.jpg)
ପ୍ରଥମେ ଏକ ପାତ୍ର ନେଇ ସେଥିରେ ସୁଜି, ଦହି, କଟା କଞ୍ଚା ଲଙ୍କା, ଛେଚା ହୋଇଥିବା ଅଦା, କଟା ପିଆଜ, କ୍ୟାପ୍ସିକମ୍ ଏବଂ ଧନିଆ ପତ୍ର ଏବଂ ପାଣି ପକାଇ ଭଲରେ ଗୋଳାଇ ଦିଅନ୍ତୁ। ସୁଜିକୁ ଅଧିକ ଗାଢ଼ା କରିବେ ନାହିଁ କି ପତଳା ମଧ୍ୟ କରିବେ ନାହିଁ।
/odisha-reporter/media/post_attachments/wp-content/uploads/2019/07/s41.jpg)
ଏବେ ସେଥିରେ ଆବଶ୍ୟକ ଅନୁସାରେ ଲୁଣ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ପକାଇ ଗୋଳାଇ ୧୦ ମିନିଟ୍ ପର୍ଯ୍ୟନ୍ତ ରଖି ଦିଅନ୍ତୁ।
/odisha-reporter/media/post_attachments/wp-content/uploads/2019/07/s21.jpg)
୧୦ ମିନିଟ୍ ପରେ ଦେଖିବେ ପେଷ୍ଟ ଗାଢ଼ା ହୋଇଯିବ। ସେଥିରେ ବେକିଂ ସୋଢ଼ା ପକାଇ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସ୍ରେ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ ଏବଂ ସୁଜିକୁ ପକୁଡ଼ି ଭଳି କରି ଛାଣିଦିଅନ୍ତୁ। ଛାଣି ସାରିଲା ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ସୁଜି ପକୁଡ଼ି। ଏବେ ଟମାଟୋ ସସ୍ ବା ଚଟଣି ସହ ଗରମା ଗରମ ପରସନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/07/s11.jpg)